Collated by Tusar Nath Mohapatra
"ଏଇ କଳା ମୋର କଳଙ୍କ" ବିନୋଦିନୀ ଦେବୀଙ୍କଦ୍ୱାରା ୨୦୦୦ ମସିହାରେ ରଚିତ/ସଂକଳିତ ଏକ ପୁସ୍ତକ ।
ଆମର ଆଧୁନିକ ଓଡ଼ିଆ ଗୀତି କବିତା ଭଣ୍ଡାର ପରିମାଣାତ୍ମକ ଦୃଷ୍ଟିରୁ ସମୃଦ୍ଧ ସତ, କିନ୍ଧ ଗୁଣାତ୍ମକ ଦୃଷ୍ଟିରୁ ବିଶେଷ ଆଶାଜଜନକ ନୃହେଁ । ତଥାପି ଗତ ଅର୍ଵଶତାବ୍ଦୀ ଭିତରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ରସରାଜ ନାରାୟଣ ପ୍ରସାଦ ସିଂହ, ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ଵାମୀ, ମାଳବିକା ରାୟ ପ୍ରମୂଖ ଗୀତିକବିମାନଙ୍କ ଅବଦାନରେ ଆମର ଗୀତିସାହିତ୍ୟର ଧାରା ଉନ୍ନତି ପଥରେ ଅଗ୍ରସର ହୋଇ ଚାଲିଛି ।
ଏହ ପରଂପରାରେ ଗୀତିକବି ବିନୋଦିନୀ ଦେବୀ ବିଗତ ଚାରିଦଶନ୍ଧି ଅବଧ୍ ତାଙ୍କର ଅସଂଖ୍ୟ ଗୀତିର ରସମୟ ପ୍ଲାବନରେ ସାରା ଓଡ଼ିଶାର ରସପିପାସୁ ସଂଗୀତପ୍ରେମୀ ନରନାରୀଙ୍କ ହୃଦୟମାନଙ୍କୁ ବୃଡ଼ାଇ ରଖ୍ ଆସିଛନ୍ତି । ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀମାନେ ତାଙ୍କର ଗୀତଗୁଡ଼ିକରେ ସ୍ଵର-ସଂଯୋଜନା କରିଛନ୍ତି ଓ ସେମାନଙ୍କ ମଧୂର କଣ୍ଠରେ ସେଗୁଡ଼ିକୁ ଗାନ କରି ବିଦଗ୍ଧ ଶ୍ରୋତାମାନଙ୍କର ହୃଦୟ ଦ୍ରବୀ୍ଭତ କରିଛନ୍ତି।
ମହାପାତ୍ର ନୀଳମଣି ସାହୁ
ଏଇ କନା ମୋର କଳଙ୍କ ମରମରେ ମୋର ରକ୍ତର ଛିଟା
ଏଇ ମୋ ମଥାର ତିଳକ
ଏଇ କଳା ମୋର କଳଙ୍କ ॥
ଏ କଳଙ୍କ ମୋର ମରମ ମର୍ରରେ ମରୂ ଝର ସାତ ଶୋଷିଲାର ଶତ କଳପିତ ନୀର ଧାର ଏ କଳଙ୍କ ମୋର ଶୋକରେ ଶୋକର ଅଶୋକ ଏଇ କଳା ମୋର କଳଙ୍କ... ॥|
ଅମଡ଼ା ବାଟର ଉଦାସୀ ଯାତ୍ରୀ ଏ କଳଙ୍କ ମାରି ମଥାରେ ଟୀକା ମରୂ ପଥକୀ ମୁଁ ଅସରା ମୋ ପଥ ଅମା ଅଂଧାରେ ଚାଲିଚି ଏକା ଏଇ କଳା ମୋର ଆଖ୍ର ତାରକା ଏ କଳଙ୍କ... ମୋର ଆଲୋକ ଏଇ କଳା ମୋର କଳଙ୍କ... ॥|
https://youtu.be/Cqj7FRfHrJ8?si=SZXVL_fwDUOUUUsu
https://youtu.be/LHI4YyutlmY?si=kp75onfNMJzyHcJD
https://youtu.be/pf5aLXlHjiQ?si=9GC0zEyUpYeaTgW1
ଜୀବନର ଅନେକ ଲୁହ
ଅନେକ ହସରେ ମୁଁ ଗୋ ଦେଇଚି ଚାପି
ଟୋପା ଟୋପା ଲୁହର ଗଢ୍ଚରା... ଛନଳନାରେ... ମୁଁ ଦେଇଚି... ମୁକୁତା ମାପି ॥
ମୂକୃତାର ଫୁଲ ତମେ ନେବ କି ନିଝୁମ ସଂଜର ସେଇ ନୀଡ଼ହରା ପକ୍ଷୀଟିକୁ ସଜାଡ଼ି ସାଇତି ଥରେ ଦେବ ଜି ଛଳନାର ଚୋରା ବାଲି ଭଉଁରିରେ ଖେଳି ଖେଳି କଥା ମୋର କହିଯିବ... ଛପି ଛପି ଛପି ଛଳନାରେ ¬ ମୁଁ ଦେଇଚି — ମୁକୁତା ମାପି ॥
ହେ ମୋର ଦରଦୀ ବଂଧୂ — ଟିକେ ରହ ଟିକେ ରହ କିବା ଲୋଡ଼ା ଜୀବନର ଏତେ ସବ୍ର ସମାରୋହ ପଥହରା ସେଇ ପାନ୍ଥ ପକ୍ଷୀଟି ହଜାଇ ଆପଣା ନୀଡ଼ତହଜ଼ି ଯାଉ... ହଜି ଯାଉ ଆଉ କି ରହିଲା ବାକି ହସିଲା ହସିଲା ଆଖ୍ — ସବ୍ର ଲୁହ ପାରେ ଢ଼ାଙ୍କି ହାତ ପାପୁଲିରେ ମୂହଁ ଥାପି ଜୀବନର ଅନେକ ଲୁହ ଅନେକ ହସରେ ମୁଁ ଗୋ — ଦେଇଚି ଚାପି ॥
https://youtu.be/mjW2244KB_E?si=e39ggAIjLGOMZpS5
https://youtu.be/fCRwqvGY6F8?si=bTMI5oo9bjJYSd6G
ଉଦାସିନୀ କାମିନୀ ମୁଁ ¬ ମଣାଣିର ଫୁଲ ମନେ ହୁଏ ତୁମକୁ ବା ପାରଚି ମୁଁ ଭଲ ମନ ତଳ୍ପ ଯେତେ ସେନେହ ସୂଷମା ଅମିୟ ମାଧୂରୀ ଦେଇ ଝ୍ରା ପାଖଡ଼ାରେ ତୁମରି କବର ଦେଉଥ୍ଲି ନିତି ଛାର ମୁଁ ଜାଣେ — ତୂମେ ଜାଣ ଦେଇ ନାହଁ ପ୍ରତିଦାନ, ଚାହିଁ ନାହିଁ କିଛି ମାନ ହେ ଉଦାସୀ କଳାକାର ପାଇଚି ଖାଲି ମୁଁ ଭଲ କଳା ନୁହେଁ କଳଙ୍କକୁ କରିଟି ଗେଲ ଉଦାସିନୀ କାମିନୀ ମୁଁ ମଶାଣିର ଫୁଲ ॥
ହେ ମାନସୀ — ବିଦାୟ ବିଦାୟ ଏ ଜୀବନ ଅସ୍ତରାଗେ ଆଜି ତୃମ ଅମୃତ ଉଦୟ ସମୟର ଲିତା ଲିତା ଜୀବନର ଜଉଘର ଜାଳିଲା ଫଗୁଣର ସମାରୋହେ ଶ୍ରାବଣୀର ଧାର ଧାରା ଢ଼ାଢଚିଲା ମୋ କଳା କଳଙ୍କ ଆଜି ତୂମ ପ୍ରେମେ ଦେଲି ସାଜି ମରଣର ପରାଜୟେ ଏଇ ମୋର ଅସୀମ ବିଜୟ କଳାରେ କଳଙ୍କ ହେଉ ବିଲୟ ହେ କଳଙ୍କ... ବିଦାଯ... ବିଦାୟ ଏ ଜୀବନ ଅସ୍ତରାଗେ ଆଜି ତୂମ ଅମୃତ ଉଦୟ... ॥
https://youtu.be/s1oakiwCypA?si=qdu4RZCS_-mw50Q8
ମୁଁ ଯେ' ଭରା ବସନ୍ତ ଶାଖାରେ ଶାଖାରେ ଏକାକୀ କଜ୍ଵଳପାତି ମୁଁ ଯେ' ଝରା ବଉଳର ନିଶାରେ ବିଭୋର ଏକାକିନୀ ମଧୂମତୀ ମୁଁ ଯେ... ଏକାକୀ କଜ୍ଵଳପାତି ॥
ମୁଁ ଯେ ଘର ବାହୂଡ଼ିଲା ଗୋଧୂଳି ଅଂଧାରେ ଏକାକୀ ଲୋଟଣୀପାରା ମୁଁ ଯେ ପାହାନ୍ତି ରାତିର ଉତ୍ତରା ଆକାଶେ ଏକାକିନୀ ଟିକି ତାରା ମୁଁ ଯେ ଝୂରା ଅତୀତର ଲିତାରେ ଲିତାରେ ବଧର ଦରଦୀ ଛାତି ମୁଁ ଯେ... ଏକାକିନୀ ମଧୂମତୀ ମୁଁ ତ ଏକାକୀ କଜ୍ଵଳପାତି... ॥ ମୁଁ ଯେ ସାତ ତାଳ ପଙ୍କ ଅଥଳ ଜଳରେ ଏକାକିନୀ ନୀଳ କଇଁ ମୁଁ ଯେ ନିଚ୍ଛାଟିଆ ବନ ପାହାଡ଼ ତଳର ଉଷର ମଶାଣି ଭୂଇଁ ଏ ମୋ ଜୀବନର ଜନନ୍ତା ଜୂଇରେ ଜଳୁଛି ମୋହରି ପ୍ରୀତି ମୁଁ ଯେ”... ଏକାକୀ କଜ୍ଵଳପାତି ମୁଁ ତ... ଏକାକିନୀ ମଧୂମତୀ ॥
https://youtu.be/nyOdlGUFF24?si=3AesQjv8wwCvmxbB
ନଦୀ ତ ନେଇଚି ତା'ର ଆପଣା ଗତି ଦିନ ଯାଇଛି ବିତି କେତେ ବିତିଛି ରାତି
ନଦୀ ତ ନେଇଚି ତା'ର ଆପଣା ଗତି ॥
କେତେ ଢାଳିଛି ଲୁହ କେତେ ଚାପିଚି କୋହ କେତେ ଦେଇଚି ପ୍ରୀତି କେତେ ହଜିଚି ସାଥୀ ନଦୀ ତ ନେରଚି ତା'ର ଆପଣା ଗତି ॥
କେତେ ମାପିଚି ଚିତ୍ତ କେତେ ଛପିଚି ଗୀତ କେତେ ବିଭୋର ମନ ଚାହିଁ ଚଜିତ ଜହୁ ଆପଣା ଅଜାଣତେ ହଜାର ନୀଳା କେତେ ସାଉଁଟି ସଜାଡ଼ି ଯେତେ ନକଲି ମୋତି ନଦୀ ତ ନେଇଚି ତା'ର ଆପଣା ଗତି ॥
https://youtu.be/a_9lfUE-72Q?si=jRYySskTKy0-Cp1q
ବୀଣାପାଣୀ ମହାନ୍ତି -
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯ ୨୮ ମସିହା ଜୁନ୍ ୨୮ ତାରିଖ କଟକ ସହରରେ । ପ୍ରଥମେ ଗୁରୁ ଗୋକୁଳ ଶ୍ରୀଚନ୍ଦନ ଏବଂ ଗୁରୁ ଶ୍ୟାମ ସୁନ୍ଦର ଧୀରଙ୍କ ଠାରୁ କଣ୍ଠ ସଂଗୀତ ପରେ ଓସ୍ତାଦ ଆଲ୍ଲାଉଦ୍ଦିନ ଖାଁ ଏବଂ ଇମାୟତ ହୁସେନ ଖାଙ୍କଠାରୁ ସୀତାର ବାଦନ ଶିକ୍ଷା କରି ୧୯୫୮ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରରେ ଉପସ୍ଥାପିକା ଭାବରେ ଯୋଗ ଦେଇଥିଲେ | ଶିଶୁ ସଂସାରର “ଅପା” ଭାବରେ ସେ ସାରା ଓଡ଼ିଶାରେ ସୁପରିଚିତ ଥିଲେ । ସେ ରାଜ୍ୟ ସଂଗୀତ ନାଟକ ଏକାଡ଼େମୀ, ସଂଗୀତ ଶିଳ୍ପୀ ପରିଷଦ, ଉକୁଳ ପାଠକ ସଂସଦ ଇତ୍ୟାଦି ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତା ହୋଇଥଲେ ।
ବୀଣାପାଣି ମିଶ୍ର -
୧୯୩୨ ମସିହା ଫେବୃୟାରୀ ୧୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଯୀଶୁ ଟିକିରି ଗ୍ରାମରେ ଜନ୍ମ ଗ୍ରହଣ କରିଥଲେ ବୀଣାପାଣି ମିଶ୍ର । ଲୋକନାଥ ମିଶ୍ରଙ୍କୁ ବିବାହ ପରେ ରହିଥୂଲେ କଟକ ସହରରେ । ପଣ୍ଡିତ କୂଣ୍ଡଳା ଆଦି ନାରାୟଣା ରାଓଙ୍କଠାରୁ ଶାସ୍ତୀୟ ସଂଗୀତ ଶିକ୍ଷା କରି ବିଶାରଦ ଡିଗ୍ରୀ ଲାଭ କରିଥଲେ । ପ୍ରସିଦ୍ଧ ଗାୟିକା ଗିରିଜା ଦେବୀଙ୍କଠାରୁ ଦଶବର୍ଷ କାଳ ଖେୟାଲ କଜରୀ, ଠୁମରୀ, ଟପ୍ପା, ଦାଦା ଗାୟନ ଶୈଳୀ ଶିକ୍ଷା କରି ପାରଦର୍ଶିତା ଲାଭ କରିଥିଲେ । ୧୯ ୪୮ ମସିହାରେ ସେ ଆକାଶବାଣୀର ଉଚ୍ଚବର୍ଗର ଶାସ୍ତ୍ରୀୟ ସଂଗୀତ ଶିଳୀ ଭାବରେ ସ୍ଵୀକୃତି ଲାଭ କରିଥିଲେ | ଅଖିଳ ଭାରତୀୟ ସଂଗୀତ କାର୍ଯ୍ୟକ୍ରମରେ ଭାଗନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ । ୧୯୮ ୨-୮୩ ମସିହାରେ ସେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଭ କରିଥଲେ ।
ବୀଣାଦେବୀ -
କଟକର ପୁରୀଘାଟ ପାଖରେ ୧୯୩ ୨ ମସିହା ନଭେମ୍ବର ୨୦ ତାରିଖ ଦିନ ଜନ୍ମ ଗ୍ରହଣ କରି ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଠାରୁ ସଂଗୀତ ଶିକ୍ଷା କରି ବୀଣାଦେବୀ ୧୯୫୭ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ଉପସ୍ଥାପିକା ଭାବରେ ଯୋଗ ଦେଇଥୁଲେ | ପରେ ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଭାବରେ ଅବସର ନେଇଥିଲେ । ପ୍ରଥମେ କଲିକତା ଆକାଶବାଣୀର କଣ୍ଠଶିନ୍ପୀ ଏବଂ ପରେ କଟକ କେନ୍ଦ୍ରର ସୁଗମ ସଂଗୀତ ଶିଳ୍ପୀ ଭାବରେ ପ୍ରତିଷ୍ଠା ଅର୍ଜନ କରିଥୁଲେ । ୧୯୮୬ -୮୭ ମସିହାରେ ସେ ଲାଭ କରିଥୁଲେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ।
ବୀଣାପାଣି ମହାପାତ୍ର -
"ଆମ କଟକ, ଭାଗ ୧" ନଟବର ଶତପଥୀ, ବାବାଜୀ ଚରଣ ପଟ୍ଟନାୟକ, ସଂ. (୨୦୧୯)
ଯେଉଁ ଶିଳ୍ପୀମାନେ ନିଜ ସାଧନା ବଳରେ ଲୋକପ୍ରିୟତା ହାସଲ କରିଥଲେ, ସଂଗୀତକୁ ପାଥେୟ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥୂଲେ ସେମାନଙ୍କ ତାଲିକା ଖୁବ୍ ଲମ୍ବା । ସେମାନେ ହେଲେ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ନନ୍ଦିତା ଘୋଷ, ବିଷୁ ପ୍ରିୟା ଦାସ (ମହାଛି), ଡା. ମନୋରଞ୍ଜନ ପୂଷ୍ଚି, ସୁମତୀ ଦେବୀ, ଅଙ୍ଗୁରବାଳା ରାୟ , ଉଦୟ ନାଥ ସାହୁ, ବୀଣାପାଣି ମହାପାତ୍ର, ବ୍ରଜେନ୍ଦ୍ର ଗିରି, ଆରତି ଗୋସ୍ଵାମୀ, ରାଧାଗୋବିନ୍ଦ ପଟ୍ଟନାୟକ, ନବକିଶୋର ମିଶ୍ର, ନିରୋଜ ନଳିନୀ କୂମାର, ପଦ୍ଧାଳୟା ଗରାବଡୁ, ସୁରେନ୍ଦ୍ର ନାଥ ସାହୁ, ସୟଦ ମହମ୍ମଦ ଅଲ୍ଲୀ, ଅଞ୍ଜଳି ରାୟ, ଅଖିଳ କୁମାର ଲେଙ୍କା, ରାଜ କିଶୋର ଦାସ, ଭୁବନେଶ୍ବରୀ ମିଶ୍ର, ବନ୍ଦିତା ରାୟ, ମହମ୍ମଦ ହବିବ, ସୁଶ୍ରୀ ସଂଗୀତା ମହାପାତ୍ର, ଶୁଭଲକ୍ଷ୍ମୀ ଦାଶ, ବାଦଲ ଆଚାର୍ଯ୍ୟ, ବନ୍ଦିତା ରାୟ, ନନ୍ଦିତା ମହାପାତ୍ର, ଭାନୁମତୀ ସାହୁ, ଅନନ୍ତ ଚରଣ ମିଶ୍ର, ସୁବିର ଦାସ, ବାଗ୍ଧୀ ମିଶ୍ର, ରଶ୍ମି ଦାସ, ସୁବାସ ସ୍ବାଇଁ, ପ୍ରଦୀପ ପାତ୍ର, ପ୍ରସେନଜିତ ମହାନ୍ତି, ସୁସ୍ପିତା ଦାସ, ମହମ୍ମଦ ଆବିଦ ପ୍ରମୁଖ ବ୍ୟତୀତ ଆହୁରି ଅନେକ କଣ୍ଠଶିଛୀ । ପ୍ରଣବ ପଟ୍ଟନାୟକ, ପ୍ରଫୁଲ୍ଲ କର, ଆରତି ମିଶ୍ର, ପଦ୍ଧାଳୟା ଗରାବଡୁ, ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ସଂଗୀତା ଗୋସ୍ଵାଇଁ ପ୍ରମୁଖ କଟକ ଛାଡ଼ି ଭୁବନେଶ୍ବରରେ ବସବାସ କରୁଛନ୍ତି ।
No comments:
Post a Comment