Friday 9 August 2024

ଟିକିଏ ହସରେ ଟିକିଏ ବାସରେ

 Collated by Tusar Nath Mohapatra

ଏକଇ ମନରେ ଅନେକ ବାସନା 

ଏକଇ ଦେହରେ ଅନେକ ଯାତନା ॥ 

ଏକଇ ଫୁଲରେ ଅନେକ ସୁରଭି 

ଅନେକ ଦୁଃଖ ଏକଇ ଦରଦୀ

ଏକଇ ଚନ୍ଦ୍ରେ ଅନେକ ଜୋଛନା ॥

ଏକଇ ତନ୍ଦ୍ରା ଅନେକ ସପନ

ଅନେକ ବାସନା ଏକଇ ଜୀବନ

ଏକଇ ପ୍ରେମରେ ଅନେକ ସାଧନା ॥

*****


କାହା ମନ ପ୍ରଜାପତି ଉଡ଼ିବୁଲେ ନିତି ନିତି

କାହା ମନ ମାଧବୀର ବନେ

ତମାଳ ଯେ ହସି ହଜେ ମାଳତୀ ଯେ ଝୁରି ଖୋଜେ

ସବୁ କିବା ଖାଲି ଅକାରଣେ ॥

ରୂପ ରାଇଜର ନଇ ସପନରେ ପହଁରି ପହଁରି

ଶିରି ଶିରି ମଳୟରେ ତନୁ ମନ ଶିହରି ଶିହରି

କାହା ରାତି ଯାଏ ବିତି କାହା ମନେ ଜାଗେ ଭୀତି

କିଏ କଳପନା ଢେଉ ଗଣେ ॥

କାହାର ସେନେହ ଘାରେ ପ୍ରୀତି ମଧୁ କୋଛନା ରାତିରେ

କିଏ ଲାଗେ ଜଣାଶୁଣା ଗୋପନ ଏ ମନର ଦେଉଳେ

ଏ ରାତିର ଇତି କଥା ସୁରେ ହୋଇ ଗୀତି କଥା

ଅତୀତର ବ୍ୟଥା ବହି ଆଣେ ॥

https://youtu.be/QotySLjlC7w?si=y37MEcXVSeaw1Kpl

ଭୁବନେଶ୍ୱରୀ ମିଶ୍ର 

*****


ମନ କହେ ତୁମକୁ ମୁଁ ପାଖକୁ ଡାକିବି

ଲାଜ କହେ ଡାକନା-ଡାକନା

ଆଖି କହେ ଅପଲକେ ନିରେଖି ଦେଖିବି

ଲାଜ କହେ ଦେଖନା-ଦେଖନା ॥

ଲାକ ଆଉ ଭୟ ଦୁହେଁ ବାଟ କଗି ବସି

କିଏ କହେ ହାତ ଠାରି କିଏ ଦିଏ ହସି

ମେଘଦୂତ ମନ ନିଏ ବାରତା ତମରି ପାଶେ

ମନେ ରଖ -ଭୁଲନା-ଭୁଲନା ॥

ଭାବିଥିଲି ମନ କଥା ଲେଖିବି ଚିଠିରେ

ନ ଲେଖି ମୁଁ କହିଯାଏ ଆଜି ଗୀତି ସୁରେ

ମମତାର ମୋତି ଝରା ମନର ମୀନାରେ ଜଳେ

ଆଶା ଦୀପ -ଲିଭାନା-ଲିଭାନା ॥

https://youtu.be/2W7ges1TNzE?si=L0T8w2tK1fecm6uR

ଧନଞ୍ଜୟ ଶତପଥୀ 

*****


ସାଗରେ ଅଧୀର ନୀଳ ତରଙ୍ଗ

ଆକାଶେ କଜଳ ମେଘର ରଙ୍ଗ ॥

ଧୂସର ମାଟିର ଶ୍ୟାମଳୀ କନ୍ଯା

ତନୁରେ ଛୁଟାଇ ରୂପର ବନ୍ୟା 

ବରଷା ପ୍ରିୟର ଲଭିଛି ସଂଗ ॥

ଶୀତଳ ସମୀର ଫୁଲର ଗଂଧେ

ବାଜଇ ଚପଳ ମଧୁର ଛନ୍ଦେ

ବିଳାସୀ ମେଘର ଜଳ ତରଙ୍ଗ ॥

https://youtu.be/zFdrcelqzHE?si=1JccjZJVoAyNvFrM

https://youtu.be/EYNJunscsLA?si=U4nIznhC2XGm38o8

ମହମ୍ମଦ ସିକନ୍ଦର ଆଲାମ

ସଙ୍ଗୀତ - ହରିପ୍ରସାଦ ଚୌରାଶିଆ

*****


ଆଖି ବୁଜ-ବୁଜି ଦିଅ ନୀରବରେ କଥା କୁହ

କୁହ ମତେ ଭଲ ପାଅ ବୋଲି

ଏ ଲଗନେ ଅଙ୍ଗନେ କେତେ ତାରା କେତେ ଫୁଲ

ହସି ଉଠେ ଆଖି ଠାରି ଠାରି ॥

ଏ ମଧୁ ବେଳାରେ ବସିବାନି ଭାଳି ଅତୀତର ଗତ କଥା

କଥା ସବୁ ନୂଆ ଜନମ ଲଭିଛି ପାଇଛି ରୂପ କବିତା

ମଧୁଝରା ଏ ଜୋଛନା ଛାୟାଲୋକ ଆଳପନା 

ଆଙ୍କେ ଏ ଧରା ବୁକୁ ଭରି ॥

ଫୁଲ ମଉଛବେ ଅନୁରାଗୀ ହିଆ ଆବେଗରେ ଯାଉ ମିଳି

ନିଜରେ ନିଜେ ଗୋ ଦେଖୁ ଆମେ ଆଜି ଏ ଦୁନିଆଁ ଯାଉ ଭୁଲି

ଏ ରାତି ଶେଷରେ ବଞ୍ଚବା ଆମ ଜୀବନରେ ନାହିଁ ଆଶା

ଓଠ ପିଆଲାରେ ଲେଖା ନାହିଁ ଆଉ ବିରହର ଅପଭାଷା

ଏ ମଣିଷ -ଏ ଦୁନିଆ।-ଦେଉ ମିଛ ଅପବାଦ

ବୋଳି ଦେଉ କଳଙ୍କର କାଳି ॥।

https://youtu.be/ar2l3miEDL8?si=c2ml4X3lsXnvppVv

https://youtu.be/TDyH7o3LQDM?si=XV6kVCBkJSOvM1xm 

ମହମ୍ମଦ ସିକନ୍ଦର ଆଲାମ 1964

*****


ଅବୁଝା ମନର ସବୁଜ ବନରେ ଫୁଟିଛି ଗୋଟିଏ ଫୁଲ 

ଆଶାରେ ଆଶାରେ ପାଇଛି ଦେଖା ମୁଁ ସେଇ ଭୀରୁ ଯୂଥିକାର ॥ 

ଗୋଲାପର ସମ ହସେ ନାହିଁ ସିଏ ମଧୁପର ପ୍ରୀତି ରାସେ

ଚମ୍ପକ ସମ ବାସେ ନାହିଁ ସିଏ ଜାଳି ଜଳିବାର ଆଶେ

କମଳର ସମ ବନ୍ଦୀ କରେନା ଦେଇ ବୁକୁ ମଧୁ ଭାର ॥

ଚହଟ ଚମକ କିଛି ନାହିଁ ତା'ର ଆପଣାର କରିବାର

ଟିକିଏ ହସରେ ଟିକିଏ ବାସରେ ଲାଗେ ସେ ବହୁତ ଭଲ

ପ୍ରୀତି ଲତା ସିଏ କହେ ମୁଁ ତାହାର ସପନର ସହକାର ॥

https://youtu.be/qDD6nnTZDXU?si=5nBhlD0iMGZUKPWv

ମହମ୍ମଦ ସିକନ୍ଦର ଆଲାମ

*****

(ଯନ୍ତର ମନ୍ତର କାଳ କଳନ୍ତର-ନାମ ବନନ୍ତର ଫ୍ର ଡାହାଣୀ ବାନ୍ଧ-ଚିରିଗୁଣୀ ବାନ୍ଧ-ବାନ୍ଧ ବାନ୍ଧ ବୋଲି କାହାର ଆଜ୍ଞା ନିତେଇ ମା ଧୋବଣୀ-ପିତେଇ ମା ସଉତୃଣୀ କାଉଁରୀ କାମଚଣ୍ଡୀଙ୍କର କୋଟି କୋଟି ଆଜ୍ଞା )

ଗୁଣିଆ ଝାଡ଼େ ଲୋ ଡାହାଣୀ

ଚଂପାକୁ ଲାଗିଛି ବାହୁତି ଦେଖ ଲୋ କାନ୍ଦେ ସେ ବାହୁନି ବାହୁନି ॥

କେତେବେଳେ ହସେ କେତେବେଳେ ରୁଷେ କେତେବେଳେ ଗୋଡ଼ କଚାଡ଼େ

କାହାକୁ ଦିଏ ବା ବିଧା ଗୋଇଠାଏ କାହାକୁ ଗୋଡ଼େଲ କାମୁଡ଼େ

ମାଇପି ଲୋକ ସେ ଅପନିନ୍ଦା କଥା କିବା ଅନିଭୋଗ କହନି ॥

ଗୁଣିଆର ବେତ ନହ ନହକାଲୋ ଝୁଣା ଧୂଆଁ କଟୁ ଟାସରେ

ମନ୍ତୁରା କୁଲାକୁ କାମୁଡ଼ି ଦାନ୍ତରେ ଚଂପା ଚାଲେ ଗାଆଁ ବାଟରେ

ପଡ଼ିଗଲେ ଝାଡ଼ି ଭଲ କରେ ସେତ ଗୁଣୀ ଗାରେଡ଼ିର କାହାଣୀ

ଗୁଣିଆ ଝାଡ଼େ ଲୋ ଡାହାଣୀ ॥

https://youtu.be/ydzWU2fzkAw?si=JHE63oZaLNOYkCpA

https://youtu.be/48XIRRdSKfI?si=KB2IBNIJz7Zy4rRF

ମହମ୍ମଦ ସିକନ୍ଦର ଆଲାମ

ସଙ୍ଗୀତ - ଭୁବନେଶ୍ବର ମିଶ୍ର 

*****

ରଚନା : ରସରାଜ ନାରାୟଣ ପ୍ରସାଦ ସିଂହ

ରସରାଜ ଗୀତିବିଚିତ୍ରା 

From RASARAJ GEETIBICHITRA

Selected Lyrics of Rasaraj Narayan Prasad Singh

https://archive.org/details/rasaraja-gitibichitra-2007/page/n1/mode/1up


No comments:

Post a Comment