Friday 27 October 2023

ସ୍ୱରୂପ ନାୟକ ଓ ଅରବିନ୍ଦ ମହାନ୍ତି ଆଉ ନାହାନ୍ତି

ତୁଷାରନାଥ ମହାପାତ୍ରଙ୍କ ଦ୍ଵାରା ସଙ୍କଳିତ 

ଅଦ୍ଭୁତ ପ୍ରତିଭା

https://twitter.com/NathTusar/status/1717947911613681851?t=6WYO1qQ5wbNLdk83FJOFcg&s=19

ସ୍ୱର୍ଗତ ସ୍ୱରୂପ ନାୟକ, ଗାୟକ ଭାବେ ଏହି ପଦଟି ଶେଷ ଥର ଓଡ଼ିଆ ଚଳଚ୍ଚିତ୍ରରେ ଗାଇଥିଲେ।

Film: ବର୍ଷା My Darling,

(ଭିଡିଓ ସୌଜନ୍ୟ : ବ୍ରଜରାଜ ମୁଭିଜ , ପ୍ରେମ ଅଡିଓ)

https://twitter.com/BinayakSahoo/status/1717945394674766320?t=yOmwttQigebBcmNWYhRHVA&s=19

ଜୟଦେବରୁ ଆରମ୍ଭ ହୋଇଥିବା ଯାତ୍ରା ହୀରାନୀଳାରେ ସଙ୍ଗୀତରେ ସଜେଇ ହୋଇ ବଢ଼ିଚାଲିଥିଲା, ହେଲେ ଆଜି ଅଦିନରେ ସ୍ୱର ସବୁ ବିଛାଡ଼ି ହୋଇଗଲା ।

ଅଫେରା ରାଇଜରେ ଚାଲିଯାଇଥିବା ସଭିଙ୍କର ପ୍ରିୟ ସ୍ୱରୂପ (୧୯୪୭ – ୨୦୨୩) ଦା'ଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ ।

#ଶୁଭପଲ୍ଲବ #Shubhapallaba #RIP #RIPSwarupNayak #SwarupNayak

https://twitter.com/Shubhapallaba/status/1717885186409468199?t=is_y7_fwU8gRaDkv_YxolA&s=19

ମାରିଦେଲି ଖପରାକାତି…ଗୀତିକାର-ସ୍ୱରୂପ ନାୟକ…କଣ୍ଠ-ଶ୍ରୀକାନ୍ତ ଦାସ…୧୯୮୦….

https://twitter.com/odiamelody/status/1717918123016544615?t=DhMhKeJ2qGC00K74jDgSXA&s=19

ସାଧାସିଧା ଶବ୍ଦକୁ ନେଇ ସାଧାସିଧା ମ୍ୟୁଜିକରେ ପ୍ରସ୍ତୁତ ଗୀତ, ଯାହା ସିଧା ଜାଗା ବନାଏ ହୃଦୟରେ । 

ସ୍ୱରୂପ ନାୟକଙ୍କ ଗୀତ ଜଣାପଡେନି କେତେବେଳେ ଘର କରିଯାଇଥାଏ ମନ ଭିତରେ । ଏ ହୋହାଲ୍ଲା ଭିଡ ଭିତରେ ତାଙ୍କ ଗୀତ ଗୁଡିକ ଥିଲା ଶୀତଳ ପବନର ସ୍ପର୍ଶ ଭଳି । 

ଓଁ ଶାନ୍ତି 

https://twitter.com/nidhi_budha/status/1717898648627925476?t=EW_JEL0jGNbp-USxvSJaKA&s=19

ତାଙ୍କ ଗୀତ ଏତେ ଜଣା ପଡେନି କିନ୍ତୁ ବହୁତ ଭଲ ଥାଏ । ମୋ ପସନ୍ଦର ଗୋଟେ:

ତୁ ଥିବୁ, ମୁଁ ଥିବି 

ଥିବ ଏଇ ଜହ୍ନ

https://twitter.com/nidhi_budha/status/1617566943711760384?t=3zFTbtr_FAc_nJeAih2d5Q&s=19

ଆଇଟମ ଗୀତବି ଖାଣ୍ଟି ଓଡ଼ିଆରେ ହେଉଥିଲା।
ସାଧାରଣରେ ଵ୍ୟଵହାର ହେଉଥିବା କଥା ଗୁଡିକୁ ସ୍ୱରୂପ ନାୟକ ବଢ଼ିଆ ଭାବରେ ସଙ୍ଗୀତରେ ସଯାଇଥିଲେ
@AnubhavMohanty_

ଓଡ଼ିଆ ସଙ୍ଗୀତ ଜଗତ ଆଉ ଶ୍ରୋତାଙ୍କୁ ବହୁତ ଗୁଡ଼ାଏ ଅବିସ୍ମରଣୀୟ ଗୀତ ଭେଟିଦେଇଛନ୍ତି ଶ୍ରୀଯୁକ୍ତ ସ୍ଵରୂପ ନାୟକ । କିନ୍ତୁ ଓଡିଶା ପାଇଁ ତାଙ୍କର ସବୁଠୁ ବଡ଼ ଅବଦାନ ହେଲା ଏଇ "ଓଡିଶା ମୋ ଓଡ଼ିଶା" ଗୀତଟି। ଯାହାକୁ ଶୁଣିଲେ, ଆଜିବି ପ୍ରତିଟି ଓଡ଼ିଆର ମନ ଆଉ ପ୍ରାଣରେ ପୁଲକ ଖେଳିଯିବା ନିଶ୍ଚିତ। ନିଃସନ୍ଦେହରେ ଓଡିଶାକୁ ଭଲପାଉଥିବା...

ପ୍ରତିଟି ଲୋକର ହୃଦୟରେ ଏଇ ଗୀତଟି ଚିରଦିନ ପାଇଁ ଗୋଟେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ରହିଥିବ। ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ଏଇ କୃତିଟି ପାଇଁ ସେ ଯୁଗଯୁଗ ଯାଏ ସେ ଅମର... ହଁ, ଏଇ ଗୀତ ସାଙ୍ଗରେ ପିଲାଦିନର କେତେ ସବୁ ସ୍ମୃତି ଜଡ଼ିତ ଅଛି। 

https://twitter.com/AbujhaPua/status/1717889685966733819?t=YRI1NCTX7DDk7rcsbLQ8iw&s=19

'କଳା ମାଣିକ' ରେ ବି ଚମତ୍କାର ଅଭିନୟ  କରିଥିଲେ ସ୍ଵରୂପ ନାୟକ। 

ଆଉ ତାଙ୍କ ନିର୍ଦ୍ଦେଶିତ ଗୀତ ସବୁ !! ରୋମାଣ୍ଟିକ୍  ଗୀତ ଗୁଡିକ ତ ବହୁତ୍ ଭଲ ଲାଗୁଥିଲା। କିନ୍ତୁ Dance Number ଗୁଡା ..ଶୁଣିଲେ ସ୍ପଷ୍ଟ ଜଣାପଡ଼େ ସମୟଠୁ କେତେ ଆଗରେ ଥିଲେ ସେ !!! 

- ଆମେ ସବୁ ପ୍ରଜାପତି 

- ମନ ମାନେନା ମନ ବୁଝେନା

- ଆଇଲା ଆଇଲା ଦେଖ ଆଇଲାରେ

https://twitter.com/AbujhaPua/status/1717858232058957902?t=hNT9A8Ispe_dWasFuJ7WLg&s=19

ସ୍ୱରୂପ ନାୟକ

ଜଣେ ଅଭିନେତା,ଗୀତିକାର। ଜଣେ ଚମତ୍କାର ସଂଗୀତ ନିର୍ଦ୍ଦେଶକ ଭାବେ ବିପୁଳ ଲୋକପ୍ରିୟତା ଅର୍ଜନ କରିଥିଲେ ଉଦଣ୍ଡୀ ସୀତା,ମନରହିଗଲା ତୁମରିଠାରେ,ଆଇ ଲଭ ୟୁ ଇତ୍ଯାଦି। କଲ୍ଯାଣୀ ତାଂକୁ ଘରେ ଘରେ ପରିଚିତି ଆଣି ଦେଇଥିଲା ।

ସେଇ ଅମଳିନ ବ୍ଯକ୍ତିତ୍ୱଂକ ତିରୋଧାନରେ ଅଶ୍ରୁଳ ଶ୍ରଦ୍ଧାଂଜଳି । ଓ‍ଁ ଶାନ୍ତି ଜୟ ଶ୍ରୀ ଜଗନ୍ନାଥ 

ସ୍ୱରୂପ ନାୟକ, ଲୋକପ୍ରିୟ ହେଲେ ରବି କିନ୍ନାଗୀ ନର୍ଦ୍ଦେଶିତ ଉଦଣ୍ଡୀ ସୀତା ସିନେମାର "ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ" ଗୀତ ମାଧ୍ଯମରେ ସେଇ ଗୀତରେ ସେ ଟି.ସୌରିଂକୁ ବି ନୂଆ ସୁଯୋଗ ଦେଇଥିଲେ।

ତା ପରେ ଚହଳ ପକେଇଦେଲା "ଆଇ ଲଭ ୟୁ " ଯାହାର ସଂଗୀତ। ଓଡିଆ ସିନେ ଜଗତରେ ମାଇଲଖୁଣ୍ଟ ।

https://twitter.com/RanjitGutu/status/1717858486682624484?t=2FgE5xna7ecbiUEyT7XE6A&s=19

ଅଭିନେତା ମନୋଜ ମିଶ୍ର ଙ୍କୁ ଦୁଇ ବାସନ୍ଦ କରିବା ପାଇଁ ଓଡି଼ଶା ର ଦୁଇଫାଳିଆ producers association ଏକ ହେଇପାରିଲା କିନ୍ତୁ ମୋର ଗୋଟିଏ ପ୍ରଶ୍ନ ଶସ୍ତା କପି ସିନେମା କରୁଥିବା producer ମାନଙ୍କୁ ban ବାସନ୍ଦ କରିବାର ସତସାହସ ଅଛି ତ?

https://twitter.com/Odiainfotainme1/status/1716824500157968778?t=MpHgufXLNl_KiGXtbwpeXA&s=19

ଦୁଇଜଣ କଳାକାରଙ୍କ ବ୍ୟକ୍ତିଗତ ଝଗଡ଼ା ଧୀରେ ଧୀରେ ଆଞ୍ଚଳିକତାବାଦ ବିଦ୍ବେଷ ଆଡ଼କୁ ଗତି କରିଲାଣି। ଏକଥା କାହାକୁ ଅଛପା ନାହିଁ ଯେ ଏ କଳି ପଛରେ ଶସ୍ତା ସିନେ ସାମ୍ବାଦିକତା ଦାୟୀ କିନ୍ତୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବରଂ ପୁଣି ଗୋଷ୍ଠୀ କରି ସେମାନଙ୍କ ସହଯୋଗରେ ପରସ୍ପର ଉପରକୁ କାଦୁଅ ଫିଙ୍ଗା ଚାଲିଛି। ଆଜିର ପରିସ୍ଥିତି ପାଇଁ ଅନେକାଂଶରେ ମିଶ୍ର ବାବୁ ବି ଦାୟୀ। ନୀରବ ରହିବା ସମୟରେ ଅଯଥା ବାକ୍ ବିତଣ୍ଡା ଆଉ ସ୍ପଷ୍ଟୀକରଣ ଦେବା ସମୟରେ ନୀରବ ରହିବା ମହଙ୍ଗା ପଡିଲା।

https://twitter.com/zubun98/status/1717764660517363817?t=Pm6qdVBq3i-OFZLyZHHzyg&s=19

ଲାଗୁଚି ମିଶ୍ର ବାବୁଙ୍କ ସମର୍ଥକମାନେ ତାଙ୍କୁ ପଶ୍ଚିମ ଓଡ଼ିଶାର ପ୍ରଧାନମନ୍ତ୍ରୀ କଲା ପରେ ହିଁ ଦମ ନେବେ ଠିକ ଠିକ. ରାମ ଠାରୁ କଥା ଆରମ୍ବ ହୋଇ ବର୍ତ୍ତମାନ ମାଲ୍ୟଗିରି ଏବଂ କଟକ ପୋଷ୍ଟର ଚିରା ହେଲାଣି ଏବଂ ଆଗକୁ କୌଣସି ଓଡ଼ିଆ ସିନେମା ପଶ୍ଚିମ ଓଡ଼ିଶାରେ ମୁକ୍ତିଲାଭ କରାଇ ନ ଦେବାର ଧମକ ଆସିଲାଣି କିନ୍ତୁ ମିଶ୍ର ବାବୁ ନୀରବଦ୍ରଷ୍ଟା ସାଜିଛନ୍ତି. ସେପଟେ ପ୍ରଯୋଜକ ସଙ୍ଘ ତରବରିଆ ଭାବରେ ମିଶ୍ର ବାବୁଙ୍କୁ 2 ବର୍ଷ ବାସନ୍ଦ ନ କରି ଯଦି ବ୍ୟକ୍ତିଗତ ଭାବରେ ଆଲୋଚନା କରିଥାନ୍ତେ କଥା ଏତେ ଆଗକୁ ବଢ଼ି ନ ଥାଆନ୍ତା. ଏବେ ମଧ୍ଯ ଡେରି ହୋଇନାହିଁ. ଦୁଇପକ୍ଷ ଆପୋଷ ସମାଧାନ ବାଟ ବାହାର କରିବା ଉଚିତ. ନଚେତ ଗୋଳିଆ ପାଣିରୁ ମାଛ ଧରିବା ପାଇଁ ବହୁତ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଚାହିଁ ବସିଛନ୍ତି.

https://twitter.com/justlalit/status/1717770078198845473?t=ZvJDaRCszTHpptqgE89Ung&s=19


ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୩୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିଛନ୍ତି । ଗାୟକ ଓ ଅଭିନେତା ଭାବେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୬୨ ମସିହାରେ ଜୟଦେବ ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ।

୧୯୮୪ ମସିହାରେ ସେ ପ୍ରଥମ ଥରପାଇଁ ହୀରାନୀଳା ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଉଦଣ୍ଡୀ ସୀତା, ପୁଅ ମୋର ଭୋଳାଶଙ୍କର, କୃଷ୍ଣା କାବେରୀ, ପଞ୍ଜୁରି ଭିତରେ ସାରୀ ଭଳି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

https://twitter.com/DDNewsOdia/status/1717921028633182208?t=bS3pDLNsHLI3aYJxjktHOg&s=19

Swaroop Naik belongs to an illustrious family of artists like Chapala Naik (Parbati Ghose) & Sarada Prasanna Naik. He started career as a child artist in Laxmi (1962). Swaroop, best known as Music Director, was also an actor & lyricist. Featured here in Stree (1968). ଓଁ ଶାନ୍ତି 

He was a veteran in music and film industry before I Love You happened. But yes I Love You boosted his career. Given him a second innings. Yes. He played a lovable Marwadi character in Jasoda.

https://twitter.com/justlalit/status/1717854859708289457?t=wIR2LSPOXUkaoOcesXB7Lw&s=19

ଶଙ୍ଖ ଦଳର ନେତା ଟିକେଟ ଖଣ୍ଡେ ପାଇଁ ନିଜ ସ୍ୱାଭିମାନ, ଓଡ଼ିଆ ଅସ୍ମିତା, ଆଉ ନିଜ ପୂର୍ବ ପୁରୁଷ ଙ୍କ ବଳିଦାନ କୁ ଭାବୁନାହାନ୍ତି। ସବୁ ତାମିଲ ଶାସକ ର କ୍ରୀତଦାସ ହେଇ ମୁଣ୍ଡିଆ ମାରିବାକୁ ପ୍ରସ୍ତୁତ।

https://twitter.com/votepainbaya/status/1717833908589605259?t=j9vTuwNONsUnwCFiKnZ4jg&s=19

ପ୍ରବାଦ ପୁରୁଷ ପରେ ବର୍ବାଦ ପୁରୁଷ,ବିବାଦ ପୁରୁଷେ ଟେକି ଦେଇଣ ସର୍ବସ୍ବ। ଅପବାଦ ଅର୍ଜି ଏବେ ହେବେ ସର୍ବନାଶ।

https://twitter.com/SuryakantDash13/status/1717892331255615651?t=U7tIOlJ0gu6AptpdVQp_8Q&s=19

ଗୋଟିଏ କଥା ଭାବନ୍ତୁ , ଏତେ ବଡ ଜଣେ ମହାନ୍ ସାରସ୍ଵତ ସାଧକ ତାଙ୍କ ବହି ମିଳୁନି, ଏଇଆର ଅର୍ଥ ଆମ ଓଡ଼ିଆ ପାଠକ ସଂଖ୍ୟା କେତେ କାମ, କେବଳ ମନୋଜ ଦାସଙ୍କୁ ଆମର ଗର୍ବ କହିଦେଲେ ସେ ସ୍ଵର୍ଗରେ ଥାଇ ଗଦ ଗଦ ହୋଇଯିବେନି , ବାସ୍ତବ ସମ୍ମାନ ହେବ ଆମେ ସେ ଅମର ସାହିତ୍ୟକୁ କେତେ ପଢ଼ୁଛୁ, କେତେ ପ୍ରସାର କରୁଛୁ। ଆଶା ଏ ଅବସ୍ଥା ର ଉନ୍ନତି ହେବ

https://twitter.com/Biswajit_Sci/status/1717752995033821681?t=Idvb7MNle2-hm08x0b2ABA&s=19

ସୂର୍ଯ୍ୟ ଭାଇ ଟୁଇଟରରେ ନିଷ୍କ୍ରିୟ କିନ୍ତୁ ଫେସବୁକରେ ସକ୍ରିୟ. ଓଡ଼ିଆ ସିନେମାର ସଂରକ୍ଷଣ ପାଇଁ ତାଙ୍କର ଅବଦାନ ଅତୁଲ୍ୟ. ତୁଷାର ସାର, ଏ କ୍ଷେତ୍ରରେ ଆପଣଙ୍କ ଅବଦାନ କିଛି କମ ନୁହେଁ. ଆପଣଙ୍କ ବ୍ଲଗରେ ଥିବା ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ବହି ଏବଂ ସୂଚନା ସବୁ ସୁନା ଖଣି ସଦୃଶ. ଓଡ଼ିଆ ମେଲୋଡ଼ି ସାରଙ୍କ ଟୁଇଟର ହାଣ୍ଡଲ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଓଡ଼ିଆ ଫିଲ୍ମ ଗୀତ ଏବଂ ରେକର୍ଡ ଛବି ଭରି ରହିଛି. ଆଗାମୀ ପିଢ଼ି ଆପଣଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଅବଦାନ ପାଇଁ ଚିର ଋଣୀ ହୋଇ ରହିବ.

Sir Odia sangeeta documentation re apananka abadana atulaniya. Google re kichi nathila bele bi mun apananka blog ru bahut kichi paichi youtu.be/E3QnOguueLQ?si…

https://twitter.com/TaraniTrotter/status/1705509820340809935?t=RQV0jyhM9YsAuCZEfIahLw&s=19

To popularise writings in Odia language in other parts of the world, @Culturedeptt will release 100 Odia short stories of popular authors in Japanese, German, French and Spanish in countries where these languages are widely used. My story in @XpressOdisha

Link in thread. newindianexpress.com/states/odisha/…

@NewIndianXpress @Siba_TNIE @santwana99

https://twitter.com/DianaSahu_TNIE/status/1717475839619862737?t=t9PXogWU6P0ClgAb-dki_A&s=19

ଦକ୍ଷିଣ ଭାରତର ଏଇ ଚଳଣିଟି ଭାରି ମନକୁ ପାଏ। ଆମର ୟାଡ଼େ ଲୋକେ ଅକାଳେ ସକାଳେ ମାଙ୍ଗଳିକ କାର୍ଯ୍ୟ ଥିଲେ ଗଜରା ପିନ୍ଧନ୍ତି। ଦକ୍ଷିଣରେ ଯୁଆଡ଼େ ଯାଇଛି, ଭଲ ସଂଖ୍ୟାରେ ଗଜରା ବିକାଳୀ ଆଉ ଗଜରା ପିନ୍ଧିବା ଲୋକ ଦେଖିଛି। ଅନେକେ ହୁଏତ ନିତି ପିନ୍ଧନ୍ତି।

https://twitter.com/ShivamPatnaik5/status/1717922040597131650?t=3qHMSOn8b16mIVSY3BFGug&s=19

ଷୋଡ଼ଶ ଶତାବ୍ଦୀ ର ଶଶୀସେଣା କାବ୍ୟ।  ସେ ଛାନ୍ଦ କାବ୍ୟ ଯାହା ବହୁମୁଖୀ ଲୋକ ସଙ୍ଗୀତ ରୁପେ ପରିଚିତ ଥିଲା ଆଜି ସମ୍ପୁର୍ଣ୍ଣ ରୁପରେ ଲୁପ୍ତ ପ୍ରାୟ। ମଲୁଣୀ ଚରିତ ରୁପେ ଯାହା ଖରଖରେଇ, ଗଙ୍ଗାଦେବୀ ପୁଜା ତଥା ସରସ୍ୱତୀ  ଓଷା ଭଳି ଶାକ୍ତ ଉପାସନା ରେ ପାରଳା ଓ ଆଖପାଖ ସ୍ଥାନ ରେ ବୋଲାଯାଏ। #folksong #16nthCentury_Odiapoem  by ଡାଳି ମା

https://twitter.com/VAdkri/status/1159751857490710528?t=tGmIG9sf424FknhKTIbfDg&s=19

‘ନବୀନ ଭଲ, ପ୍ୟାରୀ ଖରାପ’, ‘ନବୀନ ଭଲ, ପାଣ୍ଡିଆନ ଖରାପ’ ଆଭିମୁଖ୍ୟ ବିପକ୍ଷକୁ ପକ୍ଷଭୁକ୍ତ କରିଦେଇଛି। ଖରାପକୁ ଯିଏ ବାଛେ ସିଏ ଭଲ!

https://twitter.com/debendraprusty/status/1717872845437702640?t=VZg99IN8BAImBxlA7iUfxw&s=19

ଚଟୁ ଆମିଷ ବେଣ୍ଟ ନିରାମିଷ ।

https://twitter.com/Kshitishsinghs/status/1717877344797643121?t=1e4BGfpg9pfbyc5rlmGGhA&s=19

ସାମ୍ ପିଟ୍ରୋଡ଼ା ଓ ସୁବ୍ରତ ବାଗଚି ଙ୍କ ଜନ୍ମ ଓଡ଼ିଶାରେ। ଏମାନଙ୍କ ଭିନ୍ନ ଅନ୍ୟ ସମସ୍ତେ ଅଣ ଓଡ଼ିଆ। ବିରାଡ଼ି ବୈଷ୍ଣବ ଓ ଷଡ଼ଙ୍ଗୀ ଏଠୁ ନେତା ହେବା ବି ଆମ ପାଇଁ ଅତ୍ୟନ୍ତ ଲଜ୍ଜାକର କଥା। ଦି ଟା ଭୁଲ୍ ଉଦାହରଣ ଆଉ ଏକ ଭୁଲ୍ କୁ ଠିକ୍ ପ୍ରମାଣ କରି ପାରିବ ନାହିଁ

https://twitter.com/ThatBioinfoGuy/status/1717803403328495952?t=0ENqzDewA985UdhMiRUYTA&s=19 

Prominent Advertising Figure Aurobindo Mohanty Mourned as He Passes Away- @AudienceReports
#audiencereports #nationalbrands #brands #PR #prnews

https://twitter.com/AudienceReports/status/1717828993431306568?t=Kviut5Kv3Mv9pKQb7HxK-A&s=19

RIP, Aurobindo Mohanty.

You don't know him. Those who did, are inconsolable today. He was the most unpretentious ad man I ever worked with. Witty, childlike, forgiving, encouraging, intuitive, honest. The perfect branch head and team leader. 

The good die young. I'm devastated. He was an advertising man. I worked with him in Mudra, the ad agency

https://twitter.com/ushrit2020/status/1717069153079591168?t=STih0dCeVMssCCUDiW7-YA&s=19