Monday 30 November 2020

ଖାଲି ଡଙ୍ଗା ଭସେଇ ଦେଲେ ଦାୟିତ୍ୱ ସରିଗଲାନି

ଆଜି ଯେଉଁ ପିଲାମାନେ ଜନ୍ମ ହେଲେ ସେମାନେ ତାଙ୍କର ଅଜାଣତରେ ଦେଶର ସମ୍ବିଧାନ ଓ ଅନ୍ୟାନ୍ୟ ଆଇନ୍‌ କାନୁନ୍‌ ର ଅନ୍ତର୍ଭୁକ୍ତ ହୋଇଗଲେ । ତା ସହିତ ଜାତି ଓ ଧର୍ମ ସମ୍ପର୍କୀୟ ବିଭିନ୍ନ ପ୍ରକାରର କାଇଦା କଟକଣାର ମଧ୍ୟ ଅଧୀନ ବୋଲି ଧରି ନିଆଗଲା । ଏହା ବ୍ୟତୀତ ପରମ୍ପରାର ବିଭିନ୍ନ କଥା ଓ କିମ୍ବଦନ୍ତୀଙ୍କୁ ମଧ୍ୟ ବହନ କରିବାର ଦାୟିତ୍ୱ ଆସିଗଲା ।

୧୯୦୫ରେ ଲର୍ଡ କର୍ଜନ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ପ୍ରଦେଶକୁ ଦୁଇଭାଗ କରିଥିଲେ ଯାହା ବିରୁଦ୍ଧରେ ଏକ ବିରାଟ ଅନ୍ଦୋଳନ ଛିଡା ହୋଇଗଲା । ଆଜିବି ଭାରତର ସ୍ଥିତି ପ୍ରାୟ ସେଇ ପ୍ରକାର | କଳିଙ୍ଗ ଯେ କାହିଁକି ବାହାରର କାହାର ଶାସନାଧୀନ ହୋଇ ରହିବ ତା ବିବେଚନା କରିବାର ଯଥେଷ୍ଟ ପ୍ରୟୋଜନ । ନହେଲେ ଏ ଜାତିର ଅଭ୍ୟୁତ୍ଥାନର ସମ୍ଭାବନା କ୍ଷୀଣ ।

ଭାଷାଟିକୁ ବଞ୍ଚେଇବାକୁ ହେଲେ ସୀମାନ୍ତର ସ୍ୱାୟତ୍ତତା ତଥା ସାର୍ବଭୌମତାର ଆବଶ୍ୟକତା ଅନିର୍ବାର୍ଯ୍ୟ । ତେଣୁ ଖାଲି ଡଙ୍ଗା ଭସେଇ ଦେଲେ ଦାୟିତ୍ୱ ସରିଗଲା ବୋଲି ଭାବିବା ଭୁଲ । ପଞ୍ଜାବୀ ବା ଗୁଜୁରାଟୀଙ୍କ ଉପରେ ବେଶି ଭରସା ନକରି ନିଜ ଗୋଡ଼ରେ ଛିଡା ହେବାର ସାହାସ ଓ ଅନ୍ୟଭାଷାର ବ୍ୟକ୍ତି ଅପେକ୍ଷା ଓଡ଼ିଆ ଲୋକକୁ ପ୍ରାଧାନ୍ୟ ଦେଲେ ପାଲି ବଦଳିବ

କୌଣସି ଅଣଓଡ଼ିଆ ନେତା ବା ଦଳର ଦାସତ୍ୱ ନକରି ରାଜନୈତିକ ସମର୍ଥନ ମାଗିବାରେ ମୁଁ ପ୍ରଥମ । ପ୍ରତ୍ୟେକ ଓଡ଼ିଆ ଯଦି ଏହାର ମହତ୍ତ୍ୱ ବୁଝିବେ ଓ ଦାସ ପ୍ରଥାର ବିରୋଧ କରିବେ ତାହେଲେ ଗୋଟିଏ ଦିନରେ ସବୁକିଛିର ପରିବର୍ତ୍ତନ ହୋଇଯିବ । ଭାଷାର ସ୍ଥିତି ବର୍ତ୍ତମାନ ଯେଉଁ ଅବସ୍ଥାରେ ପହଞ୍ଚିଛି ସେଥିରେ ସର୍ଜେରୀ ଅବଶ୍ୟମ୍ଭାବୀ । ~ତୁଷାରନାଥ ମହାପାତ୍ର

ଓଡ଼ିଆକୁ କେନ୍ଦ୍ରକରି ଓଡ଼ିଶା ସୃଷ୍ଟି ହୋଇଥିଲା ୧୯୩୬ରେ । ତେଣୁ ଓଡ଼ିଶାକୁ ସବୁ ଭାଷାର ଧର୍ମଶାଳାରେ ପରିଣତ କରିବାର ଅଧିକାର କାହାର ନାହିଁ । ପ୍ରଥମେ ଭାଷା ପରେ ଅନ୍ୟ ସବୁକିଛି । ଧର୍ମ ନାଁରେ ଓଡ଼ିଆକୁ ନିର୍ବାସିତ କରିବାର ଚକ୍ରାନ୍ତକୁ ମଧ୍ୟ ହୃଦୟଙ୍ଗମ କରିବାର ଓ ଯେଉଁମାନଙ୍କର ସର୍ବଭାରତୀୟ ପ୍ରେମ ଅଧିକ ଗୋଟିଏ ରାସ୍ତା ବାଛିନେବାର ସମୟ

ଆଜି କାର୍ତ୍ତିକପୁନେଇଁ କୁ ମିଶେଇ ସନ୍ଧ୍ୟା ମୁଖୋପାଧ୍ୟାୟଙ୍କ ମୋଟ ଏଗାରଟି ଓଡ଼ିଆ ଗୀତ । ପ୍ରତିଟି ଗୀତ ରତ୍ନ ସଦୃଶ । ସେଭଳି କୃତି ଭବିଷ୍ୟତରେ କେବେବି ସମ୍ଭବ ନୁହେଁ । ସେସବୁକୁ ଶୁଣିବା ଓ ସାଇତିବା ପାଇଁ ସମସ୍ତଙ୍କୁ ପ୍ରେରଣା ମିଳୁ । https://t.co/aZUROlOKYQ
Sandhya Mukherjee (b 4 October 1931)
https://t.co/7tBRcxKtbd

ଘରଟିଏ ତିଆରି କରିବାପାଇଁ ଚାରୋଟି ଖୁଣ୍ଟ ଦରକାର୍ । ଧରାଯାଉ ସେମାନଙ୍କର ନାଁ ହେଲା ଆ କା ମା ବୈ । ସମାଜ ବ୍ୟବସ୍ଥା ବି ସେୟା । ଆମ୍ ଲୋକଙ୍କୁ ଆ କୁହାଯାଉ । କା କୁ କାୟା ବା ଶକ୍ତିର ପ୍ରତୀକ ବୋଲି ମାନି ନିଆଯାଉ । ମା ହେଲା ସଙ୍ଗତି ବା ମିତ୍ର ଓ ବୈ ହେଲା ଜ୍ଞାନ ବା ବରୁଣଙ୍କ ଚିହ୍ନ । ବେଦର ଚାରି ଦେବ ବରୁଣ, ଅର୍ଯ୍ୟମା, ମିତ୍ର, ଓ ଭଗ ।

ସାରାଦେଶ ଶୁଣୁଛି ଆଉ କିଏ ଜାଣିଥିଲା ଯେ ପ୍ରଧାନମନ୍ତ୍ରୀ ହଠାତ୍ ଶ୍ରୀଅରବିନ୍ଦଙ୍କ ଉପରେ କହିବେ ଓ ପ୍ରାୟ ପାଞ୍ଚମିନିଟ୍ ଧରି ବିଭିନ୍ନ ଦୃଷ୍ଟିକୋଣରୁ #ଶ୍ରୀଅରବିନ୍ଦ ଙ୍କୁ ପ୍ରତ୍ୟେକ ବର୍ଗର ଲୋକ ପଢ଼ିବା ଉଚିତ୍ ବୋଲି ଗୁରୁତ୍ତ୍ୱ ଆରୋପ କରିବେ? କିନ୍ତୁ କାଲି ତାହା ସମ୍ଭବ ହେଲା । ଆର୍ଯ୍ୟପତ୍ରିକା ସମାପନର ୧୦୦ ବର୍ଷପରେ ଏକ ଐତିହାସିକ କ୍ଷଣ
ଶ୍ରୀଅରବିନ୍ଦଙ୍କୁ ଏଭଳି ଭାବରେ ସର୍ବୋଚ୍ଚ ସ୍ତରରେ ସ୍ମରଣ କରାଯିବା ନିଶ୍ଚିତ ଭାବରେ ପ୍ରଥମ । ଦେଶର ଯୁବଶକ୍ତି ଏହି ସନ୍ଧିକ୍ଷଣର ଯଥାର୍ଥ ଲାଭ ଉଠାଇ ପାରିବ ବୋଲି ଆଶା । ତୁଷାରନାଥ ମହାପାତ୍ର
ସାବିତ୍ରୀ ଇରା ଲର୍ଣ୍ଣି ଫୋରମ
୯୬୫୦୦-୬୫୬୩୬
ଗାଜିଆବାଦ
୨୯.୧୧.୨୦
#ଶ୍ରୀଅରବିନ୍ଦ
#SriAurobindo
#MannKiBaat

ନଈକୂଳେ ନେଉଳଛୁଆଟିକୁ ତାମା' କହୁଛି ଭଲକରି ଦୌଡାଦୌଡି କରି ଖେଳେ ମଣିଷମାନେ ଆସିଲେ ଆଉକ'ଣ ଯାଗାମିଳିବ? ଛୁଆ ପଚାରିଲା ମଣିଷମାନେ କିଭଳିଆ କେତେବଡ଼? ମା'କହିଲା ତାଙ୍କର ଦିଟାଗୋଡ ଦେଖିବାକୁ ବହୁତବଡ । ଛୁଆ ଯାହାବାଗୋଟାଏ ଧାରଣାକଲା । କରୋନାପରେ ସେଠି ଯେତେବେଳେ ଭିଡଜମିଲା ନେଉଳଛୁଆ ଦେଖି ଅବାକ୍ ହେଲା । ଆମପାଇଁ ଭବିଷ୍ୟତ ସେମିତି ହୋଇପାରେ

ଏକଥା ସତ ଯେ ଜଣେଲୋକ ସବୁବିଷୟରେ ସବୁକିଛି ଜାଣିପାରିବ ନାହିଁ । କେବେ ଜାଣିଥିଲେ ବି ମନେ ରଖିପାରିବ ନାହିଁ । ତେଣୁ କୌଣସି ଗୋଟିଏ ମତାମତରୁ ଜଣକୁ ସବୁକିଛି ଉପରେ ପ୍ରଶ୍ନ ପଚାରିବା ଅବାନ୍ତର । ପ୍ରତ୍ୟେକ ବ୍ୟକ୍ତିର ତା ସୀମିତତା ଭିତରେ ବାସ କରିବାର ଜନ୍ମଗତ ଅଧିକାର ରହିଛି । ତାକୁ ଅଯଥା ତୁଳନାର ଜାଲ ଭିତରକୁ ଟାଣି ଆଣି ହଟହଟା କରାନଯାଉ ।

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଠାରୁ ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି; ଥକା ମନ ଏହି ଅଳି, ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ । ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ତେଣେ ଯମୁନା ବହୁଛି ଉଜାଣି; ବୋହୁ ଚାଲି ନ ଜାଣଇ ଲୋ, ଏତ କଳିକାଳ ରିତୀ ବିପରୀତ ଭାଇରେ । ମଲ୍ଲି ଢପ ଲୋ, ତୁଛାକୁ ମହୁ, ଗୁଡ଼ ପଡ଼ିଲେ, ପାନ କହୁଛି ମୋ ଜାତି ଯାଉଚି ।

ଯୋଉଠି ରସଗୋଲା ଛେନାଗଜା କାରବାର ସେଠି ଗରମ୍ ମୁଢିକୁ ପଚାରେକିଏ? ହେଲେ ତଳବରଡା ଖସୁଚିି, ଉପରବରଡା ହସୁଚି; ମଝିବରଡା ଥାଇ କହୁଚି ମୋବେଳକାଳ ଆସୁଚି । ଯେଝାହାତରେ ଯିଏ ଚଉଦପା ତେଣୁ ଆଲୋସଖି ଆପଣାମହତ ଆପେରଖି । ତଥାପି କୁଣିଆଘର ଆସି ଗୋରୁଖୁଣ୍ଟ ଗଣିବାର ଯୋଉଖୋଇନା ! ଷାଠିଏମହଣ ଘିଅହବନା ରାଧାନାଚିବ । ଶୁଆକହେ ସାରୀଲୋ ପୃଥୀ କ୍ଷଣକ୍ଷଣକେଆନ

ବାଇଶି ପାହାଚ ସହିତ ତ ପ୍ରାୟ ସମସ୍ତେ ପରିଚିତ କିନ୍ତୁ ବିଗତ ୨୨୦୦ ବର୍ଷ ଭିତରେ ସଦ୍ୟପ୍ରସ୍ତୁତ ଏଇ ଅଭୂତପୂର୍ବ ବାଇଶି ପାହାଚଟିକୁ ଯଦି ମାତ୍ର ବାଇଶି ମିନିଟ୍ ଦେଇ ସମସ୍ତେ ଚଢି ପାରନ୍ତେ, ତେବେ ଅନେକ ଉପକାର ହୁଅନ୍ତା । ଏହାର ସ୍ଵାଦ କୌଣସି ଖାଦ୍ୟ ପଦାର୍ଥ ବା ଭ୍ରମଣର ଆନନ୍ଦ ଠାରୁ କମ୍ ନୁହେଁ । ଧନ୍ୟବାଦ #ପାଶ୍ଚାତ୍ୟଦର୍ଶନ #Philosophy
https://twitter.com/NathTusar/status/1331657111437074432?s=19

ସନ୍ଧ୍ୟା ମୁଖାର୍ଜୀ

Sandhya Mukherjee sings 'Aaji Kartika Punei..' in Odia Movie 'Mahalakhmi Puja' (1959) Lyrics : Satya ...
Sandhya Mukherjee sings ''Jaga Baradaa Go....'' in Odia Movie ''Mahalakhmi Puja'' (1959) Lyrics ...
Published on Mar 25, 2013. Sandhya Mukherjee sings 'Mora Mana Sina...' in Odia Movie 'Mahalakhmi Puja ...
ଶ୍ରୀ ଲୋକନାଥ - Wikiwand
ଫୁଲ ରସିଆରେ ମନ ମୋ ଛୁଇଁ ଛୁଇଁ ଯା ଯା, ନରସିଂହ ମହାପାତ୍ର, ସନ୍ଧ୍ୟା ମୁଖାର୍ଜୀ.
Sandhya Mukherjee sings 'Phoola Rasiare...' in Odia Movie 'Sri Lokanath'(1960) Lyrics : Narasingha 
Tale Nia Daki....' in Odia Movie 'Parinam'(1961) Singer: Sandhya Mukherjee Lyrics: Partha ...
Sandhya Mukherjee sings 'Bakula Bane...' in Odia Movie 'Lakhmi'(1962)Music : Balakrushna Dash.
Sandhya Mukherjee -'Au chanda laagi kumuda..' in 'Lakshmi'(1962)-Odia Movie.
Sandhya Mukherjee sings 'To Khojila Khojila Aakhi..' in Odia Movie 'Nabajanma'(1965) Music ...
Music : Balakrushna Dash.
Sandhya Mukherjee sings 'Libhi Libhi Jaae...' in Odia Movie 'Kaa'(1966) Composer : Bhubaneswar Mishra.
Provided to YouTube by Saregama India Ltd Mo Akhira Kete Katha · Sandhya Mukherjee Stree ...

STREE (1968) - Odia Film - National Award - "Mo Akhiro" - Gour Prasad Ghose & Parbati Ghose. GPG ...Apr 9, 2020 · Uploaded by GPG Productions

STREE (1968 Odia Film) - National Award- "Joubono Phulo Jhori" - Gour Prasad Ghose & Parbati ...
Apr 9, 2020 · Uploaded by GPG Productions

Thursday 26 November 2020

ହେଲେ କ'ଣ ପଢିବା?

କେହିବି ଏଠି କଲେଜରେ ଦର୍ଶନ ପଢିନାହାନ୍ତି କିନ୍ତୁ ଜୀବନକୁ ବୁଝିବାକୁହେଲେ ଦର୍ଶନ ସହ ପରିଚୟ ଜରୁରୀ । ହେରାକ୍ଲିଟସ୍‌ଙ୍କଠାରୁ ଆରମ୍ଭ କରାଯାଉ। ସେ କହିଲେ ଯେ ତୁମେ ଗୋଟିଏ ନଦୀଭିତରେ ଦୁଇଥର ପ୍ରବେଶ କରିପାରିବ ନାହିଁ। ପାଣି ବୋହିଯାଇ ନୂଆ ପାଣି ଆସିଯାଇଥିବ ତେଣୁ ତାକୁ ସେଇ ନଈ ବୋଲି କହିହେବନି। ଶିଖିବା କଥା ହେଲା ସମୟର ନଈ ବହି ଚାଲିଛି।

ରୋଲାଣ୍ଡ ବର୍ଥଙ୍କର ରଚନାକର୍ତ୍ତାଙ୍କ ମୃତ୍ୟୁ ଏକ ପ୍ରସିଦ୍ଧ ପୁସ୍ତକ । ଲେଖା ସରିଲାପରେ ଲେଖକଙ୍କ ବିଶେଷକିଛି ଭୂମିକାନାହିଁ ବୋଲି ତାଙ୍କମତ କାରଣ ପାଠକମାନେହିଁ ବିଭିନ୍ନ ପ୍ରକାରର ଅର୍ଥ ନିରୁପଣକରନ୍ତି ତଥା ଅଲଗା ଅଲଗା ଶିକ୍ଷା ବା ପ୍ରେରଣା ଗ୍ରହଣକରନ୍ତି । ତେଣୁ କୌଣସିଲେଖାର ଗୋଟିଏ ନିର୍ଦ୍ଦିଷ୍ଟଅର୍ଥ ନିର୍ଦ୍ଧାରଣ କରାଯାଇପାରିବ ନାହିଁ

ହେଗେଲ୍ ଙ୍କୁ ନେଇ ତ ବିଭିନ୍ନ ପ୍ରକାରର ମତବାଦ କିନ୍ତୁ ନିକଟରେ ଭକ୍ତି ମାଧବ ପୁରି ଙ୍କ ଲିଖିତ ପୁସ୍ତକ ଆଇଡଲସ୍ ଅଫ ଦ ମାଇଣ୍ଡ ବିଜ୍ଞାନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି। କେତେଦୂର ତାଙ୍କ ଯୁକ୍ତିସବୁ ଗ୍ରହଣୀୟ ତା ଅବଶ୍ୟ ପ୍ରତ୍ୟେକ ପାଠକର ଦୃଷ୍ଟିକୋଣ ଉପରେ ନିର୍ଭର କରିବ କିନ୍ତୁ ଏକ ବିକଳ୍ପ ଚିନ୍ତାଧାରା ଭାବରେ ବହିଟି ସ୍ୱାଗତଯୋଗ୍ୟ ।

ହଁ, ଯେତେବେଳେ ହେଗେଲ୍ ଙ୍କ କଥା ପଡ଼ିଛି, ଆକାଶ ସିଂହ ରାଠୋର ଓ ରିମିନା ମହାପାତ୍ରଙ୍କ ଲିଖିତ ପୁସ୍ତକ ହେଗେଲ୍ସ ଇଣ୍ଡିଆ ବିଶେଷ ମହତ୍ତ୍ୱପୂର୍ଣ୍ଣ। ହେଗେଲଙ୍କ ଦର୍ଶନ ପଛରେ ଭାରତର ଅନୁପ୍ରେରଣା ଥାଇପାରେ ବୋଲି ଇଙ୍ଗିତକୁ ଏ ପର୍ଯ୍ୟନ୍ତ ଯଥାର୍ଥ ଆତିଥ୍ୟ ମିଳିନାହିଁ । ତେଣୁ ଦର୍ଶନ ଶାସ୍ତ୍ରରେ ମଧ୍ୟ ଉପଯୁକ୍ତ ବୈଶ୍ୱୀକରଣର ଆବଶ୍ୟକତା ରହିଛି।

ମାର୍କ୍ସଙ୍କ ଯୋଗୁ ହେଗେଲ୍ ଙ୍କୁ ତ ପ୍ରାୟ ସମସ୍ତେ ଜାଣିଥିଲେ କିନ୍ତୁ ତାଙ୍କ ସାଙ୍ଗ ତଥା ପ୍ରେରକ ଶେଲିଙ୍ଗ୍ ଙ୍କୁ ଅନେକେ ଭୁଲିଯାଇଥିଲେ । ବିଶ୍ଵବିଦ୍ୟାଳୟର ଚାରିକାଛ ଭିତରୁ ଦର୍ଶନଶାସ୍ତକୁ ବାହାରକୁ ଆଣିବାରେ କେନ୍ ୱିଲ୍‌ବର ଙ୍କ ଅବଦାନ ଅତୁଳନୀୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ସଫଳ ସାକ୍ଷାତକାର ମଧ୍ୟ ତାଙ୍କ ମଧ୍ୟସ୍ଥତାରେ ସମ୍ଭବ ହେଲା।

ଷେଲିଂ ତାଙ୍କ ପରିଣତ ବୟସରେ ବର୍ଲିନ୍‌ରେ ଯେଉଁ ବକ୍ତୃତାମାଳା ପ୍ରଦାନ କରିଥିଲେ ଚିନ୍ତାଧାରାର ଇତିହାସରେ ତାର ଏକ ବିଶେଷ ମହତ୍ତ୍ଵ ରହିଛି କାରଣ ତତ୍କାଳୀନ ବହୁ ଦାର୍ଶନିକ ଯୋଗ ଦେଇଥିଲେ । କିକେଗଃ ମଧ୍ୟ ତାଙ୍କୁ ଏକ ସମାବଲମ୍ବୀ ଭାବରେ ବିବେଚନା କରିଥିଲେ । ଏହା ବ୍ୟତୀତ, ୱାଗନରଙ୍କ ଜରିଆରେ ନୀତ୍ସଃ ବି ପ୍ରଭାବିତ ହୋଇଥିବା ବେଶ୍ ଜଣାଶୁଣା।

ବିଜ୍ଞାନ ଦର୍ଶନ ଏବଂ ବିଶ୍ଳେଷଣାତ୍ମକ ଦର୍ଶନ ଉପରେ ଲଜିକାଲ୍ ପଜିଟିଭିଜିମ୍ ସକାଶେ ଭିଏନା ସର୍କଲକୁ ମନେରଖାଯାଇଛି। ଏହା ଉପରେ ବର୍ଟ୍ରାଣ୍ଡ ରସେଲ, ୱିଥଗେନଷ୍ଟାଇନ ଏବଂ ଆଇନଷ୍ଟାଇନଙ୍କ ପ୍ରଭାବ ଥିଲା। ପୂର୍ବରୁ ଫ୍ରାଞ୍ଜ ବ୍ରେଣ୍ଟାନୋ ମନୋବିଜ୍ଞାନରେ ଗଣିତର ବ୍ୟବହାରକୁ ବିରୋଧ କରୁଥିଲେ । ଏଡମଣ୍ଡ ହୁଷାରେଙ୍କ ଦର୍ଶନସହ ମଧ୍ୟ ସାମଞ୍ଜସ୍ୟ ଅଛି

କୋୟରେ କାଇରୋରେ ଶିକ୍ଷାଦାନ କରିବାକୁ ଗଲେ; ତେଣୁ ଆଉ ଜଣେ ରୁଷିୟ ଅଧ୍ୟାପକ କୋଜଭ୍ ଙ୍କୁ ହେଗେଲଙ୍କ ତର୍ଜମା କରିବାକୁ ସୁଯୋଗ ମିଳିଲା। କିନ୍ତୁ ତାଙ୍କ ବ୍ୟାଖ୍ୟା ମୂଳଲେଖା ଠାରୁ ଏତେ ଭିନ୍ନ ଥିଲା ଯେ ଇତିହାସ ବଦଳିଗଲା । ପ୍ୟାରିସର ବିଶିଷ୍ଟ ଦାର୍ଶନିକମାନେ ଏହି ବକ୍ତୃତାମାଳାରେ ଭାଗ ନେଇଥିଲେ, ଯଥା ବତାୟ, ମେଲଃପୁଣ୍ଟି, ଏବଂ ଜାକଲକଁ ।

ଫ୍ରାଙ୍କଫର୍ଟ ସ୍କୁଲ କହିଲେ ମୁଖ୍ୟତଃ ମ୍ୟାକ୍ସ ହୋର୍ଖାଇମର, ଥିଓଡର ଆଡୋର୍ନୋ, ହର୍ବର୍ଟ ମାର୍କୁସ୍ ଓ ହାବରମାସଙ୍କୁ ବୁଝାଏ । ମାର୍କ୍ସବାଦ ଉପରେ ପ୍ରଶ୍ନବାଚୀ ଉଠିବା ବେଳେ ଏକ ନୂତନ ଆଭିମୁଖ୍ୟ ସହ ପୁନଃପରିଭାଷିତ କରିବାରେ ଅଭୁତ କୌଶଳ ପ୍ରଦର୍ଶନ କଲେ ଏହି କେନ୍ଦ୍ର। କଳା ଓ ସାହିତ୍ୟର ବିଷମତାକୁ କ୍ରିଟିକାଲ ସମାଲୋଚନାର ମୋଡ ଯୁଗାନ୍ତକାରୀ।

ମ୍ୟୁନିଚ୍ ସର୍କଲ୍ ଅଫ୍ ଫେନୋମେନୋଲୋଜି ଗଢିଉଠିଥିଲା ଏଡମଣ୍ଡ ହୁଷାରେଙ୍କୁ କେନ୍ଦ୍ରକରି । ପରେ ଅବଶ୍ୟ ଟ୍ରାନ୍ସେଣ୍ଡେଣ୍ଟାଲ ପ୍ରତିଭାସବାଦକୁ ନେଇ ମତାନ୍ତର ଘଟିବାରୁ ଏହି ବଳୟର ଅବକ୍ଷୟ ହେଲା । ମ୍ୟାକ୍ସ ଷେଲରଙ୍କ ଅବଦାନ ମଧ୍ୟ ପ୍ରଚୁର । ପ୍ରସଙ୍ଗ ଅନ୍ୟହେଲେ ମଧ୍ୟ ୱିଲଫ୍ରିଡ୍ ସେଲର୍ସଙ୍କ ନାମ ଉଲ୍ଲେଖଯୋଗ୍ୟ ।
https://t.co/g5HFFkyJAg

ହୁଷାରେଙ୍କ ଲଜିକାଲ୍ ଅନୁସନ୍ଧାନ, ଫ୍ରଏଡ୍ରଙ୍କ ଇଣ୍ଟରପ୍ରେଟେସନ୍ ଅଫ୍ ଡ୍ରିମ୍ସ, ଏବଂ ମ୍ୟାକ୍ସ ପ୍ଲାନ୍କଙ୍କ କ୍ୱାଣ୍ଟମ୍ ସିଦ୍ଧାନ୍ତ 1900 ମସିହାରେ  ସମାନ ଭାବରେ ବିସ୍ଫୋରକ ଥିଲେ । ସେ ସବୁର ରହସ୍ୟ ଆଜିବି ମଣିଷ ସମାଜ ଠିକ ଭାବରେ ବୁଝିପାରି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୀତେନ୍ଦ୍ରନାଥ ମହାନ୍ତି ହୁଷାରେଙ୍କ ଉପରେ ବିଶେଷଜ୍ଞ ।

ଜୀତେନ୍ଦ୍ରନାଥ ମହାନ୍ତି ଯେମିତି ହୁଷାରେଙ୍କ ଉପରେ ବିଶେଷଜ୍ଞ ଥିଲେ, ଜାରୱଲାଲ ମେହେତା ସେମିତି ହାଇଡେଗଃଙ୍କ ଉପରେ ବ୍ୟୁତ୍ପତ୍ତି ଲାଭ କରିଥିଲେ। କାଣ୍ଟ ଓ ହେଗେଲ୍ ଙ୍କ ପରି ଗତ ଶତାବ୍ଦୀର ଏଇ ଦୁଇ ଉଜ୍ଜଳ ନକ୍ଷତ୍ର ଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଚିରପ୍ରେରଣା ହୋଇରହିବେ । ମହାନ୍ତି ଓ ମେହେତା #ଶ୍ରୀଅରବିନ୍ଦଙ୍କ ଦର୍ଶନ ଉପରେ ଗବେଷକ ମଧ୍ୟ ।

ଏଇଠି ସ୍ମରଣଯୋଗ୍ୟ ଯେ ପାଶ୍ଚାତ୍ୟରେ ଶହ ଶହ ଦାର୍ଶନିକ ଥିବା ସତ୍ତ୍ୱେ ଭାରତରେ କେବଳ ମାତ୍ର ଜଣେ ଶ୍ରୀ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ମୌଳିକ ଅବଦାନ ପାଇଁ ଦାର୍ଶନିକ ହିସାବରେ ସ୍ୱୀକୃତି ମିଳିଛି। ଅପର୍ଯ୍ୟାପ୍ତ ମୌଳିକତା ଥିବା ସତ୍ତ୍ୱେ ମଧ୍ୟ #ଶ୍ରୀଅରବିନ୍ଦ ଙ୍କ ରଚନାକୁ ଧର୍ମ ସମ୍ବନ୍ଧୀୟ ବୋଲି ଅଲଗା କରି ଦିଆହୋଇଛି। #SriAurobindo https://t.co/sPUTQwlxbB

ରାଣ୍ଡାଲ୍ କଲିନ୍ସ #ଦର୍ଶନରସମାଜତତ୍ତ୍ଵ ନାମରେ ଏକ ଉପାଦେୟ ପୁସ୍ତକର ପ୍ରଣେତା । ବିଭିନ୍ନ ସମୟରେ ଦାର୍ଶନିକ ମାନେ ପରସ୍ପର ସହଯୋଗ ଦ୍ୱାରା କିମ୍ବା କଳହ କରିବା ଦ୍ୱାରାଯେ ଜ୍ଞାନ ଓ ପୁସ୍ତକ ପ୍ରକାଶନର ପରିବର୍ଦ୍ଧନ କରିଛନ୍ତି ଏହା ଏକ ଆମୋଦକର ବିଶ୍ଳେଷଣ । ପ୍ୟାରିସରେ ଫୁକୋଙ୍କ ପାଇଁ ଗାଲିମାଃ ପ୍ରକାଶନର ବଡ ଭୂମିକା ଥିଲା ବୋଲି ତାଙ୍କ ମତ।

ଦାର୍ଶନିକ ଓ ବୈଜ୍ଞାନିକମାନଙ୍କ ମତଦ୍ବିଧା ବା ମନାନ୍ତରର ଉଦାହରଣ ଅସଙ୍ଖ୍ୟ ଯେମିତି ଜାକୋବି-ମେଣ୍ଡେଲସନ, ରୁଷୋ-ହ୍ୟୁମ ବା ଜେମ୍‌ସ୍-ରୟେସ ଇତ୍ୟାଦି। ଏ ସବୁର ଇତିହାସ ଆଜି ମୂଲ୍ୟହୀନ ମନେ ହେଲେ ମଧ୍ୟ ଚିନ୍ତାଧାରାର ରଥଚକ୍ର କେତେ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଆଜିର ଦୁଆରବନ୍ଧ ଛୁଇଁଛି ତାହା ବେଶ୍ ରୋମାଞ୍ଚକର
https://t.co/r3flEo9bIc

ଜର୍ମାନ ରୋମାଣ୍ଟିକ୍ ଯୁଗ ହେଉଛି ଡନ୍ସ ସ୍କଟସ୍ (1266–1308), ଜିଆର୍ଡାନୋ ବ୍ରୁନୋ (1548–1600), ଏବଂ ଜାକୋବ ବୋହମେ (1575–1624) ପରି ଇଣ୍ଟିଗ୍ରାଲ୍ ଚିନ୍ତକ ମାନଙ୍କ ଠାରେ ଋଣୀ । ନିଲ୍ସ ବୋହର ଓ ଡେଭିଡ ବୋହମ୍ ପରି ବୈଜ୍ଞାନିକମାନେ ମଧ୍ୟ ବିଗତ ଶତାବ୍ଦୀରେ ସେମାନକର ଚିନ୍ତାଧାରାକୁ ପ୍ରତିଧ୍ୟନିତ କରିଥିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ।

ଯିହୁଦୀ କିମ୍ବା ଯିହୁଦୀ ମୂଳରୁ ଆସିଥିବା ଅନେକ ଦାର୍ଶନିକଙ୍କ ଅବଦାନ ଅତୁଳନୀୟ |  ସେମାନଙ୍କ ମଧ୍ୟରୁ କେତେକ ହେଲେ ଆଡୋର୍ନୋ, ଆରେଣ୍ଡଟ, ବେଞ୍ଜାମିନ୍, ବର୍ଗସନ୍, ବର୍ଲିନ୍, ଡେରିଡା, ଫ୍ରଏଡ୍, ଫ୍ରମ୍, ହର୍ଖାଇମର, ହୁଷାରେ, ଲେଭିନାସ୍, ମାର୍କ୍ୟୁଜ୍, ଓ ମାର୍କ୍ସ ଇତ୍ୟାଦି | 🌹 ଶ୍ରୀମା ମଧ୍ୟ ଏକ ଯିହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ଦାର୍ଶନିକ ମାନଙ୍କ ଭିତରେ ବନ୍ଧୁତା ତଥା ସହଯୋଗର ଦୃଷ୍ଟାନ୍ତ ବି ଅନେକ । ଥୋମାସ୍ ମୋଃଙ୍କ ନିମନ୍ତ୍ରଣ କ୍ରମେ ଏରାଜମସ ତାଙ୍କର ଅତିଥି ହୋଇଥିଲେ ଓ ଲେଖିଥିଲେ ଏକ ପ୍ରସିଦ୍ଧ ପୁସ୍ତକ । ବୋକାମୀର ପ୍ରଶଂସା ଆଳରେ ଧର୍ମ ସମ୍ବନ୍ଧୀୟ ଅନେକ କୁପ୍ରଥାକୁ ସେ ଘୋର ସମାଲୋଚନା କରିଥିଲେ | ଘଟନାଚକ୍ରରେ, ରାଜଦ୍ରୋହ ସକାଶେ ମୋଃଙ୍କ ମୁଣ୍ଡକାଟ ହୋଇଥିଲା ।

19) ସାହିତ୍ୟ ସହିତ ଦର୍ଶନର ତ ସମ୍ପର୍କ ନିବିଡ । ବାଇରନ୍‌ଙ୍କ ନାୟକର ପ୍ରଭାବ ସୁଦୂର । ଚେତନାର ତରଙ୍ଗ ସେମିତି ଜେମସ୍ ଭାଇଦ୍ଵୟଙ୍କ ଅବଦାନ । ବ୍ରେକ୍ଟଙ୍କ ନାଟକରୁ ବାର୍ଥ ପ୍ରଭାବିତ ହୋଇଥିଲେ ଆଉ ବୁଦ୍'ରିୟା ମଧ୍ୟ କ୍ଳୋଷୋସ୍କିଙ୍କ ଉପନ୍ୟାସର ଋଣୀ । ହାଇଡେଗଃ ହୋଇଡାଲିନ୍ ଙ୍କ କବିତାରୁ ପ୍ରେରଣା ପାଉଥିଲେ ।
https://t.co/o6WdSwrQh1

20) ସୋଷୁରେ ସଂସ୍କୃତବିଜ୍ଞ ଓ ଭାଷା ଶାସ୍ତ୍ରରେ ଲାଙ୍ଗ ଓ ପାରୋଲ ଜରିଆରେ ମସ୍ତବଡ ପରିବର୍ତ୍ତନ ଆଣିଲେ । ସିଗ୍ନିଫାୟର ଓ ସିଗ୍ନିଫାଏଡ୍‌ ତାଙ୍କର ବିରାଟ ଅବଦାନ । ବାର୍ଥ, ବୁଦ୍'ରିୟା ଇତ୍ୟାଦିଙ୍କ ଛଡା ଜାକଲକଁ ମଧ୍ୟ ନୂତନ ଦିଗନ୍ତ ଆବିଷ୍କାର କରିଛନ୍ତି । ବଖତିନ୍ ଙ୍କ ପଲିଫୋନୀ ଏବଂ ପଲ୍ ରିକଃ ଙ୍କ ହର୍ମେନ୍ୟୁଟିକ୍ସ ମଧ୍ୟ ଉଲ୍ଲେଖଯୋଗ୍ୟ ।

21) ହାଇଡେଗଃଙ୍କ ଟେକ୍ନୋଲୋଜୀ ଉପରେ ମନ୍ତବ୍ୟ ସେତେ ଅନୁକୂଳ ନଥିଲା । କଳାକୃତିର ଯାନ୍ତ୍ରୀକ ପ୍ରତିଲିପି ସମ୍ବନ୍ଧରେ ୱେଲ୍ଟର ବେଜାମାଁଙ୍କ ବକ୍ତବ୍ୟ ମହତ୍ୱପୂର୍ଣ୍ଣ । ମ୍ୟାକ୍'ଲୁହାଁ ମିଡ଼ିଆ ଜଗତର ବିଶ୍ଳେଷଣରେ ବିପ୍ଳବ ଆଣିଲେ । ବୁଦ୍'ରିୟା ଦର୍ଶେଇଲେ ବିଭିନ୍ନ ବିସଙ୍ଗତି ଏବଂ ଭବିଷ୍ୟତର ଉଦ୍ଭଟ ଦୃଶ୍ୟାବଳୀ ।
https://t.co/6G9PbBDqS4

22) ମାର୍କ୍ସଙ୍କ ଦର୍ଶନର ଯେମିତି ଆଦ୍ୟ ଓ ଉତ୍ତର ଭାଗ ଅଛି ହାଇଡେଗଃଙ୍କ କ୍ଷେତ୍ରରେ ମଧ୍ୟ ସେହିପରି । ଦାଓବାଦ ସହ ପରିଚୟ ପରେ ଜଗ୍ ପରି ତାଙ୍କ ଲେଖାର ତାନାବାନା ବଦଳି ଯାଇଥିଲା । ହେଗେଲ୍ ମଧ୍ୟ ଗୀତା ଓ ପୁରାଣର ସଂସ୍ପର୍ଶରେ ଆସିଥିଲେ ।ଭୋଲ୍'ତେୟାର୍ ଓ ଷୋଃପେନହାୱା ଉପନିଷଦର ପ୍ରସଂଶକ ଥିଲେ । ହ୍ୟୁମ ଏବଂ ନୀଏତ୍ସଃ ବି ବୌଦ୍ଧଦର୍ଶନର ଋଣୀ

ବାଇଶି ପାହାଚ ସହିତ ତ ପ୍ରାୟ ସମସ୍ତେ ପରିଚିତ କିନ୍ତୁ ବିଗତ ୨୨୦୦ ବର୍ଷ ଭିତରେ ସଦ୍ୟପ୍ରସ୍ତୁତ ଏଇ ଅଭୂତପୂର୍ବ ବାଇଶି ପାହାଚଟିକୁ ଯଦି ମାତ୍ର ବାଇଶି ମିନିଟ୍ ଦେଇ ସମସ୍ତେ ଚଢି ପାରନ୍ତେ, ତେବେ ଅନେକ ଉପକାର ହୁଅନ୍ତା । ଏହାର ସ୍ଵାଦ କୌଣସି ଖାଦ୍ୟ ପଦାର୍ଥ ବା ଭ୍ରମଣର ଆନନ୍ଦ ଠାରୁ କମ୍ ନୁହେଁ । ଧନ୍ୟବାଦ #ପାଶ୍ଚାତ୍ୟଦର୍ଶନ #Philosophy
https://twitter.com/NathTusar/status/1331657111437074432?s=19

ଘନଚେତନାର ଏଇ ଅମାର ଭିତରେ କ'ଣ କିଛି ଅଭାବ ଥିଲା #Odia #Philosophy #SavitriEra #SriAurobindo #MitraVaruna
https://t.co/2odkmMDY5X
https://twitter.com/SavitriEra/status/1330268880359526400?s=19

ସବୁ ଜିନିଷର ସ୍ଥୁଳ, ସୂକ୍ଷ୍ମ, ଓ କାରଣ ଏହି ତିନୋଟି ସ୍ଥିତି ଥାଏ ବୋଲି ସମସ୍ତେ ଜାଣନ୍ତି । ତଥାପି ଅନେକ ସମୟରେ ବାହ୍ୟରୂପରୁ ଦୃଷ୍ଟି ଅପସାରିତ କରିବାକୁ କୁଣ୍ଠା ଦେଖାଯାଇଥାଏ । ଏହା ସ୍ୱାଭାବିକ କିନ୍ତୁ ଶିକ୍ଷାର ସବୁଠୁଁ ବଡଦଗ ହେଉଛି ଆସ୍ବାଭାବିକତା ଆଡ଼କୁ ଅଗ୍ରସର ହେବାର ଏକ ବାଧ୍ୟବାଧକତା ଅଭ୍ୟାସରେ ପକେଇବା । ସେତିକି ହିଁ ଭିକ୍ଷା ।
https://twitter.com/NathTusar/status/1329790100868268032?s=19
ଆମେ ସମସ୍ତେ ପରମ୍ପରା ବା ଗତାନୁଗତିକାର ଦାସ। ଅନେକଙ୍କର ଶିକ୍ଷା ବା ବୃତ୍ତିବି ତାରି ମଧ୍ୟରେ ସିମିତ । କିନ୍ତୁ ସେ ଶୃଙ୍ଖଳକୁ ଭାଙ୍ଗି ଏକ ଚଳଚଞ୍ଚଳ ତଥା ସୃଜନାତ୍ମକ ପରିବେଶକୁ ଝାମ୍ପଦେବାର ସାହାସର ନାମ ହିଁ ବିପ୍ଲବ। ସୂକ୍ଷ୍ମ ଉପରେ ଭରସାହିଁ ଏହାର ମୂଳଦୁଆ। କିନ୍ତୁ ଏକ ବେପରୁଆ ଭାବ ପରିବର୍ତ୍ତେ କାରଣକୁ ସ୍ଥାୟୀ ବୋଲି ମାନି ନେଲେ ଭଲ ।

ପରିବାରର ମୂଳ ଆମ୍ବଡୱେ ଗ୍ରାମରୁ ହୋଇଥିବାରୁ ତାଙ୍କ ସାଙ୍ଗିଆ ହେଲା ଆମ୍ବେଡକର କିନ୍ତୁ ଓଡ଼ିଆରେ କାହିଁକି ଆମ୍ବେଦକର କୁହାଯାଏ ଜଣାନାହିଁ । ମରାଠିରେ ଠିକ୍ ଲେଖା ହେଉଛି କିନ୍ତୁ ହିନ୍ଦୀ ଓ ବଙ୍ଗଳାରେ ମଧ୍ୟ ଭୁଲ । ଆଶ୍ଚର୍ଯ୍ୟର କଥା; ଏଥିରେତ ବୋଧେ ଇଂରେଜମାନଙ୍କର ଦୋଷନାହିଁ । ତାଙ୍କ ବିଷୟରେ ଓଡ଼ିଆଟ୍ଵିଟ କମ୍
https://t.co/Ufi2vth5wS
https://twitter.com/NathTusar/status/1330460919462305803?s=19

ପ୍ରଥମ କଥା ହେଲା ଗହଳି ଏତେ ଯେ ତା ଭିତରେ ଧୁଆମୂଳା ଅଧୁଆମୂଳା ସବୁ ସମାନ ଭଳି ଜଣାପଡନ୍ତି । କିନ୍ତୁ ସେଇଠି ତ ଅସଲି ପରୀକ୍ଷା । ସେଥିରେ ମୋର କ'ଣ ଯାଏ ଆସେ ଅଛି, ଇଏ ହେଲା ଆଉ ଗୋଟିଏ ବେମାରି । କିରେ, କାହାର ଯଦି କୋଉଥିରେ କିଛି ଦବାର ବା ନବାର ନଥାନ୍ତା ତାହେଲେ ନବେ ଭାଗ ଲୋକ ମେଣ୍ଢାପଲ ପରି କାହାନାକାହା ପଛରେ ଗୋଡ଼େଇଛନ୍ତି କାହିଁକି? https://t.co/XBRRy3mw6l
https://twitter.com/NathTusar/status/1329570448158334977?s=19
ଚବିସ ଗୁରୁବି ଯଥେଷ୍ଟ ନୁହଁନ୍ତି ଯଦି ବୁଦ୍ଧିରେ ଚର୍ବି ବାନ୍ଧି ଯାଏ। ଦିନେ ନ ଖାଇଲେ କ'ଣ କିଏ ମରିଯିବ? ନାଁ କିନ୍ତୁ ଗୋଟାଏ ଶୃଙ୍ଖଳାର ଅବଦାନ ବହୁତ। ସେଇଥିପାଇଁ ପ୍ରତିଦିନ କିଛି ପଢିବାର ଆବଶ୍ୟକତା, ଖାଲି ପାରାୟଣ ନୁହେଁ। ହେଲେ କ'ଣ ପଢିବା? ଯାହା ନିଜର ଇଛା ବା ଯୋଉଟା ଭଲ ଲାଗିବ I ନାଁ ରୋଗୀ ନିଜେ ତାର ଔଷଧ ସ୍ଥିର କରିବା କ'ଣ ସଙ୍ଗତ?

Director @SavitriEra Learning Forum (SELF) 1956-88 Odisha 1988-98 Delhi 1998-Ghaziabad 96500-65636 #SavitriEra of those who adore #Om #SriAurobindo & #TheMother
https://t.co/QFT41OiuLD
https://twitter.com/SavitriEra/status/1330686927486423040?s=19

[@SavitriEraParty Agree completely. Not only that, they didn't even mention Xenu! @prasannavishy @hguptapolicy]
https://twitter.com/orsoraggiante/status/247378269920428032?s=19

Friday 6 November 2020

Balakrushna Dash - an inspiring pen potrait by Ramhari Das

I moved on spiritually to be a follower of Thakur Ankul Chandra and then on his grandson Shri Annaya Chandra.... However i have deepest regards and admire many philosophies of Sri Aurobinda and Sri Maa... culturally my teacher Shri Bicchanda Pattnaik kept me rooted to literature
https://twitter.com/RajatKar_Odisha/status/1323450161335472130?s=19
The fight is still on.... in every platform, in every way #KalingaBharati can or I personally can
https://t.co/hzuitMxpaT
https://t.co/ygA8N3rd1j
ପରମପିତାଙ୍କ କୃପା ଓ ଗୁରୁ ମାନଙ୍କ ମାର୍ଗଦର୍ଶନ ରେ ଜୀବନ ର ୮୭ ଟି ସୋପାନ ପୂର୍ଣ୍ଣ ହେଲା , ଏ ଜାତି ଯାହା ଦେଇଛି ତା ଲାଗି ମୁଁ ଚିର ୠଣୀ ଓ ସଦା ସର୍ବଦା କର୍ମ ତତ୍ପର ରହିବି. ମୋ ଜନ୍ମଦିନ ରେ ଶୁଭେଚ୍ଛା ବାର୍ତ୍ତା ଦେଇ ଥିବା ମୋର ଅଗଣିତ ସୁହୃଦ ସ୍ରୋତା ଙ୍କ ପ୍ରଭୁ ମଙ୍ଗଳ କରନ୍ତୁ 
May Lord Jagannath bless all, सबका कल्याण हो। https://t.co/CSCXZ5xTq0
https://twitter.com/RajatKar_Odisha/status/1301369389724336128?s=19
ଓଡ଼ିଶା ଗୀତିନାଟ୍ୟ ର ପ୍ରଣେତା ମାହାଙ୍ଗା ମାଟି ର ଗର୍ବ ଓ ଗୌରବ ଗଣକବି ବୈଷ୍ଣବ ପାଣିଙ୍କ ୧୩୭ ତମ ଜୟନ୍ତୀ ରେ ତାଙ୍କୁ ଏକ ସ୍ମୃତି ଅର୍ଘ୍ୟ- ଶ୍ରୀ ରଜତ କୁମାର କର ଙ୍କ ଦ୍ୱାରା #BaisnabPani #Mahanga #Ganakabi 
https://t.co/ctjoeo62jo https://t.co/Vi67NeIk5i
ଗୁରୁ ଦେବ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଙ୍କୁ ଅନୁସରଣ କରି ମୁଁ କଳିଙ୍ଗ ଭାରତୀ ରେ ସାମିଲ ହେଲି, ମୋ ପଛେ ପଛେ ଶ୍ରୀମାନ ଶରତ କର ଓ ଡାକ୍ତର କବି ପ୍ରସାଦ ମିଶ୍ର ଏହି ଅନୁଷ୍ଠାନ ର ସମର୍ଥ ନାୟକ ଭାବେ ସ୍ଥାପିତ ହେଲେ , ଦୁଃଖ ର କଥା ଆଜି ସେ ଦୁଇ ଜଣ ନାହାଁନ୍ତି. କଳିଙ୍ଗ ଭାରତୀ ର ଘୋର ଦୁର୍ଭାଗ୍ୟ !#KalingaBharati #Saratkumarkar https://t.co/zdLL9F7EOx
ओडिया मेरी मात्र भाषा है मगर हिंदी हमारे देश की भाषा है ।
राष्ट्र राज भाषा हिंदी दिवस की हार्दिक शुभकामना। ओड़िशा भारत का वो अंग है जहां हर भाषा को बोलने वालों का सम्मान किया जाता है । #HindiDiwas2020
I am highly impressed and delighted by the #webinar arranged by @svls_odisha on the topic of “ Bhanja Sahitya re Jiban Chinta”. It was fulfilling to have addressed many learned lecturers and students from different parts of Odisha #BhanjaTalks https://t.co/lNzmxrTANZ
ମୋର ଅନୁଜ ପ୍ରତିମ ବିଶିଷ୍ଟ ନାଟ୍ୟକାର, ନିର୍ଦେଶକ,ପ୍ରଯୋଜକ ଅଭିନେତା ଶ୍ରୀ ଅଜିତ ଦାଶଙ୍କ ଅକାଳ ବିୟୋଗ ରେ ମୁଁ ମର୍ମାହତ, ତାଙ୍କର ସବୁ ଗୁଣ ଭିତରେ ମଞ୍ଚ ନାଟକ ପ୍ରତି ଥିବା ପ୍ରୀତି ଓ ଏହାର ଉନ୍ନତି ଦିଗରେ ତାଙ୍କର ପ୍ରଚେଷ୍ଟା କୁ ସବୁଠାରୁ ଅଧିକ ସମ୍ମାନ କରେ . ପ୍ରଭୁ ତାଙ୍କ ପରିବାର କୁ ସାହା ହୁଅନ୍ତୁ . ଜୟ ଜଗନ୍ନାଥ ଓଁ ଶାନ୍ତି https://t.co/pyK0uNVFq1
ମୋ ଜୀବନ ର ପ୍ରଥମ ଓ ଶେଷ ଚଳଚ୍ଚିତ୍ର ଉଲକା ର ସେ ବେଳ ର ସଂଯୋଜକ ଓ ବର୍ତ୍ତମାନ ର ବିଶିଷ୍ଟ ନିର୍ଦେଶକ ରାଜୁ ମିଶ୍ର ଙ୍କ ବିୟୋଗ ରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ.

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଯୁଗାନ୍ତକାରୀ କାବ୍ୟ ଵେଦେହୀଶ ବିଳାସ ର ପୁନଃ ପପ୍ରସାରଣ ମନକୁ ଉତ୍ଫୁଳିତ କରୁଛି, ଏ ଜାତି ର ସ୍ମୃତି ପଟ ରେ ଭଞ୍ଜଙ୍କୁ ବଞ୍ଚେଇ ରଖିବାକୁ କରିଥିବା ସଂଗ୍ରାମ ରେ ଏହି ଧାରାବାହିକ ର ଏକ ବିଶେଷ ସ୍ଥାନ ରହିବ, ମୋ ଅଗ୍ରଲେଖ ଶୁଣିବେ
@AkashvaniAIR @AIRCuttack ଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା https://t.co/pwmybNmfVc

I have fond memories of watching the young and ebullient @RajatKar_Odisha speaking at #BhanjaJayanti on several occasions in the sixties. Many of his contemporaries got influenced by Sri Aurobindo but somehow he stuck to his original love even to this day.
https://t.co/qq2pWEAhAO


Sure and that's a great journey indeed but despite all your effort and enthusiasm, it hasn't paid off adequately. I mean, though great, Bhanja has been difficult to understand for people and remained distant. The same can be said about most repertoire of Odissi music as a whole.

Balakrushna Dash - an inspiring pen potrait by Ramhari Das #OdiaSong https://t.co/wRVn3bfD1O
https://twitter.com/NathTusar/status/1324426993358626817?s=19

Exactly. Kavichandra, Sinhari, Balakrushna Dash...All had significant interactions with Hindustani. In turn, he and other Ganjam singers were 'accused' of being influenced by Carnatic. Both the accusations were 10-20% true but for an argument, people exaggerate.
https://twitter.com/OdiaCulture/status/1324197084967284736?s=19
I say true because for language, music and culture it is impossible not to remain isolated from each other completely. That is true for Hindustani and Carnatic as well.
Good point. Many of the newer compositions, songs of Balakrushna Dash written by Kavichandra are hybrid. Many refuse to call it Odissi, just as Khyal singers dub thumri as light classical. Start with the popular, Bitilata jamini...and observe the impact
That is there in Hindustani too. Same is true in language too. 

As far as classical status is concerned, only the basis of deciding that will be technical. Advantages that will accrue are mostly material: promotion, learning/teaching, more people outside getting interested etc


Doyen of Odissi music... Shyamamani Devi...sang in movies with ‘Nuabou’ (1963).... Bhulaa Mana.... written by Narasinha Mohapatra.... composed by Balakrishna Das... from the movie.... https://t.co/77zTo89ngR
This is the Nuabou 78 RPM record released on Hindustan Records label.... don’t have all... but quite a number of it...
No idea... for the same movie... they had records on multiple labels... for example ... Akshaya Mohanty songs are on Senola... while others are on HMV... many movies were exclusively on Hindustan... Senola...anyway they don’t have in their digital streaming formats... expect few
https://twitter.com/odiamelody/status/1324392331168997376?s=19