Tuesday 26 January 2021

କୁଇ ଭାଷା ଓ ବଜାସାଲ୍

Conversation
ସମୟ ଥିଲା ଯେବେ ଏ ପୁରସ୍କାର କେବଳ ଚଳଚ୍ଚିତ୍ର , କ୍ରିକେଟ ତାରକା ଓ ଚାଟୁକାର ସାମ୍ବାଦିକଙ୍କ ହସ୍ତମୁଦି ମାମଲା ଥିଲା। ଦେଶ ଜାତି ପାଇଁ ଉତ୍ସର୍ଗିକୃତ ଲୋକ ଏହାର ହକଦାର। ଖୁସି ଆଜି ପ୍ରକୃତ ଲୋକକୁ ମିଳୁଛି। ଜୟ ହିନ୍ଦ।

Debiprasad @AskLipun  ନିଜ ଅନୁସାରେ ଆଞ୍ଚଳିକବାଦରେ ସଜାଇବା ବାମପନ୍ଥୀଙ୍କର ଅଭ୍ୟାସ, @mihir_ameodia
ଏଠି ଓଡ଼ିଆକୁ ନେଇ କୌଣସି ମନ୍ତ୍ୟବ ଦେଇ ନାହାନ୍ତି, ଜଣେ ସାଧାରଣ ଜନତାକୁ ପଚାରନ୍ତୁ ୬ ବର୍ଷ ଭିତରେ ପଦ୍ମ ପୁରସ୍କାର କେତେ ବଣ ମଲ୍ଲିଙ୍କୁ ଦେଶ ସାମ୍ନାରେ ରଖଛି, ବୁଦ୍ଧିଜୀବି ମାନେ ହତାଶ ହେଇପଡିଛନ୍ତି କାରଣ ସରକାର ସେମାନଙ୍କୁ ପଚାରୁନି
Odia Culture @OdiaCulture
Replying to @HINDU_hiteswar and @mihir_ameodia
ଉପଦେଶ ଦେବା ଆଗରୁ ମୂଳ ଟୁଇଟ ଦେଖନ୍ତୁ। 'କେବଳ' କ୍ରିକେଟ, ଚଳଚ୍ଚିତ୍ର ଓ ଚାଟୁକର ସାମ୍ବାଦିକଙ୍କୁ ଦିଆଯାଏ କହି ପୁରା ପୁରସ୍କାର ଉପରେ ପ୍ରଶ୍ନ ଉଠାଇ ଓଡ଼ିଶାର ଏ ବରପୁତ୍ର ମାନଙ୍କ ପୁରସ୍କାର ପାଇବାର ଯୋଗ୍ୟତାକୁ ନେଇ ସନ୍ଦେହ କରିବେ ଆଉ ଆମେ ଚୁପଚାପ ରହିବୁ?
ଓଡ଼ିଶାରୁ ପଦ୍ମବିଭୂଷଣ ପାଇଛନ୍ତି ଗୁରୁ କେଳୁଚରଣ, ସୀତାକାନ୍ତ ମହାପାତ୍ର, ରଘୁନାଥ ମହାପାତ୍ର। ପଦ୍ମଭୂଷଣ ପଣ୍ଡିତ ନୀଳକଣ୍ଠ, ଡଃ ପରିଜା, ଗୋପୀନାଥ ମହାନ୍ତି, ରମାକାନ୍ତ ରଥ, କାଳିନ୍ଦୀ ପାଣିଗ୍ରାହୀ, ଡଃ ରାଧାନାଥ ରଥ। ଏ ଭିତରୁ ଚଳଚ୍ଚିତ୍ର/କ୍ରିକେଟ ତାରକା ବା ଚାଟୁକାର ସାମ୍ବାଦିକ କିଏ?

@Sahu2004  ଭାଇ, ତାଙ୍କୁ କହି କିଛି ଲାଭ ନାହିଁ। ସିଏ ଠିକ୍।ବୁଝନ୍ତି କିନ୍ତୁ ଓଲଟା କହି କଥା ବୁଲେଇବାକୁ ଚେଷ୍ଟା କରନ୍ତି। କେତେ ବର୍ଷରେ କେତେ ପାଇଥିଲେ ଓଡ଼ିଶାରୁ ଆଉ ଏବେ କେତେ ପାଉଛନ୍ତି ପଚାରିଲେ ସେ ଠିକ୍ ବୁଝିବେ କାରଣ ଓଡ଼ିଶାରେ ସାରଦେଶାଇ ଦତ୍ତା ଭଳି ଚାଟୁକାର ଆଗରୁ ନଥିଲେ, ଏବେ ଆସିଛନ୍ତି। ପରେ କେବେ ସେମିତି ପାଇବେ ବୋଧେ।

@otvkhabar ଦିଲ୍ଲୀ ରାଜପଥରେ କଳାହାଣ୍ଡିର ଲୋକପ୍ରିୟ ନୃତ୍ୟ ବଜାସାଲ୍ ଦେଶ ଦେଖିଲା ଓଡ଼ିଶାର କମାଲ। ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଓଡ଼ିଆ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ପରିବେଷଣ କରାଯାଇଛି କଳାହାଣ୍ଡିର ଲୋକପ୍ରିୟ ନୃତ୍ୟ ବଜାସାଲ୍ । #RepublicDay2021 #India

@MurliSharmaBJP ସାମାଜିକ ସଚେତନତା ଉପରେ ଉଚ୍ଚକୋଟିର କାବ୍ୟ ଏବଂ ଓଡ଼ିଆ ସମେତ ସଂସ୍କୃତ ଏବଂ କୁଇ ଭାଷାରେ ଭିନ୍ନ ଭିନ୍ନ ତାଳ, ଲୟ ଓ ସ୍ୱରରେ ୫୦ ହଜାରରୁ ଅଧିକ ଗୀତ ଗାଇ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା କନ୍ଧମାଳ ଜିଲ୍ଲାର ଜନଜାତି ସମାଜ ସଂସ୍କାରକ ପୂର୍ଣ୍ଣମାସୀ ଜାନିଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା । #PeoplesPadma

@Luckyoneandone ସାମାଜିକ କାର୍ଯ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ପାଇବାକୁ ମନୋନୀତ ଶାନ୍ତି ଦେବୀ ଙ୍କୁ ଅନେକ ଶୁଭେଚ୍ଛା।ଓଡିଶା କୁ ଅଗ୍ରାଧିକାର ଦେଇଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅଶେଷ ଧନ୍ୟବାଦ। #PadmaAwards2021

@NEWS7Odia ଓଡ଼ିଆ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ସହିଦ ନନ୍ଦୁରାମଙ୍କୁ ବୀରଚକ୍ର ସମ୍ମାନ

#BREAKING Veteran Odia actor Shanti Swarup Mishra (left) passes away while undergoing treatment at a nursing home in Sambalpur. Mishra is known for his roles in Mana Akasha (1974), Krushna Sudama (1976)
@otvkhabar ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ, ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଗାଧୁଆ ଘରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ଶାନ୍ତିସ୍ୱରୂପ #Odisha

@manik_sing5239 New video by OTV: Veteran Odia Cine Star Shanti Swarup Mishra No More youtu.be/WDYMAMvheKY
(ଗୀତ ବହିରେ ମୋ ନାଁ)

@PratinidhiOdia ବର୍ଷୀୟାନ ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ #Odisha #RIP #ShantiSwarupMishra #Actor


@OdishaLive ପ୍ରଥମ ଓଡ଼ିଆ ମହିଳା ଭାବେ ‘ଶାନ୍ତିସ୍ଵରୂପ ଭଟ୍ଟନାଗର ପୁରସ୍କାର’ ପାଇବେ ପ୍ରଫେସର ଜ୍ୟୋତିର୍ମୟୀ ଦାଶ

Sunday 24 January 2021

ରବି ମିଶ୍ର, ଲଳିତ ନାୟକ, ଓ ଗୋପାଳ କୃଷ୍ଣ ମହାପାତ୍ର

 ଇଣ୍ଟେଲେକ୍ଟସ୍ ଦ୍ୱାରା ୨୦୧୫ଠାରୁ ପ୍ରଦାନ କରାଯାଉଥିବା ବାର୍ଷିକ ପ୍ରବାସୀ ଭାଷା ସମ୍ମାନ ଶୃଙ୍ଖଳାର ସର୍ବୋଚ୍ଚ ସମ୍ମାନ 'ଆମ ଗୌରବ' ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଆଠଜଣ ବିଶିଷ୍ଟ ବ୍ୟକ୍ତି/ମହିଳାଙ୍କୁ ପ୍ରଦାନ କରାଯାଇଛି। ଏ ବର୍ଷ ପାଇଁ ତାହା ଡଃ ଜଗନ୍ନାଥ ପ୍ରସାଦ ଦାସଙ୍କୁ ଦିଆଯିବ
ଏହି ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିବା ଅନ୍ୟମାନେ ହେଲେ ୨୦୨୦ - ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ୨୦୧୯ - ଡଃ ପ୍ରତିଭା ରାୟ ୨୦୧୮ - ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ୨୦୧୭ - ଶ୍ରୀଯୁକ୍ତ ଘନଶ୍ୟାମ ମହାପାତ୍ର ୨୦୧୬ - ଶ୍ରୀଯୁକ୍ତ ବିଭୁତି ପଟ୍ଟନାୟକ ୨୦୧୫ - ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଡଃ ରାମଚନ୍ଦ୍ର ଖୁଣ୍ଟିଆ 

 ସିନେମା କେହି ଦେଖୁ ନାହାଁନ୍ତି ବୋଲି ସବୁବେଳେ କଥା ଉଠୁଛି। ଆଛା କହିଲେ ଆଜିକାଲି କେହି ଓଡ଼ିଆ ମୁସିକ ଚାନେଲ ନିଜ ପରିବାର ସାମ୍ନାରେ ଚଳେଇ ପାରିବେ।ଏତେ ଅଶ୍ଳୀଳ ଲିରିକ୍ସ ଆଣୁଛନ୍ତି କୋଉଠୁ। ଡାନ୍ସ ବି ତାକୁ ବଳି। ଲୋକ ନିଶ୍ଚୟ ଦେଖିବାକୁ ଯିବେ ଯଦି ପୁରୁଣା ଓଡ଼ିଆ ସିନେମା ତାର ହୃତ ଗୌରବ ଆଉ ଥରେ ଫେରି ପାଇବ। #ଓଡ଼ିଆସଂସ୍କୃତି

@amaresh_otv ଅବସରପ୍ରାପ୍ତ ଆଇଏଏସ ଅଫିସର ହୃଷିକେଶ ପଣ୍ଡା ବହୁତ ଭଲ ଗପ ଓ ଉପନ୍ୟାସ ଲେଖନ୍ତି। ଖୁବ ଅଲଗା ଷ୍ଟାଇଲ ତାଙ୍କର। ପାଠକ ଏକାଦିକ୍ରମେ ପଢି ପାରିଲା ପରି ଫ୍ଲୋ। କେବେ ସୁଯୋଗ ପାଇଲେ ତାଙ୍କ ବହି ନିଶ୍ଚୟ ପଢନ୍ତୁ। ଏବେ ବୋଧେ ସେ ଆଉ ବେଶୀ ଲେଖୁ ନାହାନ୍ତି। ଆଉଗୋଟେ ଉପନ୍ୟାସ ତାଙ୍କର ଅଛି 'ମିଛ ଖୁସି ସତ ଦୁଃଖ' ବୋଧେ, ଠିକରେ ମନେପଡୁନି।

ଚଟପଟିଆରେ ଗୋପାଳିଆ, ବୋକା ବନାଏରେ ଗୋପାଳିଆ ....... ଓଡ଼ିଆ ଟେଲି ଧାରାବାହିକ ‘#ଗୋପାଳ_ରହସ୍ୟ’ ର ଏହା ଥିଲା ଶୀର୍ଷକ ଗୀତ। ଆଉ ଏହି ଗୀତ ବହୁତ ପୁରୁଣା ହେଲେ ବି ଆଜି ବି ଦର୍ଶକଙ୍କ ମନେ ରହିଛି। ସବୁଠୁ ଖାସ କଥା ହେଲା ଅଭିନେତା #ରବି_ମିଶ୍ର ଙ୍କୁ ଦେଖିଲେ ଦର୍ଶକଙ୍କ ମନରେ ସେହି ପୁରୁଣା ସ୍ମୃତି ଆହୁରି ସତେଜ ହୋଇଯାଏ। (୧/୨) କାରଣ ଏହି ଧାରାବାହିକରେ ରବି ମିଶ୍ରଙ୍କ ବେଶଭୂଷାଠୁ ଆରମ୍ଭ କରି ତାଙ୍କ ଚରିତ୍ର ବେଶ ଆକର୍ଷଣୀୟ ଥିଲା। ଲୋକ ଏହି ସିରିଏଲ ଦେଖି ହସି ହସି ବେଦମ ହୁଅନ୍ତି। ଏବେ ସିନା ‘ଗୋପାଳ ରହସ୍ୟ’ର #ଗୋପାଳିଆ ରବି ମିଶ୍ର ନାହାନ୍ତି କିନ୍ତୁ ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଗୋପାଳିଆ ଭାବେ ସବୁବେଳେ ମନେ ରହିବେ। (୨/୨)

 ଜନ ର ବନ୍ଧୁ,ସଖା ସହୋଦର,ଗରୀବ ର ସାଥି,ଶ୍ରମିକଙ୍କ ବଳ, ରୋଗୀ ପାଇଁ ସେବା ଓ ସାନ୍ତ୍ୱନା ବଲାଙ୍ଗୀର ର ବିଶିଷ୍ଟ ଶ୍ରମିକ ନେତା ସମାଜସେବୀ ଲଳିତ ନାୟକ କାକା ଆଉ ଆମ ଗହଣରେ ନାହାନ୍ତି।ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ ହୋଇଛି। ଓଁ ଶାନ୍ତି

,ଓଁ ଶାନ୍ତି ,, ଭଦ୍ରକ ର ଗର୍ବ ଗୌରବ,,ଗୋପାଳ କୃଷ୍ଣ ମହାପାତ୍ର,, ପ୍ରଖ୍ୟାତ କୁସ୍ତି ଯୋଦ୍ଧା, ବିଶ୍ୱରେ ପ୍ରତିଯୋଗିତା ବେଳେ ମସ୍କୋ ଗୋଲଡ଼ ବିଜେତା ଭାବେ ପୁରା ଦେଶରେ ନାଁ କରିଥିଲେ,, ଆଜି ଆଉ ସେ ଆମ ଗହଣରେ ନାହାନ୍ତି, ସମସ୍ତଙ୍କୁ ଛାଡ଼ି ଚାଲିଗଲେ l ତାଂକ ବିୟୋଗ ରେ ଭଦ୍ରକରେ ଶୋକର ଛାୟା ଖେଳି ଯାଇଛି l

 ଯାଇ ନାହାନ୍ତି ନିଜ ମାଟିର ମହକକୁ... ଆନ୍ତର୍ଜାତିକ ଫିଲ୍ମ ପ୍ରଯୋଜକ ତଥା ପ୍ରଚାରକ ଶ୍ରୀ ଜିତେନ୍ଦ୍ର ମିଶ୍ର ବର୍ତ୍ତମାନ ଓଡ଼ିଶାର କଳା ଓ ସଂସ୍କୃତି କୁ ଆଧାର କରି ଆନ୍ତର୍ଜାତିକ ସ୍ତରୀୟ ଏକ ଫିଲ୍ମ କରିବାକୁ ଯୋଜନା କରିଛନ୍ତି ଯାହାର ଅଧିକାଂଶ ଭାଗ ପଶ୍ଚିମ ଓଡ଼ିଶାରେ ସୁଟିଂ ହେବାକୁ ଯାଉଛି ।

ଆମେ ଅପାରଗ। କେବେ ନେତାଜୀ ଙ୍କୁ ଉଚିତ ସମ୍ମାନ ଦେବାକୁ ବଙ୍ଗ ବାସୀ ପଛେଇ ନାହାନ୍ତି। କିନ୍ତୁ ଏକ କୈନ୍ଦ୍ରିକ ପୂଜ୍ୟପୂଜା ରେ ଓଡ଼ିଆଏ ଅନ୍ଧ

@OdiaCulture ଜେରି ରାଓ ତାଙ୍କର 'ଦ ଇଣ୍ଡିଆନ କଞ୍ଜର୍ଭେଟିଭ - ଏ ହିଷ୍ଟ୍ରି ଅଫ ଇଣ୍ଡିଆନ ରାଇଟ ଉଇଙ୍ଗ ଥଟ' ରେ ସେ ଦାଦାଭାଇ ନାରୋଜୀଙ୍କ ଠୁଁ ନେଇ ମହାତ୍ମା ଗାନ୍ଧୀଙ୍କ ଯାଏଁ ସମସ୍ତଙ୍କୁ ରାଇଟ ଉଇଙ୍ଗ ଚିନ୍ତାଧାରାର ବୋଲି ଚିତ୍ରଣ କରିଛନ୍ତି। କେବଳ ଜଣେ ହିଁ ବିଶିଷ୍ଟ ନେତା ତାଙ୍କ ରାଇଟ ଉଇଙ୍ଗ ସଜ୍ଞାରେ ଆସି ନାହାନ୍ତି। ସେ ହେଲେ ନେତାଜୀ ସୁଭାଷ।

Wednesday 20 January 2021

ସଭ୍ୟସମାଜ ଆଳରେ ପ୍ରାଚୀନ ଶବ୍ଦର ହତ୍ୟା

Conversation
Johannes Beltz
@JOHBELTZ
ଦିନନାଥ ପାଠୀଙ୍କ ସମ୍ପାଦିତ “ଚିତ୍ରଶାସ୍ତ୍ର”, ଓଡିଶୀ ଚିତ୍ରକଳାର ପ୍ରାଚୀନ ବ୍ୟାକରଣ https://odishasambad.in/chitra-shastra-a-palm-leaf-manuscript-from-odisha-a-review/ via 
@Odisha
 Sambad
ଦିନନାଥ ପାଠୀଙ୍କ ସମ୍ପାଦିତ “ଚିତ୍ରଶାସ୍ତ୍ର”, ଓଡିଶୀ ଚିତ୍ରକଳାର ପ୍ରାଚୀନ ବ୍ୟାକରଣ - Odisha Sambad
odishasambad.in
11:39 AM · Jan 17, 2021 from Zurich, Switzerland·Twitter for Android
Kedar Mishra
@MishraKedar1
11:36 AM · Jan 17, 2021·

Sibá
@Smahiam Replying to
@supriya_ 
@Smahiam Replying to
@supriya_m9
and
@mishra9_supriya
ଠିକ ଅଛି ସେଇଟା,ଅନେକ ସ୍କଲାର ଅଛନ୍ତି ଆଉ ତାଙ୍କର ଅନେକ ମତ ଅଛି|କିନ୍ତୁ corroborative ଉତ୍ସ ଐତିହାସିକ ତଥ୍ୟ କୁ ମଜବୁତ କରାଏ | ମୋ ମତରେ ଆହୁରି ଗବେଷଣା କରି,ଅନ୍ୟ ଶିଳାଲେଖ ନହଲେ ପ୍ରାଚୀନ ଧାର୍ମିକ ଓ ନାଟକୀୟ ଲେଖାରୁ ଖାରବେଳଙ୍କ ନା ବାହାରକରିବା ର ଅଛି ( ମାନୁଛି ଏଇଟା ପାଖପାଖି ଅସମ୍ଭବ ଓ କଷ୍ଟ ୟେ ସମୟରେ )
11:58 AM · Dec 26, 2020·

ପ୍ରମୋଦ କୁମାର ପଣ୍ଡା
@PramodpandaVk
Replying to 
@akala_kushmanda
ଚିହ୍ନଟ ପାଇଁ ଆମ ଇତିହାସ ଓ ପୁରାଣରେ ସାଜ୍ଞା ଅତି ପ୍ରାଚୀନ। ଏହା ଆମେ କାହାର ବଂଶଧର ତାହା ଜଣା ପଡେ। ୩୦୦୦ ବର୍ଷ ତଳର ହାତୀଗୁମ୍ଫା ଶିଳାଲେଖ ର ପ୍ରଥମ ଧାଡିରେ ଖାରବେଳ ନିଜର ପରିଚୟ ତାଙ୍କ ବଂଶ-ଗୋତ୍ର ପରିଚୟରେ ଆରମ୍ଭ କରୁଛନ୍ତି। ଐର ମହାମେଘବାହାନ ଖାରବେଳ - ଐର ଅର୍ଥାତ୍ (ବୈଦିକ) ଇରାଙ୍କ ବଂଶଧର। ଏମିତି ଆହୁରି ଅନେକେ ଅଛନ୍ତି।
9:01 PM · Nov 15, 2020

ପ୍ରମୋଦ କୁମାର ପଣ୍ଡା
@PramodpandaVk
Oct 30, 2020
ଦେବୀପୂଜାର ପରମ୍ପରା ସବୁବେଳେ କଳିଙ୍ଗରୁ ପୁନର୍ଆରମ୍ଭ ହୋଇଛି। 
ଯଜାତି କେଶରୀ ଦୂର୍ଗାପୂଜାରୁ ଶାସନ ଆରମ୍ଭ କରିଥିଲେ। ତାଙ୍କ ପରେ ଖାରବେଳ ଗଜଲକ୍ଷ୍ମୀ ସଂସ୍କୃତିର ପ୍ରଚଳନ କରିଥିଲେ। ହାତୀଗୁମ୍ଫାରେ ଗଜଲକ୍ଷ୍ମୀଙ୍କ ଖୋଦିତ ଚିତ୍ରର ସମୟ ୩୦୦୦ ବର୍ଷରୁ ଅଧିକ। ଆଉ ସବୁ ଗଜଲକ୍ଷ୍ମୀଙ୍କ ପ୍ରତିକୃତି, ମୁଦ୍ରା ତାପରେ।
#କଳିଙ୍ଗୀୟ_ପରମ୍ପରା

Omprakas Pattanaik ଓମପ୍ରକାଶ ପଟ୍ଟନାୟକ
@omprakas1947
Replying to 
@itzchampak
ସମ୍ପୂର୍ଣ୍ଣ ସହମତ। 
ଖାରବେଳ ଓ କପିଳେନ୍ଦ୍ର ଦେବ ବିଶାଳ ସାମ୍ରାଜ୍ଯ ସ୍ଥାପନ କରି ତତ୍କାଳୀନ ସମୟରେ ଆମରାଜ୍ୟର ଯଶ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ କରିଥିଲେ। କିନ୍ତୁ, ବର୍ତ୍ତମାନର ଓଡ଼ିଆ ସମାଜ ନରସିଂହ ଓ ଚୋଡଗଙ୍ଗଙ୍କ ସହ ବେଶୀ ସଂଷ୍ଳିଷ୍ଟ, ସେମାନଙ୍କର ସେଇ ଦୁଇ ଅମର କୀର୍ତ୍ତି ମାଧ୍ଯମରେ।
1:02 PM · Dec 20, 2020·

Conversation
संजय
@sanjaykhilar
ପାଇକ ବିଦ୍ରୋହ ସ୍ମାରକ ଯେତେବେଳେ ରାଷ୍ଟ୍ର ଏକତା ଓ ପରାକ୍ରମର ନୂତନ ଏକ ପରିଚୟ ସୃଷ୍ଟି କରିବାକୁ ଯାଉଛି ସେତେବେଳେ ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ରକ୍ଷକ ବାମପନ୍ଥୀ ବୁଦ୍ଧିଜୀବୀମାନେ ରାଷ୍ଟ୍ର ଏକତା ଅପେକ୍ଷା ଉଗ୍ରଆଞ୍ଚଳିକବାଦ ଆଳରେ ରାଜ୍ୟ ଭବିଷ୍ୟତ ପିଢ଼ିକୁ ଜାତୀୟ ମୁଖ୍ୟସ୍ରୋତରୁ ଦୂରେଇ ରଖିବାପାଇଁ ଚେଷ୍ଟାରତ।
#PaikaRebellion1817
12:41 PM · Dec 8, 2019

Shivam Patnaik
@ShivamPatnaik2
Dec 29, 2020
Replying to 
@VAdkri
@Dhammachakka_
 and 
@adrakwali
ଅନ୍ୟ ଭାଷାକୁ ଆମ ଲିପିରେ ଲେଖିବା ପାଇଁ ନୂତନ ଅକ୍ଷର ଉଦ୍ଭାବନ କରିବା ମୋ ମତରେ ଭୁଲ୍ ନୁହେଁ। ଆମର 'ୱ' ଦିନେ ସେମିତି ହିଁ ଆରମ୍ଭ ହେଇଥିଲା। ଭାଷା ଆଉ ଲିପି ପୂରାପୂରି ଏକା ଜିନିଷ ନୁହେଁ। ରୋମାନ୍ ଲିପିରେ ବି ନୂଆ ଅକ୍ଷର ଯୋଡ଼ାଯାଇ କେତେ ଭାଷା ଲେଖାଯାଉଛି। ଅବଶ୍ୟ ନୂଆ ଅକ୍ଷର ଗୁଡ଼ିକ ଓଡ଼ିଆ ଭାଷା ଅନ୍ତର୍ଭୁକ୍ତ ବୋଲି କହିବା ଭୁଲ୍ ହେବ।
Shivam Patnaik
@ShivamPatnaik2
·
Dec 29, 2020
ଶେଷ ଧାଡ଼ିରେ ଲେଖିଥିବା "ନୂଆ ଅକ୍ଷର" ସେଇ ଅକ୍ଷର ଗୁଡ଼ିକୁ ବୁଝାଏ ଯାହାଙ୍କର ଉଚ୍ଚାରଣ ଓଡ଼ିଆରେ ନାହିଁ। ଏମାନଙ୍କ ଭିତରେ 'ୱ' ନାହିଁ। ମୂଳ ରୂପରେ ଓଡ଼ିଆରେ 'ୱ' ସ୍ୱତନ୍ତ୍ର ଭାବରେ ଉଚ୍ଚାରଣ ନ ହେଉଥିଲେ ହେଁ ଆମେ ଅନ୍ୟ ଭାଷାରୁ କେତେ ଗୁଡ଼ିଏ ଶବ୍ଦ ଆହରଣ କରିଛନ୍ତି ଯେଉଁଗୁଡ଼ିକରେ 'ୱ' ଉଚ୍ଚାରଣ କରାଯାଏ। ତେଣୁ ମୋ ମତରେ 'ୱ' ଓଡ଼ିଆ।

Butterfly Gopi किशन ૐ
@ShrutiSambhar
·
Dec 25, 2020
ଘଇତା , ଗେରସ୍ତ , ମାଇପ, ମିଣିପି, ବୁଡ଼, ଡୁବ ଯଦି ଖରାପ ଶବ୍ଦ ତେବେ ଫକୀର ମୋହନ ସେନାପତି କେମିତି ଉପନ୍ୟାସ ରେ ଲେଖି ଦେଇଗଲେ ଏ ସବୁ। ଖୋକା ଭାଇ କେମିତି ଗୀତ ଲେଖିଗଲେ ଏ ସବୁ ଶବ୍ଦ ନେଇ??Relieved faceRelieved face
Binay Mohapatra#Nopolitics
@mohapatra_binay
Replying to 
@ShrutiSambhar
ଏ ସବୁ ଶବ୍ଦ ଏବେବି ଗାଆଁ ଗହଳରେ ପ୍ରଚଳିତ ଅଛି ଏବଂ କବି ଲେଖକମାନେ ଆବଶ୍ୟକ ସ୍ଥଳେ ବ୍ୟବହାର କରୁଛନ୍ତି ମଧ୍ୟ । କିନ୍ତୁ ଅନେକ ଲୋକ ସଭ୍ୟସମାଜ ଆଳରେ ଏପରି ଗୁଡାଏ ପ୍ରାଚୀନ ଶବ୍ଦର ହତ୍ୟା କରିଦେବେ ।
3:29 PM · Dec 26, 2020·Twitter 
shreeJay odisha
@bharatiyammm
·
Dec 26, 2020
Replying to 
@mohapatra_binay
 and 
@ShrutiSambhar
ବହୁତ ଶବ୍ଦ ଖରାପ sense ରେ ବ୍ୟବହାର ହଉଥିଲା, ଏଣୁ ଶିକ୍ଷିତ ଲୋକ ଏହାକୁ ବନ୍ଦ କରିଦେଲେ।
Binay Mohapatra#Nopolitics
·
Dec 26, 2020
ଶବ୍ଦର ମର୍ଯ୍ୟାଦା ଓ ଗାମ୍ଭୀର୍ଯ୍ୟ ତାର ବ୍ୟବହାର ଉପରେ ନିର୍ଭର କରେ । ତେଣୁ ବ୍ୟବହାର କର୍ତ୍ତା ଉପରେ ଶବ୍ଦର ଶାଳୀନତା ନର୍ଭର କରେ ।
shreeJay odisha
@bharatiyammm
·
Dec 26, 2020
ମୁ ଏକମତ ନୁହେଁ, କେହି ଯଦି କୁହେ ତୋ ମାଇକିନିଆ ଟା ବହୁତ ଭଦ୍ର , କେମିତି feel ହେବ ସାର
Binay Mohapatra#Nopolitics
·
Dec 26, 2020
ଏପରି ବାକ୍ୟ ଅନେକ ଅଞ୍ଚଳରେ ପ୍ରଚଳିତ ଅଛି । ସ୍ଥାନ ଓ ପାତ୍ର ହିସାବରେ ବାର୍ତ୍ତାଳାପ ଅଲଗା ହୋଇଯାଏ । ସବୁ ଶବ୍ଦ ସବୁ ସ୍ଥାନରେ ସମାନ ସମ୍ମାନ ପାଏନି ।

Conversation
Johannes Beltz Retweeted
Odia Culture
@OdiaCulture
Bhima Bhoi: The Making of a Modern Saint by 
@JOHBELTZ
Bhima Bhoi: The Making of a Modern Saint
academia.edu
11:35 AM · Oct 3, 2020·