Saturday, 24 May 2025

ଧାଡିଏ ବି ଓଡିଆ ନାହିଁ

Collated by Tusar Nath Mohapatra 

https://youtu.be/HG16cOT7vmM?si=jwENu3wYD6r4bRkZ

🌧️✨💞 Love feels different when it rains… and this one pours! 🌧️💖
Sidharth Music and Babushaan Film Presents "Oda Lage" – a beautiful melody from the upcoming film "Bou Buttu Bhuta", starring the beloved duo Babushaan & Archita.
Create Reels:    / 557744970722251  ​

#OdaLage#BBBSecondSingle#BouButtuBhuta#BabushaanMohanty#architasahu#BabushaanFilms
Stay tuned to @sidharthmusicofficial and @BabushaanFilms for more updates. 🔥 

Audio Credits :
------------------------------------------------
Song: Oda Lage
Film: Bou Buttu Bhuta
Album No: SM- 8910
Music: Gaurav Anand
Lyrics: Bapu Goswami
Singer: Babushaan Mohanty, Subhashree Jena

Keyboard & Rhythm Programming: Abhishek Panigrahi
Guitars: Dichen Nayak
Daffli & Percussions: Abhishek Panigrahi
Chorus: Gaurav, Somesh, Milan, Sambhab & Debu
Babushaan's Vocals Recorded by: Somesh Satpathy
Subhashree's Vocals Recorded by: Sambit Mohanty
Shoot Mix: Abhishek Panigrahi
Music Consultant: Kumar Debanand & Bunny Mohanty
Mixed and Mastered at Somesh Studio by Somesh Satpathy
Assisted by: Sambit Mohanty and Sambhab Pani

Video Credits:
-----------------------------------------------------------
Starring: Babushaan, Archita
Director: Jagdish Mishra
Producer: Tripti Satpathy
DOP : Rudrakanta Singh
Executive producer : Sambit Jena
Chief Associate Director: Rakesh Kumar Barik
Assistant Director: Jyoti Shankar Das, Adisesh Mohanty, Rohan Kar, Rajendra Sahu, Siddharth Acharya
Choreographer: Amit Nayak
BGM : Abhishek Panigrahi
Sound Design : Tusar Jena
Editor : Rashmi Ranjan Dash
Edit Lab: Pupul Films
Colourist: Rajesh
DI Studio: PKFS
Costume: Arun Behera
Art: Biswanath Nayak
Makeup: Samir Prusty
Hair: Juli Swain
Production House: Babushaan Films
Distributor: Prakash Films
Line producer : Ruturaj Khatua
Music Supervisor: Sangram Swain
IT support : Durga Prasad Das
Story & Screenplay: Mohammad Imran
Dialogue: Pranab Prasanna Rath
Sound Editor: Ashutosh Jena
Mixing Engineer - Rajesh Kumar Nayak
Assistant Editor: Prangya Priyadarshan
Sound Effects: Toby Josh
Dialogue Editor: Rajesh Kumar Nayak
Asst. Dialogue Editor - Rudra Narayan
Assistant Editor: Sourav Sahoo
Assistant SFX Editor: Bunny Mohanty
VFX: Pixelmate VFX Studio
Publicity Design: The M Factor
Still Photography: Flickers Photography
Promotional Content & BTS: Rajshree Film
Digital Coordinator: Sudhir Kumar Behera
Music Label: Sidharth Music
---------------------------------------
♪ Full Song Available on ♪
►Spotify:https://tinyurl.com/k9...
►JioSaavn :https://tinyurl.com/mp...
►Apple Music: https://tinyurl.com/4e...
►Gaana : https://tinyurl.com/38...
► YouTube Music:https://tinyurl.com/yv...
►Amazon Prime Music: https://tinyurl.com/33...
►iTunes:  https://tinyurl.com/4e...
-----------------------------------------
Music Label: Sidharth Music
FM Partner: 91.9 Sidharth FM
Channel Partner: Sidharrth TV
Promotional Partner: Sidharth Gold
------------------------------------------------------
Set Caller Tune; Operator Codes:
Airtel Users Dial
VI Users Dial
BSNL (South / East) Users sms BT       To 56700
Idea Users Dial
BSNL (North / West) Users sms BT       To 56700
Also available on Jio Tunes
------------------------------------------------------
Watch & Subscribe to our other YouTube Channels:
👉 Sidharth TV:     / sidharthtv  ​
👉 Sidharth Music:     / sidharthmusic  ​
👉 Sidharth Bhakti:     / sidharthbhakti  ​
👉 Namita Agrawal :     / namitaagrawal  ​
------------------------------------------------------
Enjoy & stay connected with us!
👉 Like us on Facebook:    / sidharthmusicodia  ​
👉 Follow us on Twitter:     / sidharth_tv  ​
👉 Follow us on Instagram:    / sidharthmusicofficial  ​
-----------------------------------------
#OdaLage#BBBSecondSingle#BouButtuBhuta#BabushaanMohanty#architasahu#BabushaanFilms#SidharthMusic#ComingSoon#raja2025

Saturday, 19 April 2025

ଓଡ଼ିଆ କଥାଚିତ୍ର ଗୀତର ସାହିତ୍ୟିକ ବିଶ୍ଲେଷଣ - ୩

ଓଡ଼ିଆ କଥାଚିତ୍ର ଗୀତର ସାହିତ୍ୟିକ ବିଶ୍ଲେଷଣ - ୩

ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

ଛାୟାଗୀତି - ସୂର୍ଯ୍ୟ ଦେଓ (ସକାଳ ୧୯ ଅକ୍ଟୋବର ୨୦୨୩ ଠାରୁ ସାପ୍ତାହିକ ସ୍ତମ୍ଭ)

https://odianadia.blogspot.com/2024/01/blog-post.html?m=0

https://odianadia.blogspot.com/2024/03/blog-post.html?m=0

କଥାରୁ କଥା ଓ ବର୍ଣ୍ଣନାର କ୍ରମିକତା (ସକାଳ ୦୪ ଏପ୍ରିଲ)

https://x.com/OdiaMovieDB/status/1775708087833317536?t=cdYuV72XtP5_fCgZwMZbhg&s=19

ମୟୂରୀ ଗୋ ତୁମ ଆକାଶେ... (ସକାଳ ୧୧ ଏପ୍ରିଲ)

https://x.com/OdiaMovieDB/status/1778272390604083281?t=jaNwvF_OmAQQtoztHqJJwg&s=19

ଯା'ରେ ଗୀତ ଦୋଳି ଉଡି ଯା' (ସକାଳ ୨୫ ଏପ୍ରିଲ)

https://x.com/OdiaMovieDB/status/1783346536182641084?t=ZvYKho-BVmfbKzTPQcYMow&s=19

ଯା'ରେ ଉଡି ଯା' ୨ (ସକାଳ ୯ ମଇ)

https://x.com/OdiaMovieDB/status/1788388835224649871?t=R0hWgb03jfUMZxB1DrleDA&s=19

ସୁଆରୀ ଡାକ: ହାକୁମ ଧାବଲ (ସକାଳ ୧୬ ମଇ)

https://x.com/OdiaMovieDB/status/1791693869962178909?t=zOtwksBsJ_gzvz-yAvn2CA&s=19

ଛାୟାପଥ: କିଶୋରୀ ଗୀତ (ସକାଳ ୨୩ ମଇ)

https://x.com/OdiaMovieDB/status/1794650889480982936?t=5qnU0BzKtVOlJL4TkYa3wQ&s=19

ଜୀବନଧର୍ମୀ ଲୋକଗୀତ (ସକାଳ ୩୦ ମଇ)

https://x.com/OdiaMovieDB/status/1796757774535188731?t=WfCb98sV1NnMgVSeDvCeiA&s=19

ନୃତ୍ୟ ଗୀତିକା (ସକାଳ ୬ ଜୁନ)

https://x.com/OdiaMovieDB/status/1798561859395846390?t=GHV0XevxuVryI9kuaTpuCg&s=19

ଗୀତି ସୁରେ ମନ ଝୁରେ - ଶାସ୍ତ୍ରୀୟ ଆରୋପଣ (ସକାଳ ୧୩ ଜୁନ)

https://x.com/OdiaMovieDB/status/1801862943320981519?t=hIE_0-MsIDh20FCJpxB5rA&s=19

ଓଡ଼ିଆ ସିନେମାରେ ଶାସ୍ତ୍ରୀୟ ସଙ୍ଗୀତର ଛିଟା (ସକାଳ ୨୭ ଜୁନ)

https://x.com/OdiaMovieDB/status/1807422532565221677?t=gUpl8XMDTgB5sVo1wE8U5g&s=19

ସିନେମା ଗୀତରେ ଶାସ୍ତ୍ରୀୟତା (ସକାଳ ୧୧ ଜୁଲାଇ)

https://x.com/OdiaMovieDB/status/1811625474818216005?t=ijo7S8nit4zmzuk5cPPdlQ&s=19

ସିନେମା ଗୀତରେ ଶାସ୍ତ୍ରୀୟତା ୨ (ସକାଳ ୨୫ ଜୁଲାଇ)

https://x.com/OdiaMovieDB/status/1816385361330733438?t=VqKJX7Tx9D9jLHLkVcVmvA&s=19

ଅତୀତ ଯେ ମରେନା (ସକାଳ ୧୨ ସେପ୍ଟେମ୍ବର)

https://x.com/OdiaMovieDB/status/1834091163478900934?t=KfZWQntEavqsKVwWbbQl1w&s=19

ନୌସାଦଙ୍କ ସଙ୍ଗୀତରେ ସମ୍ବଲପୁରୀ ଲୋକସ୍ୱର (ସକାଳ ୧୯ ସେପ୍ଟେମ୍ବର)

https://x.com/OdiaMovieDB/status/1836620481954255078?t=T5FZ-wH-TEssS4O1V8Gocg&s=19

ନାୟକ-ନାୟକ ଯୁଗଳ ଗୀତ (ସକାଳ ୩ ଅକ୍ଟୋବର)

https://x.com/OdiaMovieDB/status/1842009430461710440?t=D4l3nGW-G-juurZSikGbyw&s=19

ଅମଡ଼ା ବାଟ କଥାଚିତ୍ରର ଦୁଇଟି ଗୀତ (ସକାଳ ୧୭ ଅକ୍ଟୋବର)

https://x.com/OdiaMovieDB/status/1847841117678518547?t=hyTIx-4eIy4LIKH7FI8LCg&s=19

ଥାଏ ମଜା ଦୂରେ ଦୂରେ (ସକାଳ ୨୪ ଅକ୍ଟୋବର)

https://x.com/OdiaMovieDB/status/1849266322753884592?t=o70q1Nt3mjX06YAWK0Meyg&s=19

'ମଲାଜହ୍ନ'ର ସଙ୍ଗୀତ (ସକାଳ ୭ ନଭେମ୍ବର)

https://x.com/OdiaMovieDB/status/1854344652524048397?t=k7IIOoU5JG6BVal1GMtRZg&s=19

କିଏ କାହାର : ନୂଆ ଉନ୍ମାଦନା  (ସକାଳ ୫ ଡ଼ିସେମ୍ବର)

https://x.com/OdiaMovieDB/status/1864487570198966686?t=LITbEEwzER_GAY7k-PV00Q&s=19

https://www.sakalaepaper.com/view/17123/bhubaneswar/13

'ସ୍ତ୍ରୀ'ର ଗୀତ (ସକାଳ ୧୯ ଡ଼ିସେମ୍ବର)

https://x.com/OdiaMovieDB/status/1869599130143900068?t=SWlVOMPhwLiw-iuAbxh_-Q&s=19

ଷାଠିଏ ଦଶକର ଶେଷ ଭାଗ (ସକାଳ ୧୬ ଜାନୁଆରୀ)

https://x.com/OdiaMovieDB/status/1879710370274914814?t=qBiKu_X09-Be0EtsH9y5tw&s=19

'ଅଦିନ ମେଘ'ରୁ 'ଘର ବାହୁଡା' (ସକାଳ ୩୦ ଜାନୁଆରୀ)

https://x.com/OdiaMovieDB/status/1884814280924467616?t=5bfwHcliBLXiApZOJhgViA&s=19

'ଧରିତ୍ରୀ'ରୁ 'ସଂସାର' (ସକାଳ ୧୩ ଫେବୃଆରୀ)

https://x.com/OdiaMovieDB/status/1889857858642317754?t=C87ptds_S08aen3ibOO4Jw&s=19

'କନକଲତା'ରୁ ଯାଯାବର (ସକାଳ ୨୭ ଫେବୃଆରୀ)

https://x.com/OdiaMovieDB/status/1894976296762953734?t=VZqa1us1yOcPuI-UR8KjXw&s=19

'ବତୀଘର'ରୁ 'ଅନୁତାପ' (ସକାଳ ୨୦ ମାର୍ଚ୍ଚ)

https://x.com/OdiaMovieDB/status/1902598518524801133?t=BVFaZ45Z84U86ed7cTDNEg&s=19

'ଅଭିମାନ'ରୁ 'ଶଙ୍ଖ ମହୁରୀ' (ସକାଳ ୧୭ ଏପ୍ରିଲ)

https://x.com/OdiaMovieDB/status/1912689517196423553?t=30oSNoJ5lYNZwJG0asI9_Q&s=19


Saturday, 12 April 2025

ଝଡ଼ର କବରୀ ଓ ମାମୁଁଘର ଚଉଁରୀ

 ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

~~~~~~~~~~~~~~~~~~~~~~~

ଅମବାସ୍ୟାର ଚନ୍ଦ୍ର ତ ନିଶ୍ଚୟ ପଢିଥିବେ ହେଲେ ଝଡ଼ର କବରୀ ପଢିବେ । ଆଃ କି କରୁଣ କାହାଣୀ କି ତ୍ୟାଗ । କି ଶବ୍ଦ କି ଆବେଗ ।
@theprasantasahu ରାଜା ଭାଇ ଏ ବହି ମତେ ଦେଇଥିଲେ । ଆଉ ମୁଁ ସେ କାହାଣୀ ରୁ ଆଜିଯାଏ ବାହାରି ପାରିନି ।

ପ୍ରଶାନ୍ତ ସାହୁ ଙ୍କୁ ନିଶ୍ଚୟ ପଢିବେ । ତାଙ୍କ ଗପର ଡାଫୋଡିଲ ଫୁଲ ଆପଣଙ୍କ ବଗିଚାରେ ଫୁଟିବା ଥୁଆ । 

ଆଉ ଗୋଟେ ବହି ପଢିବେ

"ରାଣ୍ଡ ସାହାଡ଼ା ଓ ଦୁଇଟି ଦୀର୍ଘ ଗଳ୍ପ"

https://x.com/ranjankaka369/status/1909510210030350804?t=9bs2O8DMb3G_raZJyKHaxA&s=19

ରାୟ ଓ ପଟ୍ଟନାୟକ ଙ୍କ ଉପନ୍ୟାସ avoid କରିବେ 

ଆଉ ଯାହା ପଢ଼ିବେ, ଭଲ ଲାଗିବ 

ମଲା ଜହ୍ନ

କା

ମାମୁ ଘର ଚଉଁରୀ

ପ୍ରେମ ଗପ ପଢ଼ିବାର ଯଦି ଅଛି, ଅକ୍ଷୟ ମହାନ୍ତି, ଦେବଦାସ ଛୋଟରାୟ, ତରୁଣକାନ୍ତି ମିଶ୍ର, ଅଜୟ ସ୍ୱାଇଁ, ଅଧ୍ୟାପକ ବିଶ୍ୱରଞ୍ଜନ ଙ୍କୁ ପଢନ୍ତୁ

*ପ୍ରଶାନ୍ତ ସାହୁ ଙ୍କ ଗପ ବି ପଢ଼ି ପାରିବେ 

https://x.com/theprasantasahu/status/1909572911658041710?t=PLGB5VH0TYvzUZJyjoPeaw&s=19

"ଗୁମର କଥା"ରେ ଜୀମୂତ ମଙ୍ଗରାଜ ପ୍ରସନ୍ନ ଆଚାର୍ଯ୍ୟଙ୍କ ଛେନାପୋଡ଼ ପ୍ରତି ଭଲ ପାଇବାକୁ ନେଇ କ'ଣ ଲେଖିଛନ୍ତି ପଢନ୍ତୁ...

https://x.com/OdiaLiterature/status/1910545185584410683?t=hdXg7kwms8pZ8HHJ3ZQ6tQ&s=19

ସୁରେନ୍ଦ୍ର ମହାନ୍ତି 

ମନୋଜ ଦାସ 

ରମାକାନ୍ତ ରଥ - ନିଶ୍ଚିତ ପାଇବାର ଥିଲା ଜ୍ଞାନପୀଠ। ପାଇଲେ ନାହିଁ।

https://x.com/jp_mohapatra/status/1910391659382112587?t=NR7XcUH1KFovo_cSWcCnbw&s=19

କେନ୍ଦ୍ରାପଡା ବଗପାଟିଆ ରେ ଥିବା ମା' ପଞ୍ଚୁବରାହି ଙ୍କ ମନ୍ଦିରରେ କେବଳ ଏସ.ସି ମହିଳା ହିଁ ପୂଜା କରନ୍ତି । 

ମା' ତାରିଣୀ ମନ୍ଦିରରେ କେବଳ ଏସ.ଟି ଦେହୁରୀ ମାନେ ପୂଜା କରନ୍ତି ।

ଧାକୁଲେଇ ରେ ମାଳୀ ମାନେ ପୂଜା କରନ୍ତି ।

ଏମିତି ଅନେକ ଉଦାହରଣ ଅଛି । 

ଏ ଜାତିବାଦ କୁ ନିଆଁ ଦେଇ ତାକୁ କେବେ ସମାପ୍ତ ନକରିବାର ପ୍ରପଞ୍ଚ ଚାଲିଛି କେବଳ

ସବୁ ଗାଁ ରେ ପ୍ରାୟ ଗ୍ରାମ ଦେବୀ ଏସ ଟି ମାନେ ପୂଜା କରନ୍ତି । ହଁ ଗ୍ରାମ ଦେବୀ ସବୁ ତ ସେମିତି ହିଁ ପୂଜା ହୁଅନ୍ତି । ମଙ୍ଗଳା ପୂଜା ମୁଖ୍ୟତଃ ହରିଜନ ସାହି ରେ ବେସି ହୁଏ।  ଆଉ ଗାଁ ଯାକ ସେଠିକୁ ଯାଉ ଜୁହାର ହେଇ ପୂଜା କରି ପାଦୁକା ପାଇ ଆସନ୍ତି ।

https://x.com/ranjankaka369/status/1910301219534275012?t=7kplrZ8wI0oqXgseBu3t0A&s=19

ବାଣୀକ୍ଷେତ୍ରର ଅଧିଷ୍ଠାତ୍ରି ଦେଵୀ ମା ଶାରଳାଙ୍କ ଘଟ ଆଜି ଆମ ଗାଁରେ, ପ୍ରତିବର୍ଷ ପରି ଝାମୁଯାତ୍ରାପାଇଁ ମାଙ୍କ ଘଟ ପଡୋଶୀ ଜିଲ୍ଲାକୁ ଯାଆନ୍ତୀ ଦାଣ୍ଡ ଭୋଗ ଲାଗି, ମାଙ୍କ ଆଗମନରେ ଚଳଚଞ୍ଚଳ ପୁରା ପୁରପଲ୍ଲୀ

ଜୟ ମା ଶାରଳା #ଝାମୁଯାତ୍ରା #ଜୟମାଶାରଳା #ବଣିଆସାହି #ତୁଳସୀକ୍ଷେତ୍ର

https://x.com/Sanu3601/status/1910635684450173316?t=UcAKOXfdblKj2fA18R7FzA&s=19

ମଲ୍ଲି ମହକିଲା ପରି ଖରା ର କୋଳ ରେ 

ସାହିଯାତ କଥା କହେ ସେମିତି ପୁରୀ ର ଗଳି ଗଳି ରେ 

ଏବେ ଚାଲିଛି ପୁରୀ ରେ ସାହିଯାତ, ଦେଖିଲେ ଲାଗେ ଯେମିତି ପରମ୍ପରା ଆଖିରେ ଆଖି ମିଶେଇ ଏବେ ବି ପୁରୀ ର ରାସ୍ତା ଉପରେ ନିଜ ଉଦୀୟମାନ କିର୍ତ୍ତୀ ର ଡିଣ୍ଡିମ ପିଟୁଛି 

#ଅନ୍ୟନ୍ୟ_ପରମ୍ପରା 

#ପୁରୀ_ସାହିଯାତ 

https://x.com/PracheeNanda/status/1910387777746985375?t=BLUtCylBJDudDQaAf0Ea0A&s=19

#ଦଣ୍ଡନାଚରେ_କମ୍ପୁଛି_ଗଞ୍ଜାମ 

ପ୍ରାଚୀନ କଳିଙ୍ଗ କଳା ଓ ପରମ୍ପରାର ଅନନ୍ୟ ନିଦର୍ଶନ ହେଉଛି ଦଣ୍ଡଯାତ୍ରା। କଳିଙ୍ଗ ର ହୃଦୟସ୍ଥଳି ଗଞ୍ଜାମର ପୁରପଲ୍ଲୀ ଏହି ଲୋକଉତ୍ସବ ରେ ମୁଖରିତ। ସବୁଠି ଢୋଲ,ମହୁରୀ, ଝୁଣା ର ବାସ୍ନା, ଝାଞ୍ଜର ତାଳେ ତାଳେ ଚାଲିଛି ଦଣ୍ଡନାଚ। ଆସନ୍ତୁ କଳିଙ୍ଗର ଏହି ପ୍ରାଚୀନ ପରମ୍ପରାର ସାକ୍ଷୀ ହୁଅନ୍ତୁ

https://x.com/ElectionDynamix/status/1910706894492025253?t=UUcELBuETBtz6Ntq_OkWDQ&s=19

Berhampur Thakurani Jatra: Biggest Carnival of Eastern India deserves heritage status

Thakurani Yatra, a biennial festival celebrating Maa Budhi Thakurani's visit to her parental abode in Berhampur, Odisha, is one of the oldest and biggest carnivals of India.  

https://x.com/ElectionDynamix/status/1910709048032317943?t=k0HoWMQMXobmorMxB6usIg&s=19

Friday, 6 September 2024

ଛଉ ଓ ଓଡ଼ିଶୀ

Collated by Tusar Nath Mohapatra

https://www.broadwayworld.com/india/article/BWW-Interview-SHOBHA-DEEPAK-SINGH-On-The-Grandest-Ramlila-In-India-20181016

Mayurbhaj Chhau is a semi classical form of dance that portrays Indian culture, tradition, mythology and religion in a suave dreamlike manner. It is a very vibrant yet crisp form of story-telling and celebrating culture and traditions. Identified to have great potential at conveying moral values and message of the great scriptures to common folk, this dance form which was popular only amongst the tribal communities of the eastern parts of India, was brought into mainstream theatre. Guru Krishan Chandra Naik has played an extremely important role in reviving of Mayurbhanj Chhau and helping it assume the status it enjoys today. It was him who laid the foundation for Chhau not only in SBKK but to other practitionor of this vibrant dance form. Without diluting the style he expanded its parameters. The work he started has found its way into all areas of the performing arts - dance, theatre, ballet and mime. After having been appointed by the Sangeet Natak Akademi to teach in the Shriram Bharatiya Kala Kendra in 1976. Naik staged the first Mayurbhanj Chhau ballet, Jagdev in 1977.. The press, the audience and the producers alike immediately saw in Chhau a form with universal appeal. This appeal lay in the fact that the spoken word along with stylized gesture and music understood by an elite few was not required to communicate the message of the dance.

From that point on, the Kendra has been presenting a series of ballets in Chhau, thus proving it as a style that is here to stay. Whether the theme is mythological or contemporary, Chhau has the basics to move the story forward. Some of the famous ballets of the Kendra are Jagdev, Konark, Kalingvijay, Khajuraho, Yayati, Karna, Kamayani, Masks, Buddha, Chaitraparv, Mahadev and Tripurantak. Solo dance pieces performed and/or created by the Kendra include Natraj, Dandi, Vishnugarud, Parshuram, Durga Mahishasur, Sikari, Kaal Chakra, Mahadev, Rituraj, Shantimantra, Varahavatar, Rativilap and Kalia Daman. Well known Chhau dancers having trained at the Kendra include Bharat Sharma, Bhushan Lakhandri, Harish Rawat, Kumkum Mathur, Madhuri Bhatia, Sharon Lowen, Daksha Seth, Shashidharan Nair, Kishore Sharma, Kamaljeet Wahengbam, Padam Gurung, Sunita Pandey and Narendra Kumar.

During his years at the Kendra, Krishna Chandra Naik sought to see that Mayurbhanj Chhau was recognized as a classical dance style. Towards that end he presented papers and lecture-demonstrations at various universities across India. In 1987 guru Krishna Chandra Naik was awarded a fellowship to write a book on Mayurbhanj Chhau. His ideas are still being transcribed by Shobha Deepak Singh. In the same year he fell seriously ill after completing the choreography of Chaitraparv. He was sent to Orissa for recuperation. However, his health took a turn for the worse. He was awarded the status of professor emeritus by the Government of India, an honour he was to avail of for only two months before he passed away.

https://narthaki.com/info/prism/prism28.html 

After the success of this experiment, the dance scenario in the B group got a further burst by the presence of another dance master, Dayal Sharana, who, soon after the staging of the Sadhava Jio nataka, came to Cuttack along with his troupe to present his dance repertoire at the Annapurna B theatre. While his performances did not seem to attract enough public, his decision to stay over and teach the Uday Shankar style of dance to the dancers of the theatre group turned out to be an enriching and unique experience for all of them. In the initial phase of his permanence was Kelucharan, who took the maximum advantage from Dayal's teachings and put immediately into action the newly acquired experience in the compositions of the dance items for the subsequent play Aloka, for which he composed a dance piece in three different styles, Manipuri, Odissi and Kathak. For the following play Nara Devata, he composed a group dance and for the Upendra Bhanja nataka he composed an abhinaya to the famous song 'Kanto bina diba rajani sajani' ('without my husband days and nights appear very long') combining both the mahari and gotipua styles.

In the words of Kelucharan: "Dayal Sharana showed me the way; he made me conscious of what my body was doing and what more could be achieved through exercises. He made me aware of the use of the different mudras of the hands and of the possibilities of utilizing the same hand gestures for expressing different actions. He taught me how to compose small sequences of dance by putting together different steps; he opened in front of me the door of creativity and once I went beyond its threshold I never had to look back."


After Kelucharan and Pankaj departed from the B group, the dance items composed by them continued to be performed by the dancers of the group either independently or as part of the plays. In the early fifties, the other two future stalwarts of the Odissi dance revival joined the group, Mayadhar Raut and Deba Prasad Das, and both of them got enriched by the teachings of Dayal Sharana, who kept on visiting the theatre at intermittent intervals from his native place in Andhra Pradesh. The time was now mature for the dance scene to acquire its independent identity, to emerge from all the different streams by which it had been nurtured and to assume a unique and distinctive place of its own.

Thursday, 29 August 2024

ଝରା ବଉଳର ନିଶାରେ ବିଭୋର

 Collated by Tusar Nath Mohapatra 


"ଏଇ କଳା ମୋର କଳଙ୍କ" ବିନୋଦିନୀ ଦେବୀଙ୍କଦ୍ୱାରା ୨୦୦୦ ମସିହାରେ ରଚିତ/ସଂକଳିତ ଏକ ପୁସ୍ତକ ।

ଆମର ଆଧୁନିକ ଓଡ଼ିଆ ଗୀତି କବିତା ଭଣ୍ଡାର ପରିମାଣାତ୍ମକ ଦୃଷ୍ଟିରୁ ସମୃଦ୍ଧ ସତ, କିନ୍ଧ ଗୁଣାତ୍ମକ ଦୃଷ୍ଟିରୁ ବିଶେଷ ଆଶାଜଜନକ ନୃହେଁ । ତଥାପି ଗତ ଅର୍ଵଶତାବ୍ଦୀ ଭିତରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ରସରାଜ ନାରାୟଣ ପ୍ରସାଦ ସିଂହ, ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ଵାମୀ, ମାଳବିକା ରାୟ ପ୍ରମୂଖ ଗୀତିକବିମାନଙ୍କ ଅବଦାନରେ ଆମର ଗୀତିସାହିତ୍ୟର ଧାରା ଉନ୍ନତି ପଥରେ ଅଗ୍ରସର ହୋଇ ଚାଲିଛି ।

ଏହ ପରଂପରାରେ ଗୀତିକବି ବିନୋଦିନୀ ଦେବୀ ବିଗତ ଚାରିଦଶନ୍ଧି ଅବଧ୍‌ ତାଙ୍କର ଅସଂଖ୍ୟ ଗୀତିର ରସମୟ ପ୍ଲାବନରେ ସାରା ଓଡ଼ିଶାର ରସପିପାସୁ ସଂଗୀତପ୍ରେମୀ ନରନାରୀଙ୍କ ହୃଦୟମାନଙ୍କୁ ବୃଡ଼ାଇ ରଖ୍‌ ଆସିଛନ୍ତି । ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀମାନେ ତାଙ୍କର ଗୀତଗୁଡ଼ିକରେ ସ୍ଵର-ସଂଯୋଜନା କରିଛନ୍ତି ଓ ସେମାନଙ୍କ ମଧୂର କଣ୍ଠରେ ସେଗୁଡ଼ିକୁ ଗାନ କରି ବିଦଗ୍ଧ ଶ୍ରୋତାମାନଙ୍କର ହୃଦୟ ଦ୍ରବୀ୍ଭତ କରିଛନ୍ତି।

ମହାପାତ୍ର ନୀଳମଣି ସାହୁ

https://archive.org/details/ei-kala-mora-kalanka-2000/page/n4/mode/1up?q=%E0%AC%86%E0%AC%95%E0%AC%BE%E0%AC%B6%E0%AC%AC%E0%AC%BE%E0%AC%A3%E0%AD%80

ଏଇ କନା ମୋର କଳଙ୍କ ମରମରେ ମୋର ରକ୍ତର ଛିଟା

ଏଇ ମୋ ମଥାର ତିଳକ

ଏଇ କଳା ମୋର କଳଙ୍କ ॥

ଏ କଳଙ୍କ ମୋର ମରମ ମର୍ରରେ ମରୂ ଝର ସାତ ଶୋଷିଲାର ଶତ କଳପିତ ନୀର ଧାର ଏ କଳଙ୍କ ମୋର ଶୋକରେ ଶୋକର ଅଶୋକ ଏଇ କଳା ମୋର କଳଙ୍କ... ॥|

ଅମଡ଼ା ବାଟର ଉଦାସୀ ଯାତ୍ରୀ ଏ କଳଙ୍କ ମାରି ମଥାରେ ଟୀକା ମରୂ ପଥକୀ ମୁଁ ଅସରା ମୋ ପଥ ଅମା ଅଂଧାରେ ଚାଲିଚି ଏକା ଏଇ କଳା ମୋର ଆଖ୍‌ର ତାରକା ଏ କଳଙ୍କ... ମୋର ଆଲୋକ ଏଇ କଳା ମୋର କଳଙ୍କ... ॥|

https://youtu.be/Cqj7FRfHrJ8?si=SZXVL_fwDUOUUUsu

https://youtu.be/LHI4YyutlmY?si=kp75onfNMJzyHcJD

https://youtu.be/pf5aLXlHjiQ?si=9GC0zEyUpYeaTgW1


ଜୀବନର ଅନେକ ଲୁହ

ଅନେକ ହସରେ ମୁଁ ଗୋ ଦେଇଚି ଚାପି

ଟୋପା ଟୋପା ଲୁହର ଗଢ୍ଚରା... ଛନଳନାରେ... ମୁଁ ଦେଇଚି... ମୁକୁତା ମାପି ॥

ମୂକୃତାର ଫୁଲ ତମେ ନେବ କି ନିଝୁମ ସଂଜର ସେଇ ନୀଡ଼ହରା ପକ୍ଷୀଟିକୁ ସଜାଡ଼ି ସାଇତି ଥରେ ଦେବ ଜି ଛଳନାର ଚୋରା ବାଲି ଭଉଁରିରେ ଖେଳି ଖେଳି କଥା ମୋର କହିଯିବ... ଛପି ଛପି ଛପି ଛଳନାରେ ¬ ମୁଁ ଦେଇଚି — ମୁକୁତା ମାପି ॥

ହେ ମୋର ଦରଦୀ ବଂଧୂ — ଟିକେ ରହ ଟିକେ ରହ କିବା ଲୋଡ଼ା ଜୀବନର ଏତେ ସବ୍ର ସମାରୋହ ପଥହରା ସେଇ ପାନ୍ଥ ପକ୍ଷୀଟି ହଜାଇ ଆପଣା ନୀଡ଼ତହଜ଼ି ଯାଉ... ହଜି ଯାଉ ଆଉ କି ରହିଲା ବାକି ହସିଲା ହସିଲା ଆଖ୍‌ — ସବ୍ର ଲୁହ ପାରେ ଢ଼ାଙ୍କି ହାତ ପାପୁଲିରେ ମୂହଁ ଥାପି ଜୀବନର ଅନେକ ଲୁହ ଅନେକ ହସରେ ମୁଁ ଗୋ — ଦେଇଚି ଚାପି ॥

https://youtu.be/mjW2244KB_E?si=e39ggAIjLGOMZpS5

https://youtu.be/fCRwqvGY6F8?si=bTMI5oo9bjJYSd6G

ଉଦାସିନୀ କାମିନୀ ମୁଁ ¬ ମଣାଣିର ଫୁଲ ମନେ ହୁଏ ତୁମକୁ ବା ପାରଚି ମୁଁ ଭଲ ମନ ତଳ୍ପ ଯେତେ ସେନେହ ସୂଷମା ଅମିୟ ମାଧୂରୀ ଦେଇ ଝ୍ରା ପାଖଡ଼ାରେ ତୁମରି କବର ଦେଉଥ୍‌ଲି ନିତି ଛାର ମୁଁ ଜାଣେ — ତୂମେ ଜାଣ ଦେଇ ନାହଁ ପ୍ରତିଦାନ, ଚାହିଁ ନାହିଁ କିଛି ମାନ ହେ ଉଦାସୀ କଳାକାର ପାଇଚି ଖାଲି ମୁଁ ଭଲ କଳା ନୁହେଁ କଳଙ୍କକୁ କରିଟି ଗେଲ ଉଦାସିନୀ କାମିନୀ ମୁଁ ମଶାଣିର ଫୁଲ ॥

ହେ ମାନସୀ — ବିଦାୟ ବିଦାୟ ଏ ଜୀବନ ଅସ୍ତରାଗେ ଆଜି ତୃମ ଅମୃତ ଉଦୟ ସମୟର ଲିତା ଲିତା ଜୀବନର ଜଉଘର ଜାଳିଲା ଫଗୁଣର ସମାରୋହେ ଶ୍ରାବଣୀର ଧାର ଧାରା ଢ଼ାଢଚିଲା ମୋ କଳା କଳଙ୍କ ଆଜି ତୂମ ପ୍ରେମେ ଦେଲି ସାଜି ମରଣର ପରାଜୟେ ଏଇ ମୋର ଅସୀମ ବିଜୟ କଳାରେ କଳଙ୍କ ହେଉ ବିଲୟ ହେ କଳଙ୍କ... ବିଦାଯ... ବିଦାୟ ଏ ଜୀବନ ଅସ୍ତରାଗେ ଆଜି ତୂମ ଅମୃତ ଉଦୟ... ॥

https://youtu.be/s1oakiwCypA?si=qdu4RZCS_-mw50Q8

ମୁଁ ଯେ' ଭରା ବସନ୍ତ ଶାଖାରେ ଶାଖାରେ ଏକାକୀ କଜ୍ଵଳପାତି ମୁଁ ଯେ' ଝରା ବଉଳର ନିଶାରେ ବିଭୋର ଏକାକିନୀ ମଧୂମତୀ ମୁଁ ଯେ... ଏକାକୀ କଜ୍ଵଳପାତି ॥

ମୁଁ ଯେ ଘର ବାହୂଡ଼ିଲା ଗୋଧୂଳି ଅଂଧାରେ ଏକାକୀ ଲୋଟଣୀପାରା ମୁଁ ଯେ ପାହାନ୍ତି ରାତିର ଉତ୍ତରା ଆକାଶେ ଏକାକିନୀ ଟିକି ତାରା ମୁଁ ଯେ ଝୂରା ଅତୀତର ଲିତାରେ ଲିତାରେ ବଧର ଦରଦୀ ଛାତି ମୁଁ ଯେ... ଏକାକିନୀ ମଧୂମତୀ ମୁଁ ତ ଏକାକୀ କଜ୍ଵଳପାତି... ॥ ମୁଁ ଯେ ସାତ ତାଳ ପଙ୍କ ଅଥଳ ଜଳରେ ଏକାକିନୀ ନୀଳ କଇଁ ମୁଁ ଯେ ନିଚ୍ଛାଟିଆ ବନ ପାହାଡ଼ ତଳର ଉଷର ମଶାଣି ଭୂଇଁ ଏ ମୋ ଜୀବନର ଜନନ୍ତା ଜୂଇରେ ଜଳୁଛି ମୋହରି ପ୍ରୀତି ମୁଁ ଯେ”... ଏକାକୀ କଜ୍ଵଳପାତି ମୁଁ ତ... ଏକାକିନୀ ମଧୂମତୀ ॥

https://youtu.be/nyOdlGUFF24?si=3AesQjv8wwCvmxbB

ନଦୀ ତ ନେଇଚି ତା'ର ଆପଣା ଗତି ଦିନ ଯାଇଛି ବିତି କେତେ ବିତିଛି ରାତି

ନଦୀ ତ ନେଇଚି ତା'ର ଆପଣା ଗତି ॥

କେତେ ଢାଳିଛି ଲୁହ କେତେ ଚାପିଚି କୋହ କେତେ ଦେଇଚି ପ୍ରୀତି କେତେ ହଜିଚି ସାଥୀ ନଦୀ ତ ନେରଚି ତା'ର ଆପଣା ଗତି ॥

କେତେ ମାପିଚି ଚିତ୍ତ କେତେ ଛପିଚି ଗୀତ କେତେ ବିଭୋର ମନ ଚାହିଁ ଚଜିତ ଜହୁ ଆପଣା ଅଜାଣତେ ହଜାର ନୀଳା କେତେ ସାଉଁଟି ସଜାଡ଼ି ଯେତେ ନକଲି ମୋତି ନଦୀ ତ ନେଇଚି ତା'ର ଆପଣା ଗତି ॥

https://youtu.be/a_9lfUE-72Q?si=jRYySskTKy0-Cp1q


ବୀଣାପାଣୀ ମହାନ୍ତି - 

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯ ୨୮ ମସିହା ଜୁନ୍‌ ୨୮ ତାରିଖ କଟକ ସହରରେ । ପ୍ରଥମେ ଗୁରୁ ଗୋକୁଳ ଶ୍ରୀଚନ୍ଦନ ଏବଂ ଗୁରୁ ଶ୍ୟାମ ସୁନ୍ଦର ଧୀରଙ୍କ ଠାରୁ କଣ୍ଠ ସଂଗୀତ ପରେ ଓସ୍ତାଦ ଆଲ୍ଲାଉଦ୍ଦିନ ଖାଁ ଏବଂ ଇମାୟତ ହୁସେନ ଖାଙ୍କଠାରୁ ସୀତାର ବାଦନ ଶିକ୍ଷା କରି ୧୯୫୮ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରରେ ଉପସ୍ଥାପିକା ଭାବରେ ଯୋଗ ଦେଇଥିଲେ | ଶିଶୁ ସଂସାରର “ଅପା” ଭାବରେ ସେ ସାରା ଓଡ଼ିଶାରେ ସୁପରିଚିତ ଥିଲେ । ସେ ରାଜ୍ୟ ସଂଗୀତ ନାଟକ ଏକାଡ଼େମୀ, ସଂଗୀତ ଶିଳ୍ପୀ ପରିଷଦ, ଉକୁଳ ପାଠକ ସଂସଦ ଇତ୍ୟାଦି ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତା ହୋଇଥଲେ । 

ବୀଣାପାଣି ମିଶ୍ର -

୧୯୩୨ ମସିହା ଫେବୃୟାରୀ ୧୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଯୀଶୁ ଟିକିରି ଗ୍ରାମରେ ଜନ୍ମ ଗ୍ରହଣ କରିଥଲେ ବୀଣାପାଣି ମିଶ୍ର । ଲୋକନାଥ ମିଶ୍ରଙ୍କୁ ବିବାହ ପରେ ରହିଥୂଲେ କଟକ ସହରରେ । ପଣ୍ଡିତ କୂଣ୍ଡଳା ଆଦି ନାରାୟଣା ରାଓଙ୍କଠାରୁ ଶାସ୍ତୀୟ ସଂଗୀତ ଶିକ୍ଷା କରି ବିଶାରଦ ଡିଗ୍ରୀ ଲାଭ କରିଥଲେ । ପ୍ରସିଦ୍ଧ ଗାୟିକା ଗିରିଜା ଦେବୀଙ୍କଠାରୁ ଦଶବର୍ଷ କାଳ ଖେୟାଲ କଜରୀ, ଠୁମରୀ, ଟପ୍ପା, ଦାଦା ଗାୟନ ଶୈଳୀ ଶିକ୍ଷା କରି ପାରଦର୍ଶିତା ଲାଭ କରିଥିଲେ । ୧୯ ୪୮ ମସିହାରେ ସେ ଆକାଶବାଣୀର ଉଚ୍ଚବର୍ଗର ଶାସ୍ତ୍ରୀୟ ସଂଗୀତ ଶିଳୀ ଭାବରେ ସ୍ଵୀକୃତି ଲାଭ କରିଥିଲେ | ଅଖିଳ ଭାରତୀୟ ସଂଗୀତ କାର୍ଯ୍ୟକ୍ରମରେ ଭାଗନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ । ୧୯୮ ୨-୮୩ ମସିହାରେ ସେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଭ କରିଥଲେ ।

ବୀଣାଦେବୀ -

କଟକର ପୁରୀଘାଟ ପାଖରେ ୧୯୩ ୨ ମସିହା ନଭେମ୍ବର ୨୦ ତାରିଖ ଦିନ ଜନ୍ମ ଗ୍ରହଣ କରି ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଠାରୁ ସଂଗୀତ ଶିକ୍ଷା କରି ବୀଣାଦେବୀ ୧୯୫୭ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ଉପସ୍ଥାପିକା ଭାବରେ ଯୋଗ ଦେଇଥୁଲେ | ପରେ ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଭାବରେ ଅବସର ନେଇଥିଲେ । ପ୍ରଥମେ କଲିକତା ଆକାଶବାଣୀର କଣ୍ଠଶିନ୍ପୀ ଏବଂ ପରେ କଟକ କେନ୍ଦ୍ରର ସୁଗମ ସଂଗୀତ ଶିଳ୍ପୀ ଭାବରେ ପ୍ରତିଷ୍ଠା ଅର୍ଜନ କରିଥୁଲେ । ୧୯୮୬ -୮୭ ମସିହାରେ ସେ ଲାଭ କରିଥୁଲେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର । 

ବୀଣାପାଣି ମହାପାତ୍ର - 

https://archive.org/details/ama-kataka-v01-2019/page/%E0%AD%AA%E0%AD%AE%E0%AD%A7/mode/1up?q=%E0%AC%95%E0%AC%B2%E0%AD%8D%E0%AD%9F%E0%AC%BE%E0%AC%A3%E0%AD%80+%E0%AC%AD%E0%AC%9F%E0%AD%8D%E0%AC%9F%E0%AC%BE%E0%AC%9A%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F

"ଆମ କଟକ, ଭାଗ ୧" ନଟବର ଶତପଥୀ, ବାବାଜୀ ଚରଣ ପଟ୍ଟନାୟକ, ସଂ. (୨୦୧୯)

ଯେଉଁ ଶିଳ୍ପୀମାନେ ନିଜ ସାଧନା ବଳରେ ଲୋକପ୍ରିୟତା ହାସଲ କରିଥଲେ, ସଂଗୀତକୁ ପାଥେୟ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥୂଲେ ସେମାନଙ୍କ ତାଲିକା ଖୁବ୍‌ ଲମ୍ବା । ସେମାନେ ହେଲେ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ନନ୍ଦିତା ଘୋଷ, ବିଷୁ ପ୍ରିୟା ଦାସ (ମହାଛି), ଡା. ମନୋରଞ୍ଜନ ପୂଷ୍ଚି, ସୁମତୀ ଦେବୀ, ଅଙ୍ଗୁରବାଳା ରାୟ , ଉଦୟ ନାଥ ସାହୁ, ବୀଣାପାଣି ମହାପାତ୍ର, ବ୍ରଜେନ୍ଦ୍ର ଗିରି, ଆରତି ଗୋସ୍ଵାମୀ, ରାଧାଗୋବିନ୍ଦ ପଟ୍ଟନାୟକ, ନବକିଶୋର ମିଶ୍ର, ନିରୋଜ ନଳିନୀ କୂମାର, ପଦ୍ଧାଳୟା ଗରାବଡୁ, ସୁରେନ୍ଦ୍ର ନାଥ ସାହୁ, ସୟଦ ମହମ୍ମଦ ଅଲ୍ଲୀ, ଅଞ୍ଜଳି ରାୟ, ଅଖିଳ କୁମାର ଲେଙ୍କା, ରାଜ କିଶୋର ଦାସ, ଭୁବନେଶ୍ବରୀ ମିଶ୍ର, ବନ୍ଦିତା ରାୟ, ମହମ୍ମଦ ହବିବ, ସୁଶ୍ରୀ ସଂଗୀତା ମହାପାତ୍ର, ଶୁଭଲକ୍ଷ୍ମୀ ଦାଶ, ବାଦଲ ଆଚାର୍ଯ୍ୟ, ବନ୍ଦିତା ରାୟ, ନନ୍ଦିତା ମହାପାତ୍ର, ଭାନୁମତୀ ସାହୁ, ଅନନ୍ତ ଚରଣ ମିଶ୍ର, ସୁବିର ଦାସ, ବାଗ୍ଧୀ ମିଶ୍ର, ରଶ୍ମି ଦାସ, ସୁବାସ ସ୍ବାଇଁ, ପ୍ରଦୀପ ପାତ୍ର, ପ୍ରସେନଜିତ ମହାନ୍ତି, ସୁସ୍ପିତା ଦାସ, ମହମ୍ମଦ ଆବିଦ ପ୍ରମୁଖ ବ୍ୟତୀତ ଆହୁରି ଅନେକ କଣ୍ଠଶିଛୀ । ପ୍ରଣବ ପଟ୍ଟନାୟକ, ପ୍ରଫୁଲ୍ଲ କର, ଆରତି ମିଶ୍ର, ପଦ୍ଧାଳୟା ଗରାବଡୁ, ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ସଂଗୀତା ଗୋସ୍ଵାଇଁ ପ୍ରମୁଖ କଟକ ଛାଡ଼ି ଭୁବନେଶ୍ବରରେ ବସବାସ କରୁଛନ୍ତି ।

Tuesday, 13 August 2024

ପାର୍ଥସାରଥୀ ମହାପାତ୍ର ଓ ଓଡ଼ିଆ ଗୀତରେ ଆଧୁନିକତା

 ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

"ପ୍ରଣାମ ପାର୍ଥସାରଥୀ" ଅସିତ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ଏବଂ ୨୦୧୭ ମସିହାରେ ପ୍ରକାଶିତ ଏକ ଓଡ଼ିଆ ପୁସ୍ତକ । ଏହା ଭୁବନେଶ୍ୱରସ୍ଥିତ ସୃଜନିକା ଅନୁଷ୍ଠାନଦ୍ୱାରା ସ୍କାନ କରାଯାଇ ତାଙ୍କ ସ୍ଥାପିତ "ଓଡ଼ିଆ ବିଭବ"ପ୍ରକଳ୍ପରେ ଡିଜିଟାଲ୍ ରୂପରେ ଉପଲବ୍ଧ ହୋଇଥିଲା ।

https://archive.org/details/pranam-parthasarathi-2017/page/%E0%AD%AD%E0%AD%AF/mode/1up?q=%E0%AC%86%E0%AC%95%E0%AC%BE%E0%AC%B6%E0%AC%AC%E0%AC%BE%E0%AC%A3%E0%AD%80

ଏ ବହି କହିଛି- କେମିତି ପାର୍ଥସାରଥୀ ନିଜ ପୁଅ ପାଇଁ କିଣି ଆଣିଥିବା ନର୍ସରୀ ରାଇମ୍‌ ‘ପଫ୍‌ ଦ ମ୍ୟାଜିକ୍‌ ଡ୍ରାଗନ୍‌'ର ମୁଖଡ଼ାର ସ୍ଵରରୁ ଅକ୍ଷୟ ମହାନ୍ତି ତିଆରି କଲେ ତାଙ୍କର କାଳଜୟୀ ଗୀତ- ° ଚନ୍ଦ୍ରମଲ୍ଲୀ ହସେ, ଚିତ୍ରଲେଖା ଓଠେ” | ଏ ବହି ବି କହିଛିକେମିତି ପାର୍ଥସାରଥୀ ବିଦେଶରୁ ପଠାଇ ଦେଇଥିବା ଗୋଟିଏ ସ୍ଥାନିଶ୍‌ ଗୀତର ଅନୁବାଦ“ଡାଉନ୍‌ ଦ ରିଭର ଆମାଜନ୍‌'ରୁ ଗଢ଼ା ହେଲା ଶିବବ୍ରତ ଦାସ ଓ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ' ଯାରେ ଭାସି ଭାସି ଯା” |

-ଅସିତ ମହାନ୍ତି

ଗୀତିକବିତା ଗୁଡ଼ିକର ମଞ୍ଜଳ ପଦସଂଯୋଜନା ସହିତ ଲଳିତ ପଦାବଳୀ ଯଥା' ରାଧିକାମୋହନ ଏବେ”, ଚନ୍ଦ୍ରମା ଏକ ଚନ୍ଦନବିନ୍ଦୁ, “ଏତେ କଥା ଥିଲା ମନେ”, ' ଚନ୍ଦ୍ରମା ଫେରି ଯାଅ ତିମିରେ! , ‘ ହାୟ ମଦଭରି ଆଖି” , ନୂଆ ନୂଆ ଦିନାକେତେ ବଡ଼ ଆଦର! , “କିଏ ପିନ୍ଧିଥାଏ ସୁନାଚୂଡ଼ି ସାଥେ” , “ ଆକାଶ ଆଖିରେ ନୀଳ ଅଞ୍ଜନ” ଇତ୍ୟାଦି ଏବେ ବି କବିତା ଜଗତରେ ଅନେକତା ଭିତରେ ଅନନ୍ୟତା ଦେଖାଇ ଥାଏ|

ପଙ୍କଜିନୀ ମହାପାତ୍ର

“ ବଣର ମାଳତୀ ଝୁରେ ଦିଗନ୍ତର ପାରେ

ଅଦିନ କାକର ଲାଗି ବାସିମନ ଝୁରି ମରେ

ଦିଗନ୍ତର ପାରେ... ”

ଏଇ ଗୀତଟି ଷାଠିଏ ଦଶକରେ ମୋ” ଦ୍ଵାରା ରଚିତ ହୋଇଥିଲା। ଷାଠିଏ ଓ ସତୁରୀ ଦଶକ ଓ ତାଂ ପରେ ମଧ୍ଯ ଏ ଗୀତଟିର ଭାରି ଆଦର ଥିଲା|... 

ଷାଠିଏ ଓ ସତୁରୀ ଦଶକ ବେଳକୁ ବହୁତ ଯୁବଗୀତିକବି ବାହାରିଲେ । ସେମାନଙ୍କ ମଧ୍ଯରୁ ଡକ୍ଟର ପାର୍ଥସାରଥୀ ଅନ୍ୟତମ ମର୍ଯ୍ୟାଦା ସଂପନ୍ନ କବି।

ଗୀତି କବିତାର ଅନ୍ୟତମ ତରଙ୍ଗ, ସମବେତ କଣ୍ଠସଂଗୀତ (କୋରସ୍‌)ରେ ଆକାଶବାଣୀ କଟକ ଓ କେନ୍ଦ୍ର ସରକାରଙ୍କର ବାର୍ଷିକ ଯୁବଉତ୍ସବ (ୟୁଥ୍‌ ଫେଷ୍ଟିଭାଲ୍‌)ରେ ଓଡ଼ିଶା ଖୁବ୍‌ କୃତିତ୍ଵ ଅର୍ନ କରିଥିଲା। ଏଥିପାଇଁ ଚାରିଜଣଙ୍କ ନା ପ୍ରସିଦ୍ଧ ଓ ସ୍ମରଣୀୟ | ପ୍ରଥମ ହେଲେ ଡକ୍ଟର ପି.ଭି.କୃଷ୍ଣମୂ୍ଜି, ମୋର (ଆମର) ପରମପୂଜ୍ୟ ଗୁରୁଦେବ ତଥା ଆକାଶବାଣୀର ଡିରେକ୍ସର ଓ ପରେ ଦୂରଦର୍ଶନର ଡାଇରେକ୍ଟର ଜେନେରାଲ, ଆକାଶବାଣୀ କଟକର ବିଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ବେହେଲା ବାଦକ ପଣ୍ଡିତ ଭୁବନେଶ୍ବର ମିଶ୍ର ଆକାଶବାଣୀ କଟକର ତଥା ବର୍ଭମାନର ବିଖ୍ଯାତ ବଂଶୀବାଦକ ଓ ସଂଗୀତଜ୍ଞ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ ବିଖ୍ୟାତ ସଂଗୀତଜ୍ଞ ଓ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି। ଏମାନେ ସମସ୍ତେ ଡକ୍ଟର ପାର୍ଥସାରଥୀ ମହାପାତ୍ର ଓ ଅନ୍ୟାନ୍ୟ ଖ୍ୟାତନାମା କବିମାନଙ୍କର ରଚନା ଗୁଡ଼ିକୁ ଏପରି ସୁରରେ ସ୍ଵରାୟିତ କରିଦେଉଥିଲେ ଯେ ତାହା ସର୍ବଭାରତୀୟ ଯୁବଉତ୍ସବରେ ଶ୍ରେଷ୍ଠ ପୁରସ୍କାର ମାନ ଲାଭ କରୁଥିଲା।

ପରମପୂଜ୍ୟ କାଳିନ୍ଦୀଚରଣ ପାଣିଗ୍ରାହୀ ସେତେବେଳେ କଟକ ଆକାଶବାଣୀର ଗୀତକବିତା ଓ ସାହିତ୍ୟର ମର୍ଯ୍ୟାଦା ରକ୍ଷା କରୁଥିଲେ। ମୁଁ ୧୯ ୪୮ରୁ ଆକାଶବାଣୀ କଟକର ଜଣେ କଳାକାର ଭାବରେ ଗୀତ ପରିବେଷଣ କରୁଥିଲି ଏବଂ ପରେ ନାଟକରେ ଅଂଶଗ୍ରହଣ କଲି ଓ ନାଟକ ମାନ ଲେଖିଲି। ୧୯୭୩ ମସିହାରେ ଲଣ୍ଡନ୍‌ରୁ ଟ୍ରେନିଂ ସମାପ୍ତ କରି ଫେରିଲା ପରେ ଟେଲିଭିଜନ କାର୍ଯ୍ୟକ୍ରମ କଟକରେ ଆରମ୍ଭ ହେଲା। ସେତେବେଳକୁ ପୂଜ୍ୟ କାଳିନ୍ଦୀବାବୁ ଅବସର ନେଇଯାଇଥିଲେ । ତେଣୁ ଗୀତର ମୁଲ୍ୟାଙ୍କନ ତଥା ମୁଲ୍ଯବୋଧ ରକ୍ଷା କରିବାର ଦାୟିତ୍ଵ ମୋ ଉପରେ ପଡଢ଼ିଥିଲା। ସେତିକିବେଳେ ପାର୍ଥସାରଥୀ ବାବୁଙ୍କ ସହିତ ମୋର ରଗନିଷ୍ଠତା ହୋଇଥିଲା। ମୁଁ ଆକାଶବାଣୀରୁ କଟକ ଟେଲିଭିଜନ କେନ୍ଦ୍ରକୁ ବଦଳି ହୋଇ ଚାଲିଗଲି। ସେଠି ଗୀତର ପରିପୁଷ୍ଠି ଓ ମର୍ଯ୍ୟାଦା ରକ୍ଷା କରିବାର ଭାର ମଧ୍ଯ ମୋ ଉପରେ ପଡ଼ିଲା।

ସାରଦା ପ୍ରସନ୍ନ ନାୟକ

ମୁଁ ତାଙ୍କର ଅନେକ ଗୀତ ଗାଇଛି | ଗୋଟିଏ ଗୀତ ମୋର ଖୁବ୍‌ ପ୍ରିୟ ଚନ୍ଦ୍ରମା କଳଙ୍କିନୀ, ଜୋଛନା ତ ନୁହେଁ, ମୁଁ ସିନା ପାଏ ନାହିଁ, ମୋ ଗୀତ ତୁମଠାରୁ ଆଦର ତ ପାଏ... | ତାଙ୍କର ଗୋଟିଏ ପଲ୍ଲୀଗୀତ ବି ମୋତେ ଖୁବ୍‌ ଭଲ ଲାଗେ | ସେହି ଗୀତଟି ହେଉଛି ମଉନ ରହିଲେ କହିଲ ତୁମେ ଭଲ ତ ଲାଗେ ନାହିଁ ମୁହଁଟି ଖୋଲିଲେ କହିଲ ତୁମେ କଥାରେ ଫୁଟେ ଖଇ | ଏ ଗୀତଟିକୁ ରେଡିଓରୁ ଶୁଣି ବୁଲୁଭାଇ କହିଲେ- ˆ ଚିଲା, ତୁ କ”ଣ ଗାଇଲୁରେ !”

ଶ୍ୟାମାମଣି ପଟ୍ଟନାୟକ

ଅକ୍ଷୟ ମହାନ୍ତିଙ୍କର ସେ ଟିଣଛପରବାଲା ତାତିଲା ଘରେ ମୁଁ ବୁଲୁବାବୁଙ୍କ ନୀ ଶୁଣି ଶୁଣି ଘର୍ମାକ୍ତ ହେଇଯାଏ, କିନ୍ତୁ ତାଙ୍କୁ କେବେ ଦେଖି ନଥାଏ। କେବଳ ନାଁ ଶୁଣିଥାଏ, ମୋ”ର ସବୁଠୁ ପ୍ରିୟ “ସଜଫୁଲ”ର ଗୀତ “ସଲିଳର ତୃଷ୍ଣାଂର ଲେଖକ ହିସାବରେ | କଟକ ରେଡିଓରୁ ପ୍ରଥମ ଲାଇନ୍‌ ଭାସିଆସେ, “ ମୁଁ ସୁନୀଳ ସାଗରେ ଥିଲି ଯେ ଅତଳ ଜଳେ ମିଶି।”... 

ଯେମିତି ଅକ୍ଷୟ ମହାନ୍ତିଙ୍କ ଅଭ୍ୟାସ, ସେ ଗୀତରେ ନୂଆ କ”ଣ କରିବେ ବୋଲି ଅନବରତ ଭାବୁଥାନ୍ତି ଆଉ ଏଥିରେ ୧୯୫୫ରୁ ୧୯୬ ୨ ପର୍ଯ୍ୟନ୍ତ ଅକୁଣ୍ଠ ସହଯୋଗୀ ଥିଲେ ପାର୍ଥସାରଥୀ ମହାପାତ୍ର ଅର୍ଥାତ୍‌ ବୁଲୁବାବୁ। ତାଙ୍କର ଖଟିଟି ବସୁଥିଲା ରେଡ଼ିଓ ଆନାଉନ୍‌ସର ବିଜନ ପାତ୍ରଙ୍କ ସୂତାହାଟ ଘରେ, ତାଙ୍କ ଅନୁଜ ବିନୟ ପାତ୍ର ଅର୍ଥାତ ଡିଡ଼ୁଭାଇଙ୍କ ସାଙ୍ଗରେ।... 

ବୁଲୁବାବୁ ଆକାଶବାଣୀର ସ୍ଵୀକୃତି ପ୍ରାପ୍ତ ଗୀତିକାର ପୂର୍ବରୁ ହୋଇସାରିଥିଲେ। ସେଥିପାଇଁ ଅକ୍ଷୟ ମହାନ୍ତିଙ୍କ ଲେଖା ପ୍ରଥମ ରେଡ଼ିଓଗୀତ ' ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ” ପାର୍ଥସାରଥୀଙ୍କ ନାଁରେ ବାଜିଥିଲା, କାରଣ ଅକ୍ଷୟ ମହାନ୍ତି ସେପର୍ଯ୍ୟନ୍ତ ରେଡ଼ିଓ ଗୀତିକାର ହୋଇନଥିଲେ । ଅନ୍ୟପଟେ ପାର୍ଥସାରଥୀ ମହାପାତ୍ରଙ୍କ ଲେଖା ବିଭିନ୍ନ ଗୀତର ଗରିମାରେ ସବୁବେଳେ ଭାଗୀଦାର ରହିଲେ ଅକ୍ଷୟ ମହାନ୍ତି। ... 

ବୁଲୁବାବୁଙ୍କର ତିନିମିନିଟବାଲା ରେଡ଼ିଓ କି ସିନେମା ଗୀତର ଆଧୁନିକତା ଓ ସ୍ବତନ୍ତତା ଅକାଟ୍ୟ, ଆଉ ସେମାନଙ୍କୁ ତିନିପ୍ରକାରରେ ବାଣ୍ଡି ହେବ | କିଛି ଗୀତରେ ରହିଚି ମଫସଲର ମାଧୁର୍ଯ୍ୟ ଯେମିତି, ମୋ ରଙ୍ଗଲତା ରୁଷିଚି', “ନୂଆ ନୂଆ ଦିନା କେତେ ବଡ଼ ଆଦର', ' ପାନ କିବା ଲୋଡ଼ା ତୋର, କହଲୋ ସୁନ୍ଦରୀ, ତୋ” ଓଠ ତ ସେଇମିତି ନାଲି” | ଆଉ କେଉଁଥିରେ ଅଛି ତାରୁଣ୍ୟର ରୋମାଞ୍ଚ ‘ଅଛ ତାର ବୟସ ବୋଲି ଗଛ ଭଲ ଲାଗେ! | ପୁଣି କେଉଁଠି ବଞ୍ଚିବାର ବିଭ୍ରାନ୍ତକାରୀ ଜଟିଳତା, ଯେମିତି “ ଦୁନିଆରେ ଏତେ ମୁହଁ, ଏତେ ନାମ ପରିଚୟ, ବେଳେବେଳେ ଚଟିହ୍ନିବାରେ ଭୁଲ୍‌ ହୁଏ ମୋ”ର, କିଏ ମୋର ଆପଣାର, କିଏ ଅବା ପର! |... 

ବୁଲୁବାବୁଙ୍କର ଗୋଟିଏ ଗୀତ ଅଛି, “କାଣେ ଜାଣେ ତୁମେ ମୋର ଗୀତ ଯେତେ ଭଲପାଅ, ମତେ ସେତେ ଭଲପାଅନାହିଁ।' ଏଇଭଳି ଗୀତ ସବୁରେ ଲେଖକ ଓ ଗାୟକ ନିଜେ ନିଜ ଉପରେ ଯେଉଁ ନାୟକତ୍ୃ ଆରୋପିତ କଲେ ଓ ତାଙ୍କ ହାରିଯିବାର ଗୌରବ ଓ ଜିତିବାର କଳଙ୍କକୁ ବଜାର ମଝିରେ କହିବାର ସାହସ ଜାହିର୍‌ କଲେ, ସେତେବେଳେ ଓଡ଼ିଆ ଆଧୁନିକ ଗୀତରେ ଏକ ନୂଆ ପରମ୍ପରାର ଅୟମାରମ୍ଭ ହେଲା। ଏହା ଏକ ଏତିହାସିକ ସନ୍ଧିକ୍ଷଣ।

ଓଡ଼ିଆରେ ପୁରାଣ ଅଛି, ଭଜନ କୀର୍ଉନ ଅଛି, ପଲ୍ିଗୀତ ଅଛି, ଲୋକଗୀତ ଅଛି, ଢଗଢମାଳି ଅଛି, ଜେମାଦେଇ କାନ୍ଦ ଓ ଟିକାଗୋବିନ୍ଦଚନ୍ଦ୍ର ଅଛି, କିନୁ ବିଂଶ ଶତାବ୍ଦୀର ଚେତନା ଓ ମାନସିକତାକୁ ପ୍ରତିଫଳିତ କଲାପରି ଆଧୁନିକ ଓଡ଼ିଆ ଗୀତର ଏକ ସୁସ୍ପଷ୍ଟ ପ୍ରବାହ ଏପର୍ଯ୍ୟନ୍ତ ଅନୁଭୂତ ହୁଏନାହିଁ। କଟକରେ ରେଡ଼ିଓ ଷ୍ଟେସନ୍‌ର ପ୍ରତିଷ୍ଠା ପରେ ଅବଶ୍ୟ ଏକ ସ୍ଵତନ୍ତରତାହୀନ ଓଡ଼ିଆ ଆଧୁନିକ ଗୀତର କ୍ଷୀଣ ସ୍ଵର ଶୁଣାଗଲା | କିନ୍ତୁ କେବଳ ପଚାଶ ଦଶକର ମଧ୍ଷଭାଗରୁ ରେଡ଼ିଓରେ ଅକ୍ଷୟ ମହାନ୍ତିଙ୍କ ଆବିର୍ଭାବ ପରେ, ସେ ଓ ତାଙ୍କର ଗୀତଲେଖକମାନେ ଆସନ୍ତା ପଚାଶ ବର୍ଷ ପର୍ଯ୍ୟନ୍ତ ଏହି ବଳିଷ୍ଠ ନୂତନ ପର୍ଯ୍ୟାୟକୁ ଅକ୍ଷୁଣ୍ଡ ରଖିଲେ ।

ଅକ୍ଷୟ ମହାନ୍ତିଙ୍କ ଗୀତ ଫଳରେ, ବିଂଶ ଶତାବ୍ଦୀର ଦ୍ଵିତୀୟାର୍ଵରେ ସେ ସମୟର ତରୁଣତରୁଣୀମାନେ କଥା କହିବାର, ଚିଠି ଲେଖିବାର ଭାଷା ପାଇଥିଲେ ଓ ନିଜର ମନୋଭାବକୁ ଗୀତ ଓ ଗପରେ ପ୍ରକାଶ କରିବାର ସାମର୍ଥ୍ୟ ପାଇଥିଲେ। ଗୀତ ଗାଇବାର ଭାଷା ଓ ସ୍ଵରରେ ଯେଉଁ ଅଭୂତପୂର୍ବ ପରିବର୍ଭନ ଅକ୍ଷୟ ମହାନ୍ତିଙ୍କ ରେଡ଼ିଓ ଗୀତ ସବୁ ଆଣିଥିଲା (ଫୁଲନେଲି ଫୁଲନେଲି ବୋଲି) ତାହାହିଁ ଓଡ଼ିଆ ଆଧୁନିକ ଗୀତର ମୂଳ କାୟାକଳ୍ପ କହିଲେ ଅତ୍ୟୁକ୍ତି ହେବନାହିଁ। ଏ ନିର୍ମାଣର ପ୍ରଥମ ଅବଧିରେ ଅକ୍ଷୟ ମହାନ୍ତି ଓ ପାର୍ଥସାରଥୀ ମହାପାତ୍ରଙ୍କର ଭାଗୀଦାରି ଯେଉଁ ଭୂମିକା ନିର୍ବାହ କରିଥିଲା ତା'ର ସାର୍ଥକତା ଅନସ୍ବୀକାର୍ଯ୍ୟ

ଦେବଦାସ ଛୋଟରାୟ

ବୁଲୁଭାଇ ଲେଖିଲେ ମିଳିତ ଗାନ, ଏକ ନାହିଁ ନ ଥିଲା ଢଙ୍ଗରେ। ରସରସିଆ ନହେଲେ ମଧ୍ଯ ଭୀଷଣ ଭାବରେ ଲୋକପ୍ରିୟ ହେଲା। ବିଷୟବସ୍ତୁ ଓ ଭାଷା ଅତି ମନଲୋଭା। ଶବ୍ଦ ସଂଯୋଜନାର ଶୈଳୀରେ ଥିଲା କାରୁକାର୍ଯ୍ୟ ଯଥା- “ଟପ୍‌ ଟପ୍‌ ଘୋଡ଼ା ଚାଲେ” ଯାହାକୁ ଶୁଣିଲେ ଶ୍ରୋତା ଆଖିବୁଜି ଅନୁଭବ କରେ, ଯେମିତି ଘୋଡ଼ା ଚାଲିଛି। ତା'ଛଡ଼ା ଏମିତି ଲେଖା ହୋଇଥିଲା, ଯେମିତି ମିଳିତ ଗାନ ଗାଇବା ବେଳେ ଏକ୍ୟ (ହାର୍ମୋନି)ରହି ପାରିବ। ୧୯୫ ୪ ମସିହା ଇଣ୍ଟର ୟୁନିଭର୍ସିଟି ୟୁଥ ଫେଷ୍ଟିଭାଲ୍‌ରେ “ସ୍ଵର ତୀର୍ଥ? ଗାଇ ଓଡ଼ିଶା ମିଳିତ ଗାନରେ ପ୍ରଥମ ପୁରସ୍କାର ନେବା ପରେ, ଓଡ଼ିଶାରେ ବିଶେଷତଃ କଟକ ରେଡିଓ ଷ୍ଟେସନ୍‌ରେ ମିଳିତ ଗାନକୁ ଲୋକପ୍ରିୟ କରାଇବାର ପ୍ରଚେଷ୍ଟା ବଢ଼ି ଯାଇଥିଲା।- ମୋର ମନେ ହୁଏ, ଏଥିପାଇଁ ଡିରେକ୍ଟର କୃଷ୍ଣମୂର୍ି ଓ ଭୁବନେଶ୍ବର ମିଶ୍ରଙ୍କର ଅବଦାନ ଅନେକ ଥିଲା।

୧୯ ୫୪ ପରେ ପରେ ଓଡ଼ିଶାର ସଂଗୀତ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି ହେଲା। ବୁଲୁଭାଇଙ୍କ ମନ ଛୁଇଁଲା ଭଳି ଲେଖାକୁ ଖୋକାଭାଇଙ୍କ ମନମତାଣିଆ ସ୍ଵରରେ ଶୁଣିବା ଏକ ମତୁଆଲା ଭାବର ଆଗ୍ରହରେ ପରିଣତ ହୋଇଥିଲା ଓଡ଼ିଶାର କୋଣ ଅନୁକୋଣରେ | * ଖୋକାଭାଇ-ବୁଲୁଭାଇ” ଗୀତର ବିଶେଷତ୍ବ ଥିଲା ପଲ୍ଲୀଗୀତ ଓ ଆଧୁନିକ ଗୀତର ଏକ ନୂତନ ଧରଣର ମିଶ୍ରଣ- ବାଜିଲା ମାତ୍ରେ ଜଣା ପଡ଼ି ଯାଉଥିଲା ସେମାନଙ୍କର ବୋଲି । ' ଅକ୍ଷୟ ମହାନ୍ତି- ପାର୍ଥସାରଥୀ” ଯୋଡ଼ିର ଗୀତ ବିଛାଇ ହୋଇଗଲା ଗାଁ-ବଜାର ବାଟରେ ଘାଟରେ |

ଶ୍ରୀଗୋପାଳ ମହାନ୍ତି

ବିଶେଷତଃ ଝିଅମାନଙ୍କର ମନକୁ ଆକର୍ଷିତ କଲାପରି ଗୀତ ଲେଖୁଥିଲେ ପାର୍ଥ ଆଉ ଗାଉଥିଲେ ଅକ୍ଷୟ | ଧୀରେ ଧୀରେ ପଲ୍ଲିଗୀତ ସହିତ ରୋମାଣ୍ତିକ୍‌ ଭାବଧାରା ପଶି ଆସିଲା ଲେଖା ଭିତରକୁ | ଏହା ଶ୍ରୋତାମାନଙ୍କୁ ଆହୁରି ପୁଲକିତ ତଥା ରୋମାଞ୍ଚିତ କଲା | ଯେମିତିକିଜାଣେ ଜାଣେ ମୋର ଗୀତ ତମେ ଯେତେ ଭଲ ପାଅ ମତେ ସେତେ ଭଲ ପାଅ ନାହିଁ X X X ଶୁଣ ଯାହାକୁ ଯିଏ ରସିଲା ସେ ତ ତାହାକୁ ଖାଲି କିଆଫ୍ଲଲ ପରି ବାସିଲା X X XxX ତୋ ବିନା ଉଦାସେ ଯାଏ ରେ ମଧୁରାତି ଦକ୍ଷିଣା ଦରଜ କରେ ଏ ମୋ ଛାତି... ସେ ସମୟର ଓଡ଼ିଶା ଆଉ କଟକର ବାତାବରଣ ଏଇସବୁ ଗୀତରେ ଗୁମୁସୁମ୍‌ ଥିଲା। ସହରର ଚାରିଆଡ଼େ ଚାପା ଗୁଞ୍ଜରଣ... ଆଉ ସେଇଥିପାଇଁ ପାର୍ଥସାରଥୀ ଲେଖିଲେଟୁପ୍ଟାପ୍‌ କଥା ହୁଏ ତାରା ତାରାରେ ଗୁପ୍‌ଚୁପ୍‌ କଥା ଭାଷା ଆଖି ଆଖିରେ

ସେଇ ଦୁଃଖଦ ପରିସ୍ଥିତିର ବାସ୍ତବତାକୁ ହୃଦୟଙ୍ଗମ କରି ପାର୍ଥସାରଥୀ ଲେଖିଥିଲେ ଆଉ ଅକ୍ଷୟ ମହାନ୍ତି ଗାଇଥିଲେ-

ଟିକି ଝିଅଟି ମଥାରେ ଦେଲା ସିନ୍ଦୁର ଟୋପାଟିଏ

ବୋହୂ ସାଜି ସେ ବେଦୀ ଉପରୁ ନଇଁନଇଁକା ଯାଏ

ଦିଅ ଲୋ କିଏ ଝିଅ ମୁହଁରେ ପାଣି ଟୋପାଏ ଦିଅ

ତିନି ପହର ରାତି ହେଲାଣି ଅଖିଆ ଅଛି ଝିଅ ... 

ମୁଁ ଯେବେ ମନ ଖୋଲି ଗୀତ ପଦେ ଉଠେ ଗାଇ

ସେ ଆସି ଓଠେ ମୋର ହାତ ତାର ଦିଏ ଥୋଇ

ନା ନା ଗାଅ ନା କାନେ କାନେ ଯାଏ ଖାଲି କହି...

ଏତେ କଥା ଥିଲା ମନରେ

କାଳୀକି ନେଇ କି ଘର କରିବି

ଗୋରୀ ନିବେଶିଲି ବନରେ... 

ସବୁଠୁ ଭଲ ଏଇ ଅଳପ ଜଣାଶୁଣା ଟିକିଏ ରାଗରଷା ଟିକିଏ ବୁଝାମଣା ପାହିଲେ ରାତି କିଏ କାହାର...

ପାର୍ଥସାରଥୀଙ୍କର ଆହୁରି ଅନେକ ଗୀତ ରହିଛି, ଯାହାକୁ କେବଳ ଅକ୍ଷୟ ମହାନ୍ତି ନୁହନ୍ତି; ବୀଣା ଦେବୀ, ନିର୍ମଳା ମିଶ୍ରଙ୍କ ଭଳି ବିଶିଷ୍ଠ ଶିଳ୍ପୀମାନେ ମଧ୍ଯ ଗାଇଛନ୍ତି । ଯେମିତିକିକମ୍ପନ ତୋଳି କେତେ ମୁଁ ଡାକିଲି ମୋ ମନ ବୀଣାର ତାରେ ମୁଁ ନା ତା'ର ପରଶି ପାରିନି ତୁମରି ମରମେ ବାରେ X X X କିଏ ପନ୍ଧିଥାଏ ସୁନାଚୂଡ଼ି ସାଥେ କାଚଚୁଡ଼ି କେତେ ଛଟକେ ତୁମ ହାତେ ଖାଲି କାଚ ଦି” ପଟ ମରକତ ପରି ଝଟକେ | X X X ଆମେ ଦୁହେଁ ଏ ନଦୀର ଦୁଇକୂଳେ ଥିଲେ ସେତିକି ତ ଶେଷ କଥା ନୁହେଁ ସେ ପାରିରେ ସୁଲୁସୁଲୁ ପବନ ବହିଲେ ଏ ପାରିର କୂଳେକୂଳେ ପାଣି ଯେ ଚହଲେ ତୁମେ ତ ରହିଛ ଘେରି ମୋ ମନ ମେଖଳା ଦୂରେ ଥିଲେ କିବା ଆସେ ଯାଏ।

ମସିହା ମନେ ନାହିଁ, କିଜୁ ଏ ଗୀତ ରେଡିଓରେ “ ସୁଗମଶିକ୍ଷା' ଶୀର୍ଷକ ଏକ ସଂଗୀତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ସପ୍ତାହରେ ବାଜୁଥିଲା। ଶିଳ୍ୀ ଥିଲେ ବୀଣା ଦେବୀ ।-

ଲଳିତା ଗୋ ବିରହର ବଇଁଶୀ ତ ତୁମ ଲାଗି ବାଜେନା ତୁମ ଲାଗି ବନମାଳୀ ପୀତ ବାସେ ସାଜେନା X X X ଦୁନିଆରେ ଏତେ ମୁହଁ ଏତେ ନାମ ପରିଚୟ ଚିହ୍ନିବାରେ ବେଳେବେଳେ ଭୁଲ ହୁଏ ମୋର X X X ଅକ୍ଷୟ ମୁଁ ଯେ ଯୁଗ ଯୁଗ ଧରି ଧରଣୀର ବୁକୁ ପରେ ରୂପ ନେଇଛି ମୁଁ କଳା କୁଶଳୀର ତୂଳୀକାରେ ଧରା ଦେଇ ସଂଗୀତ ରୂପେ ଶିଳୀ ମନର ବାରତା ଆସିଛି ନେଇ ଫୁଟିଛି କେତେ ମୁଁ ଦରଦୀ କବିର ଅମର ଲେଖନୀ ଗାରେ

ଡକୂର ରେଣୁ ମିଶ୍ର

ଚତୁର୍ଥ ଦଶନ୍ଧିରେ ସ୍ବେହଲତା ମହାନ୍ତି( ୧୯୩ ୨ ) , ପାର୍ଥସାରଥୀ ମହାପାତୁ( ୧୯୩୩-୭୬), ଜୀବନାନନ୍ଦ ପାଣି( ୧୯୩୩-୯୮), ନାରାୟଣ ପ୍ରସାଦ ସିଂହ( ୧୯୩୩), ଗୁରୁକୃଷ ଗୋସ୍ବାମୀ( ୧୯୩୪), ଅକ୍ଷୟ ମହାନ୍ତି( ୧୯୩୬-୨୦୦୨), ଜିତେନ୍ଦ୍ର ପଟ୍ଟନାୟକ( ୧୯୩୭-୧୯୭୭), ବିନୋଦିନୀ ଦେବୀ ୧୯୩୭), କ୍ଷୀରୋଦ ଚନ୍ଦ୍ର ପୋଥାଳ( ୧୯୩୯-୨୦୧୧), ପୂଫୁଲ୍ଲ କର( ୧୯୩୯), ରଜନୀକାନ୍ତ ନାୟକ(( ୧୯୩୯) ପରି ସୃଜନଶୀଳ ଗୀତିକାରଙ୍କ ଆବିର୍ଭାବ ପ୍ରକୃତରେ ଓଡ଼ିଆ ଗୀତିକାକୁ ପଲ୍ଲବିତ କରିଛି, ପୁରିତ କରିଛି । ଏହାର ପୂର୍ବ ପାଞ୍ଚ ବର୍ଷ ମଧ୍ଧରେ ଆସିଛନ୍ତି ନରସିଂହ ମହାପାତ୍ର( ୧୯ ୨୬-୯୮), ସାରଦା ପ୍ରସନ୍ନ ନାୟକର( ୧୯ ୨୬) ଓ ଶିବବ୍ରତ ଦାସ( ୧୯୩୦-୮୮) | ଏଇମାନଙ୍କୁ ନେଇ ହିଁ ଗଢ଼ିହୋଇଛି ଗୀତିସାହିତ୍ୟର ବର୍ଣ୍ଣମୟ ହର୍ମ୍ୟ। ଏଥିରେ ଆନମନା ହୋଇଛନ୍ତି ସଂଗୀତରେ ଭିଜୁଥବା ମଣିଷମାନେ । ଉଚ୍ଛାସର ଉତ୍ସ ହୋଇଯାଇଛି ଏହି ଗୀତିକାରମାନଙ୍କ ଗୀତିସବୁ। ଏମାନଙ୍କ ମଧ୍ଯରେ ଦୁଇ ପ୍ରତିଭାଦୀପ୍ତଙ୍କ ଦେହାବସାନ ହୋଇଛି ଅପରିଣତ ବୟସରେ । ସେମାନେ ହେଲେ ପାର୍ଥସାରଥୀ ମହାପାତ୍ର ଓ ଜିତେନ୍ଦ୍ର ପଟ୍ଟନାୟକ | ଦୁହିଁଙ୍କର ଆୟୁକାଳ ଯଥାକ୍ରମେ ୪୩ ଓ ୪୦ ବର୍ଷ; ମାତ୍ର ଅନୁଭୂତି ଓ ଅନୁରାଗରେ ପ୍ରଭାଦୀପ୍ତ ଓ ପ୍ରାଣସ୍ପର୍ଶୀ ଦୁହିଁଙ୍କର ଗୀତିକା । ଏଠି ଜୀବନର ସୀମାବଦ୍ଧତା ଉପରେ ଅମରତ୍ଵର ଜୟଗାନ ଶୁଭିଛି। ଆଜି ଗୀତିର ଗୁଞ୍ଜନ ମଧ୍ଯରେ ବାରି ହୋଇଯାଏ ଏହି ସ୍ଵପପ୍ରବଣ ସ୍ଵଷ୍ଟାଙ୍କର ଆବେଗ ଓ ଅନୁରାଗ |

“ ଚନ୍ଦ୍ରମା ଏକ ଚନ୍ଦନ ବିନ୍ଦୁ ଆଉ ଏ ରୋଶଣି ଜୋଛନା”, “ ଟୁପ୍ଟାପ୍‌ କଥା କହେ ତାରା ତାରାରେ”, “ ଚନ୍ଦ୍ରମା ଫେରି ଯାଅ ତିମିରେ” , “ ଉଡ଼ିଉଡ଼ି ଉଡ଼ିଉଡ଼ି ଏଇ ମେଘ କୋଳେ”, “ଝର ଝର ଝରିଯାଏ ଝରଣା”ରେ କବିଙ୍କ ପ୍ରକୃତି ମନସ୍କତା ଏହାକୁ ଜୀବନଧର୍ମୀ ଓ ହୃଦ୍ୟ କରି ଗଢ଼ିତୋଳିଛି।

ଜୀବନାନୂୁଭୂତିର ମୁଗ୍ଧ ଉଚ୍ଚାରଣରେ ଉଚ୍ଚକିତ ହୋଇଉଠିଛି ଗୀତିକାର ପାର୍ଥସାରଥୀଙ୍କ “ ଧୀରେ ଧୀରେ ଉଦାସ ସୁରେ କିଏ ଗାଅ କୁହ ନା”, “ ଦିନ ଥଲା ଯେବେ ଚାହିଁ ବସୁଥିଲ ପଲକର ଦେଖା ପାଇଁ”, “ନାଚି ନାଚି ଢେଉରେ ମନ ଆଜି ଯାଉରେ”, “ ଆମେ ଦିହେଁ ନଦୀରେ ଦୁଇ କୂଳେ ଥିଲେ ସେତିକି ତ ଶେଷକଥା ନୁହେ”, “ମୁଁ ଯେବେ ମନ ଖୋଲେ ତା ପଦ ଓଠେ ଗାଇ” ଆଦି ଗୀତିକବିତା|

ପାର୍ଥସାରଥୀଙ୍କ ଗୀତିକା “ଶୁଣ, ଯାହାକୁ ଯିଏ ରସିଲା / ସେତ ତାହାକୁ ଖାଲି କିଆଫୁଲ ପରି ବାସିଲା”, “ଶୁକ କହେ ଶୁଣ ଶାରୀ / ପୀରତି ପଥର ସରୁ ଶିଉଳି ଲୋ / ଚାଲୁଥବୁ ଥିରି ଥିରି”, “ ବେଙ୍ଗ କହେ ମୋ ବେଙ୍ଗୁଲି / ସାରୁଗଛ ମୂଳେ ରାଇଜରେ ତୋତେ / ପାଟରାଣୀ ନାଆଁ ଦେଲି”, “ନୂଆ ନୂଆ ଦିନା କେତେ ବଡ଼ ଆଦର / ନୂଆରୁ ପୁରୁଣା ହେଲେ ତୁଠ ପଥର” , “ ରଙ୍ଗଲତା ରୁଷିଛି ମୋ ରଙ୍ଗଲତା ରୁଷିଛି” ପରି ଗୀତିକା ଏ କ୍ଷେତ୍ରରେ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସଂଯୋଗ। ପାର୍ଥସାରଥୀଙ୍କ “ ରଙ୍ଗଲତା ରୁଷିଛି ମୋ ରଙ୍ଗଲତା ରୁଷିଛି” ତାଙ୍କ ପାଇଁ ଆଣିଥିଲା ସ୍ଵତନ୍ତ୍ର ପରିଚିତି । ସାଧାରଣ ନାରୀର ଆଚରଣ ଓ ମନକଥାରେ ଏହି ଗୀତିକା ଆଜି ବି ଅନେକଙ୍କ ପାଇଁ ଅଭୁଲା ହୋଇ ରହିଛି । “ ଆମ ଗାଁର ସଞ୍ଜ ସକାଳ” ସଂଗୀତରୂପକରେ ଗୀ”'ର ନିଖୁଣ ଚିତ୍ର ସେ ଆଙ୍କିଛନ୍ତି।

ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ


Friday, 9 August 2024

ଟିକିଏ ହସରେ ଟିକିଏ ବାସରେ

 Collated by Tusar Nath Mohapatra

ଏକଇ ମନରେ ଅନେକ ବାସନା 

ଏକଇ ଦେହରେ ଅନେକ ଯାତନା ॥ 

ଏକଇ ଫୁଲରେ ଅନେକ ସୁରଭି 

ଅନେକ ଦୁଃଖ ଏକଇ ଦରଦୀ

ଏକଇ ଚନ୍ଦ୍ରେ ଅନେକ ଜୋଛନା ॥

ଏକଇ ତନ୍ଦ୍ରା ଅନେକ ସପନ

ଅନେକ ବାସନା ଏକଇ ଜୀବନ

ଏକଇ ପ୍ରେମରେ ଅନେକ ସାଧନା ॥

*****


କାହା ମନ ପ୍ରଜାପତି ଉଡ଼ିବୁଲେ ନିତି ନିତି

କାହା ମନ ମାଧବୀର ବନେ

ତମାଳ ଯେ ହସି ହଜେ ମାଳତୀ ଯେ ଝୁରି ଖୋଜେ

ସବୁ କିବା ଖାଲି ଅକାରଣେ ॥

ରୂପ ରାଇଜର ନଇ ସପନରେ ପହଁରି ପହଁରି

ଶିରି ଶିରି ମଳୟରେ ତନୁ ମନ ଶିହରି ଶିହରି

କାହା ରାତି ଯାଏ ବିତି କାହା ମନେ ଜାଗେ ଭୀତି

କିଏ କଳପନା ଢେଉ ଗଣେ ॥

କାହାର ସେନେହ ଘାରେ ପ୍ରୀତି ମଧୁ କୋଛନା ରାତିରେ

କିଏ ଲାଗେ ଜଣାଶୁଣା ଗୋପନ ଏ ମନର ଦେଉଳେ

ଏ ରାତିର ଇତି କଥା ସୁରେ ହୋଇ ଗୀତି କଥା

ଅତୀତର ବ୍ୟଥା ବହି ଆଣେ ॥

https://youtu.be/QotySLjlC7w?si=y37MEcXVSeaw1Kpl

ଭୁବନେଶ୍ୱରୀ ମିଶ୍ର 

*****


ମନ କହେ ତୁମକୁ ମୁଁ ପାଖକୁ ଡାକିବି

ଲାଜ କହେ ଡାକନା-ଡାକନା

ଆଖି କହେ ଅପଲକେ ନିରେଖି ଦେଖିବି

ଲାଜ କହେ ଦେଖନା-ଦେଖନା ॥

ଲାକ ଆଉ ଭୟ ଦୁହେଁ ବାଟ କଗି ବସି

କିଏ କହେ ହାତ ଠାରି କିଏ ଦିଏ ହସି

ମେଘଦୂତ ମନ ନିଏ ବାରତା ତମରି ପାଶେ

ମନେ ରଖ -ଭୁଲନା-ଭୁଲନା ॥

ଭାବିଥିଲି ମନ କଥା ଲେଖିବି ଚିଠିରେ

ନ ଲେଖି ମୁଁ କହିଯାଏ ଆଜି ଗୀତି ସୁରେ

ମମତାର ମୋତି ଝରା ମନର ମୀନାରେ ଜଳେ

ଆଶା ଦୀପ -ଲିଭାନା-ଲିଭାନା ॥

https://youtu.be/2W7ges1TNzE?si=L0T8w2tK1fecm6uR

ଧନଞ୍ଜୟ ଶତପଥୀ 

*****


ସାଗରେ ଅଧୀର ନୀଳ ତରଙ୍ଗ

ଆକାଶେ କଜଳ ମେଘର ରଙ୍ଗ ॥

ଧୂସର ମାଟିର ଶ୍ୟାମଳୀ କନ୍ଯା

ତନୁରେ ଛୁଟାଇ ରୂପର ବନ୍ୟା 

ବରଷା ପ୍ରିୟର ଲଭିଛି ସଂଗ ॥

ଶୀତଳ ସମୀର ଫୁଲର ଗଂଧେ

ବାଜଇ ଚପଳ ମଧୁର ଛନ୍ଦେ

ବିଳାସୀ ମେଘର ଜଳ ତରଙ୍ଗ ॥

https://youtu.be/zFdrcelqzHE?si=1JccjZJVoAyNvFrM

https://youtu.be/EYNJunscsLA?si=U4nIznhC2XGm38o8

ମହମ୍ମଦ ସିକନ୍ଦର ଆଲାମ

ସଙ୍ଗୀତ - ହରିପ୍ରସାଦ ଚୌରାଶିଆ

*****


ଆଖି ବୁଜ-ବୁଜି ଦିଅ ନୀରବରେ କଥା କୁହ

କୁହ ମତେ ଭଲ ପାଅ ବୋଲି

ଏ ଲଗନେ ଅଙ୍ଗନେ କେତେ ତାରା କେତେ ଫୁଲ

ହସି ଉଠେ ଆଖି ଠାରି ଠାରି ॥

ଏ ମଧୁ ବେଳାରେ ବସିବାନି ଭାଳି ଅତୀତର ଗତ କଥା

କଥା ସବୁ ନୂଆ ଜନମ ଲଭିଛି ପାଇଛି ରୂପ କବିତା

ମଧୁଝରା ଏ ଜୋଛନା ଛାୟାଲୋକ ଆଳପନା 

ଆଙ୍କେ ଏ ଧରା ବୁକୁ ଭରି ॥

ଫୁଲ ମଉଛବେ ଅନୁରାଗୀ ହିଆ ଆବେଗରେ ଯାଉ ମିଳି

ନିଜରେ ନିଜେ ଗୋ ଦେଖୁ ଆମେ ଆଜି ଏ ଦୁନିଆଁ ଯାଉ ଭୁଲି

ଏ ରାତି ଶେଷରେ ବଞ୍ଚବା ଆମ ଜୀବନରେ ନାହିଁ ଆଶା

ଓଠ ପିଆଲାରେ ଲେଖା ନାହିଁ ଆଉ ବିରହର ଅପଭାଷା

ଏ ମଣିଷ -ଏ ଦୁନିଆ।-ଦେଉ ମିଛ ଅପବାଦ

ବୋଳି ଦେଉ କଳଙ୍କର କାଳି ॥।

https://youtu.be/ar2l3miEDL8?si=c2ml4X3lsXnvppVv

https://youtu.be/TDyH7o3LQDM?si=XV6kVCBkJSOvM1xm 

ମହମ୍ମଦ ସିକନ୍ଦର ଆଲାମ 1964

*****


ଅବୁଝା ମନର ସବୁଜ ବନରେ ଫୁଟିଛି ଗୋଟିଏ ଫୁଲ 

ଆଶାରେ ଆଶାରେ ପାଇଛି ଦେଖା ମୁଁ ସେଇ ଭୀରୁ ଯୂଥିକାର ॥ 

ଗୋଲାପର ସମ ହସେ ନାହିଁ ସିଏ ମଧୁପର ପ୍ରୀତି ରାସେ

ଚମ୍ପକ ସମ ବାସେ ନାହିଁ ସିଏ ଜାଳି ଜଳିବାର ଆଶେ

କମଳର ସମ ବନ୍ଦୀ କରେନା ଦେଇ ବୁକୁ ମଧୁ ଭାର ॥

ଚହଟ ଚମକ କିଛି ନାହିଁ ତା'ର ଆପଣାର କରିବାର

ଟିକିଏ ହସରେ ଟିକିଏ ବାସରେ ଲାଗେ ସେ ବହୁତ ଭଲ

ପ୍ରୀତି ଲତା ସିଏ କହେ ମୁଁ ତାହାର ସପନର ସହକାର ॥

https://youtu.be/qDD6nnTZDXU?si=5nBhlD0iMGZUKPWv

ମହମ୍ମଦ ସିକନ୍ଦର ଆଲାମ

*****

(ଯନ୍ତର ମନ୍ତର କାଳ କଳନ୍ତର-ନାମ ବନନ୍ତର ଫ୍ର ଡାହାଣୀ ବାନ୍ଧ-ଚିରିଗୁଣୀ ବାନ୍ଧ-ବାନ୍ଧ ବାନ୍ଧ ବୋଲି କାହାର ଆଜ୍ଞା ନିତେଇ ମା ଧୋବଣୀ-ପିତେଇ ମା ସଉତୃଣୀ କାଉଁରୀ କାମଚଣ୍ଡୀଙ୍କର କୋଟି କୋଟି ଆଜ୍ଞା )

ଗୁଣିଆ ଝାଡ଼େ ଲୋ ଡାହାଣୀ

ଚଂପାକୁ ଲାଗିଛି ବାହୁତି ଦେଖ ଲୋ କାନ୍ଦେ ସେ ବାହୁନି ବାହୁନି ॥

କେତେବେଳେ ହସେ କେତେବେଳେ ରୁଷେ କେତେବେଳେ ଗୋଡ଼ କଚାଡ଼େ

କାହାକୁ ଦିଏ ବା ବିଧା ଗୋଇଠାଏ କାହାକୁ ଗୋଡ଼େଲ କାମୁଡ଼େ

ମାଇପି ଲୋକ ସେ ଅପନିନ୍ଦା କଥା କିବା ଅନିଭୋଗ କହନି ॥

ଗୁଣିଆର ବେତ ନହ ନହକାଲୋ ଝୁଣା ଧୂଆଁ କଟୁ ଟାସରେ

ମନ୍ତୁରା କୁଲାକୁ କାମୁଡ଼ି ଦାନ୍ତରେ ଚଂପା ଚାଲେ ଗାଆଁ ବାଟରେ

ପଡ଼ିଗଲେ ଝାଡ଼ି ଭଲ କରେ ସେତ ଗୁଣୀ ଗାରେଡ଼ିର କାହାଣୀ

ଗୁଣିଆ ଝାଡ଼େ ଲୋ ଡାହାଣୀ ॥

https://youtu.be/ydzWU2fzkAw?si=JHE63oZaLNOYkCpA

https://youtu.be/48XIRRdSKfI?si=KB2IBNIJz7Zy4rRF

ମହମ୍ମଦ ସିକନ୍ଦର ଆଲାମ

ସଙ୍ଗୀତ - ଭୁବନେଶ୍ବର ମିଶ୍ର 

*****

ରଚନା : ରସରାଜ ନାରାୟଣ ପ୍ରସାଦ ସିଂହ

ରସରାଜ ଗୀତିବିଚିତ୍ରା 

From RASARAJ GEETIBICHITRA

Selected Lyrics of Rasaraj Narayan Prasad Singh

https://archive.org/details/rasaraja-gitibichitra-2007/page/n1/mode/1up