Monday 30 November 2020

ଖାଲି ଡଙ୍ଗା ଭସେଇ ଦେଲେ ଦାୟିତ୍ୱ ସରିଗଲାନି

ଆଜି ଯେଉଁ ପିଲାମାନେ ଜନ୍ମ ହେଲେ ସେମାନେ ତାଙ୍କର ଅଜାଣତରେ ଦେଶର ସମ୍ବିଧାନ ଓ ଅନ୍ୟାନ୍ୟ ଆଇନ୍‌ କାନୁନ୍‌ ର ଅନ୍ତର୍ଭୁକ୍ତ ହୋଇଗଲେ । ତା ସହିତ ଜାତି ଓ ଧର୍ମ ସମ୍ପର୍କୀୟ ବିଭିନ୍ନ ପ୍ରକାରର କାଇଦା କଟକଣାର ମଧ୍ୟ ଅଧୀନ ବୋଲି ଧରି ନିଆଗଲା । ଏହା ବ୍ୟତୀତ ପରମ୍ପରାର ବିଭିନ୍ନ କଥା ଓ କିମ୍ବଦନ୍ତୀଙ୍କୁ ମଧ୍ୟ ବହନ କରିବାର ଦାୟିତ୍ୱ ଆସିଗଲା ।

୧୯୦୫ରେ ଲର୍ଡ କର୍ଜନ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ପ୍ରଦେଶକୁ ଦୁଇଭାଗ କରିଥିଲେ ଯାହା ବିରୁଦ୍ଧରେ ଏକ ବିରାଟ ଅନ୍ଦୋଳନ ଛିଡା ହୋଇଗଲା । ଆଜିବି ଭାରତର ସ୍ଥିତି ପ୍ରାୟ ସେଇ ପ୍ରକାର | କଳିଙ୍ଗ ଯେ କାହିଁକି ବାହାରର କାହାର ଶାସନାଧୀନ ହୋଇ ରହିବ ତା ବିବେଚନା କରିବାର ଯଥେଷ୍ଟ ପ୍ରୟୋଜନ । ନହେଲେ ଏ ଜାତିର ଅଭ୍ୟୁତ୍ଥାନର ସମ୍ଭାବନା କ୍ଷୀଣ ।

ଭାଷାଟିକୁ ବଞ୍ଚେଇବାକୁ ହେଲେ ସୀମାନ୍ତର ସ୍ୱାୟତ୍ତତା ତଥା ସାର୍ବଭୌମତାର ଆବଶ୍ୟକତା ଅନିର୍ବାର୍ଯ୍ୟ । ତେଣୁ ଖାଲି ଡଙ୍ଗା ଭସେଇ ଦେଲେ ଦାୟିତ୍ୱ ସରିଗଲା ବୋଲି ଭାବିବା ଭୁଲ । ପଞ୍ଜାବୀ ବା ଗୁଜୁରାଟୀଙ୍କ ଉପରେ ବେଶି ଭରସା ନକରି ନିଜ ଗୋଡ଼ରେ ଛିଡା ହେବାର ସାହାସ ଓ ଅନ୍ୟଭାଷାର ବ୍ୟକ୍ତି ଅପେକ୍ଷା ଓଡ଼ିଆ ଲୋକକୁ ପ୍ରାଧାନ୍ୟ ଦେଲେ ପାଲି ବଦଳିବ

କୌଣସି ଅଣଓଡ଼ିଆ ନେତା ବା ଦଳର ଦାସତ୍ୱ ନକରି ରାଜନୈତିକ ସମର୍ଥନ ମାଗିବାରେ ମୁଁ ପ୍ରଥମ । ପ୍ରତ୍ୟେକ ଓଡ଼ିଆ ଯଦି ଏହାର ମହତ୍ତ୍ୱ ବୁଝିବେ ଓ ଦାସ ପ୍ରଥାର ବିରୋଧ କରିବେ ତାହେଲେ ଗୋଟିଏ ଦିନରେ ସବୁକିଛିର ପରିବର୍ତ୍ତନ ହୋଇଯିବ । ଭାଷାର ସ୍ଥିତି ବର୍ତ୍ତମାନ ଯେଉଁ ଅବସ୍ଥାରେ ପହଞ୍ଚିଛି ସେଥିରେ ସର୍ଜେରୀ ଅବଶ୍ୟମ୍ଭାବୀ । ~ତୁଷାରନାଥ ମହାପାତ୍ର

ଓଡ଼ିଆକୁ କେନ୍ଦ୍ରକରି ଓଡ଼ିଶା ସୃଷ୍ଟି ହୋଇଥିଲା ୧୯୩୬ରେ । ତେଣୁ ଓଡ଼ିଶାକୁ ସବୁ ଭାଷାର ଧର୍ମଶାଳାରେ ପରିଣତ କରିବାର ଅଧିକାର କାହାର ନାହିଁ । ପ୍ରଥମେ ଭାଷା ପରେ ଅନ୍ୟ ସବୁକିଛି । ଧର୍ମ ନାଁରେ ଓଡ଼ିଆକୁ ନିର୍ବାସିତ କରିବାର ଚକ୍ରାନ୍ତକୁ ମଧ୍ୟ ହୃଦୟଙ୍ଗମ କରିବାର ଓ ଯେଉଁମାନଙ୍କର ସର୍ବଭାରତୀୟ ପ୍ରେମ ଅଧିକ ଗୋଟିଏ ରାସ୍ତା ବାଛିନେବାର ସମୟ

ଆଜି କାର୍ତ୍ତିକପୁନେଇଁ କୁ ମିଶେଇ ସନ୍ଧ୍ୟା ମୁଖୋପାଧ୍ୟାୟଙ୍କ ମୋଟ ଏଗାରଟି ଓଡ଼ିଆ ଗୀତ । ପ୍ରତିଟି ଗୀତ ରତ୍ନ ସଦୃଶ । ସେଭଳି କୃତି ଭବିଷ୍ୟତରେ କେବେବି ସମ୍ଭବ ନୁହେଁ । ସେସବୁକୁ ଶୁଣିବା ଓ ସାଇତିବା ପାଇଁ ସମସ୍ତଙ୍କୁ ପ୍ରେରଣା ମିଳୁ । https://t.co/aZUROlOKYQ
Sandhya Mukherjee (b 4 October 1931)
https://t.co/7tBRcxKtbd

ଘରଟିଏ ତିଆରି କରିବାପାଇଁ ଚାରୋଟି ଖୁଣ୍ଟ ଦରକାର୍ । ଧରାଯାଉ ସେମାନଙ୍କର ନାଁ ହେଲା ଆ କା ମା ବୈ । ସମାଜ ବ୍ୟବସ୍ଥା ବି ସେୟା । ଆମ୍ ଲୋକଙ୍କୁ ଆ କୁହାଯାଉ । କା କୁ କାୟା ବା ଶକ୍ତିର ପ୍ରତୀକ ବୋଲି ମାନି ନିଆଯାଉ । ମା ହେଲା ସଙ୍ଗତି ବା ମିତ୍ର ଓ ବୈ ହେଲା ଜ୍ଞାନ ବା ବରୁଣଙ୍କ ଚିହ୍ନ । ବେଦର ଚାରି ଦେବ ବରୁଣ, ଅର୍ଯ୍ୟମା, ମିତ୍ର, ଓ ଭଗ ।

ସାରାଦେଶ ଶୁଣୁଛି ଆଉ କିଏ ଜାଣିଥିଲା ଯେ ପ୍ରଧାନମନ୍ତ୍ରୀ ହଠାତ୍ ଶ୍ରୀଅରବିନ୍ଦଙ୍କ ଉପରେ କହିବେ ଓ ପ୍ରାୟ ପାଞ୍ଚମିନିଟ୍ ଧରି ବିଭିନ୍ନ ଦୃଷ୍ଟିକୋଣରୁ #ଶ୍ରୀଅରବିନ୍ଦ ଙ୍କୁ ପ୍ରତ୍ୟେକ ବର୍ଗର ଲୋକ ପଢ଼ିବା ଉଚିତ୍ ବୋଲି ଗୁରୁତ୍ତ୍ୱ ଆରୋପ କରିବେ? କିନ୍ତୁ କାଲି ତାହା ସମ୍ଭବ ହେଲା । ଆର୍ଯ୍ୟପତ୍ରିକା ସମାପନର ୧୦୦ ବର୍ଷପରେ ଏକ ଐତିହାସିକ କ୍ଷଣ
ଶ୍ରୀଅରବିନ୍ଦଙ୍କୁ ଏଭଳି ଭାବରେ ସର୍ବୋଚ୍ଚ ସ୍ତରରେ ସ୍ମରଣ କରାଯିବା ନିଶ୍ଚିତ ଭାବରେ ପ୍ରଥମ । ଦେଶର ଯୁବଶକ୍ତି ଏହି ସନ୍ଧିକ୍ଷଣର ଯଥାର୍ଥ ଲାଭ ଉଠାଇ ପାରିବ ବୋଲି ଆଶା । ତୁଷାରନାଥ ମହାପାତ୍ର
ସାବିତ୍ରୀ ଇରା ଲର୍ଣ୍ଣି ଫୋରମ
୯୬୫୦୦-୬୫୬୩୬
ଗାଜିଆବାଦ
୨୯.୧୧.୨୦
#ଶ୍ରୀଅରବିନ୍ଦ
#SriAurobindo
#MannKiBaat

ନଈକୂଳେ ନେଉଳଛୁଆଟିକୁ ତାମା' କହୁଛି ଭଲକରି ଦୌଡାଦୌଡି କରି ଖେଳେ ମଣିଷମାନେ ଆସିଲେ ଆଉକ'ଣ ଯାଗାମିଳିବ? ଛୁଆ ପଚାରିଲା ମଣିଷମାନେ କିଭଳିଆ କେତେବଡ଼? ମା'କହିଲା ତାଙ୍କର ଦିଟାଗୋଡ ଦେଖିବାକୁ ବହୁତବଡ । ଛୁଆ ଯାହାବାଗୋଟାଏ ଧାରଣାକଲା । କରୋନାପରେ ସେଠି ଯେତେବେଳେ ଭିଡଜମିଲା ନେଉଳଛୁଆ ଦେଖି ଅବାକ୍ ହେଲା । ଆମପାଇଁ ଭବିଷ୍ୟତ ସେମିତି ହୋଇପାରେ

ଏକଥା ସତ ଯେ ଜଣେଲୋକ ସବୁବିଷୟରେ ସବୁକିଛି ଜାଣିପାରିବ ନାହିଁ । କେବେ ଜାଣିଥିଲେ ବି ମନେ ରଖିପାରିବ ନାହିଁ । ତେଣୁ କୌଣସି ଗୋଟିଏ ମତାମତରୁ ଜଣକୁ ସବୁକିଛି ଉପରେ ପ୍ରଶ୍ନ ପଚାରିବା ଅବାନ୍ତର । ପ୍ରତ୍ୟେକ ବ୍ୟକ୍ତିର ତା ସୀମିତତା ଭିତରେ ବାସ କରିବାର ଜନ୍ମଗତ ଅଧିକାର ରହିଛି । ତାକୁ ଅଯଥା ତୁଳନାର ଜାଲ ଭିତରକୁ ଟାଣି ଆଣି ହଟହଟା କରାନଯାଉ ।

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଠାରୁ ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି; ଥକା ମନ ଏହି ଅଳି, ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ । ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ତେଣେ ଯମୁନା ବହୁଛି ଉଜାଣି; ବୋହୁ ଚାଲି ନ ଜାଣଇ ଲୋ, ଏତ କଳିକାଳ ରିତୀ ବିପରୀତ ଭାଇରେ । ମଲ୍ଲି ଢପ ଲୋ, ତୁଛାକୁ ମହୁ, ଗୁଡ଼ ପଡ଼ିଲେ, ପାନ କହୁଛି ମୋ ଜାତି ଯାଉଚି ।

ଯୋଉଠି ରସଗୋଲା ଛେନାଗଜା କାରବାର ସେଠି ଗରମ୍ ମୁଢିକୁ ପଚାରେକିଏ? ହେଲେ ତଳବରଡା ଖସୁଚିି, ଉପରବରଡା ହସୁଚି; ମଝିବରଡା ଥାଇ କହୁଚି ମୋବେଳକାଳ ଆସୁଚି । ଯେଝାହାତରେ ଯିଏ ଚଉଦପା ତେଣୁ ଆଲୋସଖି ଆପଣାମହତ ଆପେରଖି । ତଥାପି କୁଣିଆଘର ଆସି ଗୋରୁଖୁଣ୍ଟ ଗଣିବାର ଯୋଉଖୋଇନା ! ଷାଠିଏମହଣ ଘିଅହବନା ରାଧାନାଚିବ । ଶୁଆକହେ ସାରୀଲୋ ପୃଥୀ କ୍ଷଣକ୍ଷଣକେଆନ

ବାଇଶି ପାହାଚ ସହିତ ତ ପ୍ରାୟ ସମସ୍ତେ ପରିଚିତ କିନ୍ତୁ ବିଗତ ୨୨୦୦ ବର୍ଷ ଭିତରେ ସଦ୍ୟପ୍ରସ୍ତୁତ ଏଇ ଅଭୂତପୂର୍ବ ବାଇଶି ପାହାଚଟିକୁ ଯଦି ମାତ୍ର ବାଇଶି ମିନିଟ୍ ଦେଇ ସମସ୍ତେ ଚଢି ପାରନ୍ତେ, ତେବେ ଅନେକ ଉପକାର ହୁଅନ୍ତା । ଏହାର ସ୍ଵାଦ କୌଣସି ଖାଦ୍ୟ ପଦାର୍ଥ ବା ଭ୍ରମଣର ଆନନ୍ଦ ଠାରୁ କମ୍ ନୁହେଁ । ଧନ୍ୟବାଦ #ପାଶ୍ଚାତ୍ୟଦର୍ଶନ #Philosophy
https://twitter.com/NathTusar/status/1331657111437074432?s=19

No comments:

Post a Comment