Sunday 24 January 2021

ରବି ମିଶ୍ର, ଲଳିତ ନାୟକ, ଓ ଗୋପାଳ କୃଷ୍ଣ ମହାପାତ୍ର

 ଇଣ୍ଟେଲେକ୍ଟସ୍ ଦ୍ୱାରା ୨୦୧୫ଠାରୁ ପ୍ରଦାନ କରାଯାଉଥିବା ବାର୍ଷିକ ପ୍ରବାସୀ ଭାଷା ସମ୍ମାନ ଶୃଙ୍ଖଳାର ସର୍ବୋଚ୍ଚ ସମ୍ମାନ 'ଆମ ଗୌରବ' ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଆଠଜଣ ବିଶିଷ୍ଟ ବ୍ୟକ୍ତି/ମହିଳାଙ୍କୁ ପ୍ରଦାନ କରାଯାଇଛି। ଏ ବର୍ଷ ପାଇଁ ତାହା ଡଃ ଜଗନ୍ନାଥ ପ୍ରସାଦ ଦାସଙ୍କୁ ଦିଆଯିବ
ଏହି ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିବା ଅନ୍ୟମାନେ ହେଲେ ୨୦୨୦ - ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ୨୦୧୯ - ଡଃ ପ୍ରତିଭା ରାୟ ୨୦୧୮ - ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ୨୦୧୭ - ଶ୍ରୀଯୁକ୍ତ ଘନଶ୍ୟାମ ମହାପାତ୍ର ୨୦୧୬ - ଶ୍ରୀଯୁକ୍ତ ବିଭୁତି ପଟ୍ଟନାୟକ ୨୦୧୫ - ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଡଃ ରାମଚନ୍ଦ୍ର ଖୁଣ୍ଟିଆ 

 ସିନେମା କେହି ଦେଖୁ ନାହାଁନ୍ତି ବୋଲି ସବୁବେଳେ କଥା ଉଠୁଛି। ଆଛା କହିଲେ ଆଜିକାଲି କେହି ଓଡ଼ିଆ ମୁସିକ ଚାନେଲ ନିଜ ପରିବାର ସାମ୍ନାରେ ଚଳେଇ ପାରିବେ।ଏତେ ଅଶ୍ଳୀଳ ଲିରିକ୍ସ ଆଣୁଛନ୍ତି କୋଉଠୁ। ଡାନ୍ସ ବି ତାକୁ ବଳି। ଲୋକ ନିଶ୍ଚୟ ଦେଖିବାକୁ ଯିବେ ଯଦି ପୁରୁଣା ଓଡ଼ିଆ ସିନେମା ତାର ହୃତ ଗୌରବ ଆଉ ଥରେ ଫେରି ପାଇବ। #ଓଡ଼ିଆସଂସ୍କୃତି

@amaresh_otv ଅବସରପ୍ରାପ୍ତ ଆଇଏଏସ ଅଫିସର ହୃଷିକେଶ ପଣ୍ଡା ବହୁତ ଭଲ ଗପ ଓ ଉପନ୍ୟାସ ଲେଖନ୍ତି। ଖୁବ ଅଲଗା ଷ୍ଟାଇଲ ତାଙ୍କର। ପାଠକ ଏକାଦିକ୍ରମେ ପଢି ପାରିଲା ପରି ଫ୍ଲୋ। କେବେ ସୁଯୋଗ ପାଇଲେ ତାଙ୍କ ବହି ନିଶ୍ଚୟ ପଢନ୍ତୁ। ଏବେ ବୋଧେ ସେ ଆଉ ବେଶୀ ଲେଖୁ ନାହାନ୍ତି। ଆଉଗୋଟେ ଉପନ୍ୟାସ ତାଙ୍କର ଅଛି 'ମିଛ ଖୁସି ସତ ଦୁଃଖ' ବୋଧେ, ଠିକରେ ମନେପଡୁନି।

ଚଟପଟିଆରେ ଗୋପାଳିଆ, ବୋକା ବନାଏରେ ଗୋପାଳିଆ ....... ଓଡ଼ିଆ ଟେଲି ଧାରାବାହିକ ‘#ଗୋପାଳ_ରହସ୍ୟ’ ର ଏହା ଥିଲା ଶୀର୍ଷକ ଗୀତ। ଆଉ ଏହି ଗୀତ ବହୁତ ପୁରୁଣା ହେଲେ ବି ଆଜି ବି ଦର୍ଶକଙ୍କ ମନେ ରହିଛି। ସବୁଠୁ ଖାସ କଥା ହେଲା ଅଭିନେତା #ରବି_ମିଶ୍ର ଙ୍କୁ ଦେଖିଲେ ଦର୍ଶକଙ୍କ ମନରେ ସେହି ପୁରୁଣା ସ୍ମୃତି ଆହୁରି ସତେଜ ହୋଇଯାଏ। (୧/୨) କାରଣ ଏହି ଧାରାବାହିକରେ ରବି ମିଶ୍ରଙ୍କ ବେଶଭୂଷାଠୁ ଆରମ୍ଭ କରି ତାଙ୍କ ଚରିତ୍ର ବେଶ ଆକର୍ଷଣୀୟ ଥିଲା। ଲୋକ ଏହି ସିରିଏଲ ଦେଖି ହସି ହସି ବେଦମ ହୁଅନ୍ତି। ଏବେ ସିନା ‘ଗୋପାଳ ରହସ୍ୟ’ର #ଗୋପାଳିଆ ରବି ମିଶ୍ର ନାହାନ୍ତି କିନ୍ତୁ ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଗୋପାଳିଆ ଭାବେ ସବୁବେଳେ ମନେ ରହିବେ। (୨/୨)

 ଜନ ର ବନ୍ଧୁ,ସଖା ସହୋଦର,ଗରୀବ ର ସାଥି,ଶ୍ରମିକଙ୍କ ବଳ, ରୋଗୀ ପାଇଁ ସେବା ଓ ସାନ୍ତ୍ୱନା ବଲାଙ୍ଗୀର ର ବିଶିଷ୍ଟ ଶ୍ରମିକ ନେତା ସମାଜସେବୀ ଲଳିତ ନାୟକ କାକା ଆଉ ଆମ ଗହଣରେ ନାହାନ୍ତି।ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ ହୋଇଛି। ଓଁ ଶାନ୍ତି

,ଓଁ ଶାନ୍ତି ,, ଭଦ୍ରକ ର ଗର୍ବ ଗୌରବ,,ଗୋପାଳ କୃଷ୍ଣ ମହାପାତ୍ର,, ପ୍ରଖ୍ୟାତ କୁସ୍ତି ଯୋଦ୍ଧା, ବିଶ୍ୱରେ ପ୍ରତିଯୋଗିତା ବେଳେ ମସ୍କୋ ଗୋଲଡ଼ ବିଜେତା ଭାବେ ପୁରା ଦେଶରେ ନାଁ କରିଥିଲେ,, ଆଜି ଆଉ ସେ ଆମ ଗହଣରେ ନାହାନ୍ତି, ସମସ୍ତଙ୍କୁ ଛାଡ଼ି ଚାଲିଗଲେ l ତାଂକ ବିୟୋଗ ରେ ଭଦ୍ରକରେ ଶୋକର ଛାୟା ଖେଳି ଯାଇଛି l

 ଯାଇ ନାହାନ୍ତି ନିଜ ମାଟିର ମହକକୁ... ଆନ୍ତର୍ଜାତିକ ଫିଲ୍ମ ପ୍ରଯୋଜକ ତଥା ପ୍ରଚାରକ ଶ୍ରୀ ଜିତେନ୍ଦ୍ର ମିଶ୍ର ବର୍ତ୍ତମାନ ଓଡ଼ିଶାର କଳା ଓ ସଂସ୍କୃତି କୁ ଆଧାର କରି ଆନ୍ତର୍ଜାତିକ ସ୍ତରୀୟ ଏକ ଫିଲ୍ମ କରିବାକୁ ଯୋଜନା କରିଛନ୍ତି ଯାହାର ଅଧିକାଂଶ ଭାଗ ପଶ୍ଚିମ ଓଡ଼ିଶାରେ ସୁଟିଂ ହେବାକୁ ଯାଉଛି ।

ଆମେ ଅପାରଗ। କେବେ ନେତାଜୀ ଙ୍କୁ ଉଚିତ ସମ୍ମାନ ଦେବାକୁ ବଙ୍ଗ ବାସୀ ପଛେଇ ନାହାନ୍ତି। କିନ୍ତୁ ଏକ କୈନ୍ଦ୍ରିକ ପୂଜ୍ୟପୂଜା ରେ ଓଡ଼ିଆଏ ଅନ୍ଧ

@OdiaCulture ଜେରି ରାଓ ତାଙ୍କର 'ଦ ଇଣ୍ଡିଆନ କଞ୍ଜର୍ଭେଟିଭ - ଏ ହିଷ୍ଟ୍ରି ଅଫ ଇଣ୍ଡିଆନ ରାଇଟ ଉଇଙ୍ଗ ଥଟ' ରେ ସେ ଦାଦାଭାଇ ନାରୋଜୀଙ୍କ ଠୁଁ ନେଇ ମହାତ୍ମା ଗାନ୍ଧୀଙ୍କ ଯାଏଁ ସମସ୍ତଙ୍କୁ ରାଇଟ ଉଇଙ୍ଗ ଚିନ୍ତାଧାରାର ବୋଲି ଚିତ୍ରଣ କରିଛନ୍ତି। କେବଳ ଜଣେ ହିଁ ବିଶିଷ୍ଟ ନେତା ତାଙ୍କ ରାଇଟ ଉଇଙ୍ଗ ସଜ୍ଞାରେ ଆସି ନାହାନ୍ତି। ସେ ହେଲେ ନେତାଜୀ ସୁଭାଷ।

No comments:

Post a Comment