Tuesday, 13 August 2024

ପାର୍ଥସାରଥୀ ମହାପାତ୍ର ଓ ଓଡ଼ିଆ ଗୀତରେ ଆଧୁନିକତା

 ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

"ପ୍ରଣାମ ପାର୍ଥସାରଥୀ" ଅସିତ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ଏବଂ ୨୦୧୭ ମସିହାରେ ପ୍ରକାଶିତ ଏକ ଓଡ଼ିଆ ପୁସ୍ତକ । ଏହା ଭୁବନେଶ୍ୱରସ୍ଥିତ ସୃଜନିକା ଅନୁଷ୍ଠାନଦ୍ୱାରା ସ୍କାନ କରାଯାଇ ତାଙ୍କ ସ୍ଥାପିତ "ଓଡ଼ିଆ ବିଭବ"ପ୍ରକଳ୍ପରେ ଡିଜିଟାଲ୍ ରୂପରେ ଉପଲବ୍ଧ ହୋଇଥିଲା ।

https://archive.org/details/pranam-parthasarathi-2017/page/%E0%AD%AD%E0%AD%AF/mode/1up?q=%E0%AC%86%E0%AC%95%E0%AC%BE%E0%AC%B6%E0%AC%AC%E0%AC%BE%E0%AC%A3%E0%AD%80

ଏ ବହି କହିଛି- କେମିତି ପାର୍ଥସାରଥୀ ନିଜ ପୁଅ ପାଇଁ କିଣି ଆଣିଥିବା ନର୍ସରୀ ରାଇମ୍‌ ‘ପଫ୍‌ ଦ ମ୍ୟାଜିକ୍‌ ଡ୍ରାଗନ୍‌'ର ମୁଖଡ଼ାର ସ୍ଵରରୁ ଅକ୍ଷୟ ମହାନ୍ତି ତିଆରି କଲେ ତାଙ୍କର କାଳଜୟୀ ଗୀତ- ° ଚନ୍ଦ୍ରମଲ୍ଲୀ ହସେ, ଚିତ୍ରଲେଖା ଓଠେ” | ଏ ବହି ବି କହିଛିକେମିତି ପାର୍ଥସାରଥୀ ବିଦେଶରୁ ପଠାଇ ଦେଇଥିବା ଗୋଟିଏ ସ୍ଥାନିଶ୍‌ ଗୀତର ଅନୁବାଦ“ଡାଉନ୍‌ ଦ ରିଭର ଆମାଜନ୍‌'ରୁ ଗଢ଼ା ହେଲା ଶିବବ୍ରତ ଦାସ ଓ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ' ଯାରେ ଭାସି ଭାସି ଯା” |

-ଅସିତ ମହାନ୍ତି

ଗୀତିକବିତା ଗୁଡ଼ିକର ମଞ୍ଜଳ ପଦସଂଯୋଜନା ସହିତ ଲଳିତ ପଦାବଳୀ ଯଥା' ରାଧିକାମୋହନ ଏବେ”, ଚନ୍ଦ୍ରମା ଏକ ଚନ୍ଦନବିନ୍ଦୁ, “ଏତେ କଥା ଥିଲା ମନେ”, ' ଚନ୍ଦ୍ରମା ଫେରି ଯାଅ ତିମିରେ! , ‘ ହାୟ ମଦଭରି ଆଖି” , ନୂଆ ନୂଆ ଦିନାକେତେ ବଡ଼ ଆଦର! , “କିଏ ପିନ୍ଧିଥାଏ ସୁନାଚୂଡ଼ି ସାଥେ” , “ ଆକାଶ ଆଖିରେ ନୀଳ ଅଞ୍ଜନ” ଇତ୍ୟାଦି ଏବେ ବି କବିତା ଜଗତରେ ଅନେକତା ଭିତରେ ଅନନ୍ୟତା ଦେଖାଇ ଥାଏ|

ପଙ୍କଜିନୀ ମହାପାତ୍ର

“ ବଣର ମାଳତୀ ଝୁରେ ଦିଗନ୍ତର ପାରେ

ଅଦିନ କାକର ଲାଗି ବାସିମନ ଝୁରି ମରେ

ଦିଗନ୍ତର ପାରେ... ”

ଏଇ ଗୀତଟି ଷାଠିଏ ଦଶକରେ ମୋ” ଦ୍ଵାରା ରଚିତ ହୋଇଥିଲା। ଷାଠିଏ ଓ ସତୁରୀ ଦଶକ ଓ ତାଂ ପରେ ମଧ୍ଯ ଏ ଗୀତଟିର ଭାରି ଆଦର ଥିଲା|... 

ଷାଠିଏ ଓ ସତୁରୀ ଦଶକ ବେଳକୁ ବହୁତ ଯୁବଗୀତିକବି ବାହାରିଲେ । ସେମାନଙ୍କ ମଧ୍ଯରୁ ଡକ୍ଟର ପାର୍ଥସାରଥୀ ଅନ୍ୟତମ ମର୍ଯ୍ୟାଦା ସଂପନ୍ନ କବି।

ଗୀତି କବିତାର ଅନ୍ୟତମ ତରଙ୍ଗ, ସମବେତ କଣ୍ଠସଂଗୀତ (କୋରସ୍‌)ରେ ଆକାଶବାଣୀ କଟକ ଓ କେନ୍ଦ୍ର ସରକାରଙ୍କର ବାର୍ଷିକ ଯୁବଉତ୍ସବ (ୟୁଥ୍‌ ଫେଷ୍ଟିଭାଲ୍‌)ରେ ଓଡ଼ିଶା ଖୁବ୍‌ କୃତିତ୍ଵ ଅର୍ନ କରିଥିଲା। ଏଥିପାଇଁ ଚାରିଜଣଙ୍କ ନା ପ୍ରସିଦ୍ଧ ଓ ସ୍ମରଣୀୟ | ପ୍ରଥମ ହେଲେ ଡକ୍ଟର ପି.ଭି.କୃଷ୍ଣମୂ୍ଜି, ମୋର (ଆମର) ପରମପୂଜ୍ୟ ଗୁରୁଦେବ ତଥା ଆକାଶବାଣୀର ଡିରେକ୍ସର ଓ ପରେ ଦୂରଦର୍ଶନର ଡାଇରେକ୍ଟର ଜେନେରାଲ, ଆକାଶବାଣୀ କଟକର ବିଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ବେହେଲା ବାଦକ ପଣ୍ଡିତ ଭୁବନେଶ୍ବର ମିଶ୍ର ଆକାଶବାଣୀ କଟକର ତଥା ବର୍ଭମାନର ବିଖ୍ଯାତ ବଂଶୀବାଦକ ଓ ସଂଗୀତଜ୍ଞ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ ବିଖ୍ୟାତ ସଂଗୀତଜ୍ଞ ଓ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି। ଏମାନେ ସମସ୍ତେ ଡକ୍ଟର ପାର୍ଥସାରଥୀ ମହାପାତ୍ର ଓ ଅନ୍ୟାନ୍ୟ ଖ୍ୟାତନାମା କବିମାନଙ୍କର ରଚନା ଗୁଡ଼ିକୁ ଏପରି ସୁରରେ ସ୍ଵରାୟିତ କରିଦେଉଥିଲେ ଯେ ତାହା ସର୍ବଭାରତୀୟ ଯୁବଉତ୍ସବରେ ଶ୍ରେଷ୍ଠ ପୁରସ୍କାର ମାନ ଲାଭ କରୁଥିଲା।

ପରମପୂଜ୍ୟ କାଳିନ୍ଦୀଚରଣ ପାଣିଗ୍ରାହୀ ସେତେବେଳେ କଟକ ଆକାଶବାଣୀର ଗୀତକବିତା ଓ ସାହିତ୍ୟର ମର୍ଯ୍ୟାଦା ରକ୍ଷା କରୁଥିଲେ। ମୁଁ ୧୯ ୪୮ରୁ ଆକାଶବାଣୀ କଟକର ଜଣେ କଳାକାର ଭାବରେ ଗୀତ ପରିବେଷଣ କରୁଥିଲି ଏବଂ ପରେ ନାଟକରେ ଅଂଶଗ୍ରହଣ କଲି ଓ ନାଟକ ମାନ ଲେଖିଲି। ୧୯୭୩ ମସିହାରେ ଲଣ୍ଡନ୍‌ରୁ ଟ୍ରେନିଂ ସମାପ୍ତ କରି ଫେରିଲା ପରେ ଟେଲିଭିଜନ କାର୍ଯ୍ୟକ୍ରମ କଟକରେ ଆରମ୍ଭ ହେଲା। ସେତେବେଳକୁ ପୂଜ୍ୟ କାଳିନ୍ଦୀବାବୁ ଅବସର ନେଇଯାଇଥିଲେ । ତେଣୁ ଗୀତର ମୁଲ୍ୟାଙ୍କନ ତଥା ମୁଲ୍ଯବୋଧ ରକ୍ଷା କରିବାର ଦାୟିତ୍ଵ ମୋ ଉପରେ ପଡଢ଼ିଥିଲା। ସେତିକିବେଳେ ପାର୍ଥସାରଥୀ ବାବୁଙ୍କ ସହିତ ମୋର ରଗନିଷ୍ଠତା ହୋଇଥିଲା। ମୁଁ ଆକାଶବାଣୀରୁ କଟକ ଟେଲିଭିଜନ କେନ୍ଦ୍ରକୁ ବଦଳି ହୋଇ ଚାଲିଗଲି। ସେଠି ଗୀତର ପରିପୁଷ୍ଠି ଓ ମର୍ଯ୍ୟାଦା ରକ୍ଷା କରିବାର ଭାର ମଧ୍ଯ ମୋ ଉପରେ ପଡ଼ିଲା।

ସାରଦା ପ୍ରସନ୍ନ ନାୟକ

ମୁଁ ତାଙ୍କର ଅନେକ ଗୀତ ଗାଇଛି | ଗୋଟିଏ ଗୀତ ମୋର ଖୁବ୍‌ ପ୍ରିୟ ଚନ୍ଦ୍ରମା କଳଙ୍କିନୀ, ଜୋଛନା ତ ନୁହେଁ, ମୁଁ ସିନା ପାଏ ନାହିଁ, ମୋ ଗୀତ ତୁମଠାରୁ ଆଦର ତ ପାଏ... | ତାଙ୍କର ଗୋଟିଏ ପଲ୍ଲୀଗୀତ ବି ମୋତେ ଖୁବ୍‌ ଭଲ ଲାଗେ | ସେହି ଗୀତଟି ହେଉଛି ମଉନ ରହିଲେ କହିଲ ତୁମେ ଭଲ ତ ଲାଗେ ନାହିଁ ମୁହଁଟି ଖୋଲିଲେ କହିଲ ତୁମେ କଥାରେ ଫୁଟେ ଖଇ | ଏ ଗୀତଟିକୁ ରେଡିଓରୁ ଶୁଣି ବୁଲୁଭାଇ କହିଲେ- ˆ ଚିଲା, ତୁ କ”ଣ ଗାଇଲୁରେ !”

ଶ୍ୟାମାମଣି ପଟ୍ଟନାୟକ

ଅକ୍ଷୟ ମହାନ୍ତିଙ୍କର ସେ ଟିଣଛପରବାଲା ତାତିଲା ଘରେ ମୁଁ ବୁଲୁବାବୁଙ୍କ ନୀ ଶୁଣି ଶୁଣି ଘର୍ମାକ୍ତ ହେଇଯାଏ, କିନ୍ତୁ ତାଙ୍କୁ କେବେ ଦେଖି ନଥାଏ। କେବଳ ନାଁ ଶୁଣିଥାଏ, ମୋ”ର ସବୁଠୁ ପ୍ରିୟ “ସଜଫୁଲ”ର ଗୀତ “ସଲିଳର ତୃଷ୍ଣାଂର ଲେଖକ ହିସାବରେ | କଟକ ରେଡିଓରୁ ପ୍ରଥମ ଲାଇନ୍‌ ଭାସିଆସେ, “ ମୁଁ ସୁନୀଳ ସାଗରେ ଥିଲି ଯେ ଅତଳ ଜଳେ ମିଶି।”... 

ଯେମିତି ଅକ୍ଷୟ ମହାନ୍ତିଙ୍କ ଅଭ୍ୟାସ, ସେ ଗୀତରେ ନୂଆ କ”ଣ କରିବେ ବୋଲି ଅନବରତ ଭାବୁଥାନ୍ତି ଆଉ ଏଥିରେ ୧୯୫୫ରୁ ୧୯୬ ୨ ପର୍ଯ୍ୟନ୍ତ ଅକୁଣ୍ଠ ସହଯୋଗୀ ଥିଲେ ପାର୍ଥସାରଥୀ ମହାପାତ୍ର ଅର୍ଥାତ୍‌ ବୁଲୁବାବୁ। ତାଙ୍କର ଖଟିଟି ବସୁଥିଲା ରେଡ଼ିଓ ଆନାଉନ୍‌ସର ବିଜନ ପାତ୍ରଙ୍କ ସୂତାହାଟ ଘରେ, ତାଙ୍କ ଅନୁଜ ବିନୟ ପାତ୍ର ଅର୍ଥାତ ଡିଡ଼ୁଭାଇଙ୍କ ସାଙ୍ଗରେ।... 

ବୁଲୁବାବୁ ଆକାଶବାଣୀର ସ୍ଵୀକୃତି ପ୍ରାପ୍ତ ଗୀତିକାର ପୂର୍ବରୁ ହୋଇସାରିଥିଲେ। ସେଥିପାଇଁ ଅକ୍ଷୟ ମହାନ୍ତିଙ୍କ ଲେଖା ପ୍ରଥମ ରେଡ଼ିଓଗୀତ ' ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ” ପାର୍ଥସାରଥୀଙ୍କ ନାଁରେ ବାଜିଥିଲା, କାରଣ ଅକ୍ଷୟ ମହାନ୍ତି ସେପର୍ଯ୍ୟନ୍ତ ରେଡ଼ିଓ ଗୀତିକାର ହୋଇନଥିଲେ । ଅନ୍ୟପଟେ ପାର୍ଥସାରଥୀ ମହାପାତ୍ରଙ୍କ ଲେଖା ବିଭିନ୍ନ ଗୀତର ଗରିମାରେ ସବୁବେଳେ ଭାଗୀଦାର ରହିଲେ ଅକ୍ଷୟ ମହାନ୍ତି। ... 

ବୁଲୁବାବୁଙ୍କର ତିନିମିନିଟବାଲା ରେଡ଼ିଓ କି ସିନେମା ଗୀତର ଆଧୁନିକତା ଓ ସ୍ବତନ୍ତତା ଅକାଟ୍ୟ, ଆଉ ସେମାନଙ୍କୁ ତିନିପ୍ରକାରରେ ବାଣ୍ଡି ହେବ | କିଛି ଗୀତରେ ରହିଚି ମଫସଲର ମାଧୁର୍ଯ୍ୟ ଯେମିତି, ମୋ ରଙ୍ଗଲତା ରୁଷିଚି', “ନୂଆ ନୂଆ ଦିନା କେତେ ବଡ଼ ଆଦର', ' ପାନ କିବା ଲୋଡ଼ା ତୋର, କହଲୋ ସୁନ୍ଦରୀ, ତୋ” ଓଠ ତ ସେଇମିତି ନାଲି” | ଆଉ କେଉଁଥିରେ ଅଛି ତାରୁଣ୍ୟର ରୋମାଞ୍ଚ ‘ଅଛ ତାର ବୟସ ବୋଲି ଗଛ ଭଲ ଲାଗେ! | ପୁଣି କେଉଁଠି ବଞ୍ଚିବାର ବିଭ୍ରାନ୍ତକାରୀ ଜଟିଳତା, ଯେମିତି “ ଦୁନିଆରେ ଏତେ ମୁହଁ, ଏତେ ନାମ ପରିଚୟ, ବେଳେବେଳେ ଚଟିହ୍ନିବାରେ ଭୁଲ୍‌ ହୁଏ ମୋ”ର, କିଏ ମୋର ଆପଣାର, କିଏ ଅବା ପର! |... 

ବୁଲୁବାବୁଙ୍କର ଗୋଟିଏ ଗୀତ ଅଛି, “କାଣେ ଜାଣେ ତୁମେ ମୋର ଗୀତ ଯେତେ ଭଲପାଅ, ମତେ ସେତେ ଭଲପାଅନାହିଁ।' ଏଇଭଳି ଗୀତ ସବୁରେ ଲେଖକ ଓ ଗାୟକ ନିଜେ ନିଜ ଉପରେ ଯେଉଁ ନାୟକତ୍ୃ ଆରୋପିତ କଲେ ଓ ତାଙ୍କ ହାରିଯିବାର ଗୌରବ ଓ ଜିତିବାର କଳଙ୍କକୁ ବଜାର ମଝିରେ କହିବାର ସାହସ ଜାହିର୍‌ କଲେ, ସେତେବେଳେ ଓଡ଼ିଆ ଆଧୁନିକ ଗୀତରେ ଏକ ନୂଆ ପରମ୍ପରାର ଅୟମାରମ୍ଭ ହେଲା। ଏହା ଏକ ଏତିହାସିକ ସନ୍ଧିକ୍ଷଣ।

ଓଡ଼ିଆରେ ପୁରାଣ ଅଛି, ଭଜନ କୀର୍ଉନ ଅଛି, ପଲ୍ିଗୀତ ଅଛି, ଲୋକଗୀତ ଅଛି, ଢଗଢମାଳି ଅଛି, ଜେମାଦେଇ କାନ୍ଦ ଓ ଟିକାଗୋବିନ୍ଦଚନ୍ଦ୍ର ଅଛି, କିନୁ ବିଂଶ ଶତାବ୍ଦୀର ଚେତନା ଓ ମାନସିକତାକୁ ପ୍ରତିଫଳିତ କଲାପରି ଆଧୁନିକ ଓଡ଼ିଆ ଗୀତର ଏକ ସୁସ୍ପଷ୍ଟ ପ୍ରବାହ ଏପର୍ଯ୍ୟନ୍ତ ଅନୁଭୂତ ହୁଏନାହିଁ। କଟକରେ ରେଡ଼ିଓ ଷ୍ଟେସନ୍‌ର ପ୍ରତିଷ୍ଠା ପରେ ଅବଶ୍ୟ ଏକ ସ୍ଵତନ୍ତରତାହୀନ ଓଡ଼ିଆ ଆଧୁନିକ ଗୀତର କ୍ଷୀଣ ସ୍ଵର ଶୁଣାଗଲା | କିନ୍ତୁ କେବଳ ପଚାଶ ଦଶକର ମଧ୍ଷଭାଗରୁ ରେଡ଼ିଓରେ ଅକ୍ଷୟ ମହାନ୍ତିଙ୍କ ଆବିର୍ଭାବ ପରେ, ସେ ଓ ତାଙ୍କର ଗୀତଲେଖକମାନେ ଆସନ୍ତା ପଚାଶ ବର୍ଷ ପର୍ଯ୍ୟନ୍ତ ଏହି ବଳିଷ୍ଠ ନୂତନ ପର୍ଯ୍ୟାୟକୁ ଅକ୍ଷୁଣ୍ଡ ରଖିଲେ ।

ଅକ୍ଷୟ ମହାନ୍ତିଙ୍କ ଗୀତ ଫଳରେ, ବିଂଶ ଶତାବ୍ଦୀର ଦ୍ଵିତୀୟାର୍ଵରେ ସେ ସମୟର ତରୁଣତରୁଣୀମାନେ କଥା କହିବାର, ଚିଠି ଲେଖିବାର ଭାଷା ପାଇଥିଲେ ଓ ନିଜର ମନୋଭାବକୁ ଗୀତ ଓ ଗପରେ ପ୍ରକାଶ କରିବାର ସାମର୍ଥ୍ୟ ପାଇଥିଲେ। ଗୀତ ଗାଇବାର ଭାଷା ଓ ସ୍ଵରରେ ଯେଉଁ ଅଭୂତପୂର୍ବ ପରିବର୍ଭନ ଅକ୍ଷୟ ମହାନ୍ତିଙ୍କ ରେଡ଼ିଓ ଗୀତ ସବୁ ଆଣିଥିଲା (ଫୁଲନେଲି ଫୁଲନେଲି ବୋଲି) ତାହାହିଁ ଓଡ଼ିଆ ଆଧୁନିକ ଗୀତର ମୂଳ କାୟାକଳ୍ପ କହିଲେ ଅତ୍ୟୁକ୍ତି ହେବନାହିଁ। ଏ ନିର୍ମାଣର ପ୍ରଥମ ଅବଧିରେ ଅକ୍ଷୟ ମହାନ୍ତି ଓ ପାର୍ଥସାରଥୀ ମହାପାତ୍ରଙ୍କର ଭାଗୀଦାରି ଯେଉଁ ଭୂମିକା ନିର୍ବାହ କରିଥିଲା ତା'ର ସାର୍ଥକତା ଅନସ୍ବୀକାର୍ଯ୍ୟ

ଦେବଦାସ ଛୋଟରାୟ

ବୁଲୁଭାଇ ଲେଖିଲେ ମିଳିତ ଗାନ, ଏକ ନାହିଁ ନ ଥିଲା ଢଙ୍ଗରେ। ରସରସିଆ ନହେଲେ ମଧ୍ଯ ଭୀଷଣ ଭାବରେ ଲୋକପ୍ରିୟ ହେଲା। ବିଷୟବସ୍ତୁ ଓ ଭାଷା ଅତି ମନଲୋଭା। ଶବ୍ଦ ସଂଯୋଜନାର ଶୈଳୀରେ ଥିଲା କାରୁକାର୍ଯ୍ୟ ଯଥା- “ଟପ୍‌ ଟପ୍‌ ଘୋଡ଼ା ଚାଲେ” ଯାହାକୁ ଶୁଣିଲେ ଶ୍ରୋତା ଆଖିବୁଜି ଅନୁଭବ କରେ, ଯେମିତି ଘୋଡ଼ା ଚାଲିଛି। ତା'ଛଡ଼ା ଏମିତି ଲେଖା ହୋଇଥିଲା, ଯେମିତି ମିଳିତ ଗାନ ଗାଇବା ବେଳେ ଏକ୍ୟ (ହାର୍ମୋନି)ରହି ପାରିବ। ୧୯୫ ୪ ମସିହା ଇଣ୍ଟର ୟୁନିଭର୍ସିଟି ୟୁଥ ଫେଷ୍ଟିଭାଲ୍‌ରେ “ସ୍ଵର ତୀର୍ଥ? ଗାଇ ଓଡ଼ିଶା ମିଳିତ ଗାନରେ ପ୍ରଥମ ପୁରସ୍କାର ନେବା ପରେ, ଓଡ଼ିଶାରେ ବିଶେଷତଃ କଟକ ରେଡିଓ ଷ୍ଟେସନ୍‌ରେ ମିଳିତ ଗାନକୁ ଲୋକପ୍ରିୟ କରାଇବାର ପ୍ରଚେଷ୍ଟା ବଢ଼ି ଯାଇଥିଲା।- ମୋର ମନେ ହୁଏ, ଏଥିପାଇଁ ଡିରେକ୍ଟର କୃଷ୍ଣମୂର୍ି ଓ ଭୁବନେଶ୍ବର ମିଶ୍ରଙ୍କର ଅବଦାନ ଅନେକ ଥିଲା।

୧୯ ୫୪ ପରେ ପରେ ଓଡ଼ିଶାର ସଂଗୀତ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି ହେଲା। ବୁଲୁଭାଇଙ୍କ ମନ ଛୁଇଁଲା ଭଳି ଲେଖାକୁ ଖୋକାଭାଇଙ୍କ ମନମତାଣିଆ ସ୍ଵରରେ ଶୁଣିବା ଏକ ମତୁଆଲା ଭାବର ଆଗ୍ରହରେ ପରିଣତ ହୋଇଥିଲା ଓଡ଼ିଶାର କୋଣ ଅନୁକୋଣରେ | * ଖୋକାଭାଇ-ବୁଲୁଭାଇ” ଗୀତର ବିଶେଷତ୍ବ ଥିଲା ପଲ୍ଲୀଗୀତ ଓ ଆଧୁନିକ ଗୀତର ଏକ ନୂତନ ଧରଣର ମିଶ୍ରଣ- ବାଜିଲା ମାତ୍ରେ ଜଣା ପଡ଼ି ଯାଉଥିଲା ସେମାନଙ୍କର ବୋଲି । ' ଅକ୍ଷୟ ମହାନ୍ତି- ପାର୍ଥସାରଥୀ” ଯୋଡ଼ିର ଗୀତ ବିଛାଇ ହୋଇଗଲା ଗାଁ-ବଜାର ବାଟରେ ଘାଟରେ |

ଶ୍ରୀଗୋପାଳ ମହାନ୍ତି

ବିଶେଷତଃ ଝିଅମାନଙ୍କର ମନକୁ ଆକର୍ଷିତ କଲାପରି ଗୀତ ଲେଖୁଥିଲେ ପାର୍ଥ ଆଉ ଗାଉଥିଲେ ଅକ୍ଷୟ | ଧୀରେ ଧୀରେ ପଲ୍ଲିଗୀତ ସହିତ ରୋମାଣ୍ତିକ୍‌ ଭାବଧାରା ପଶି ଆସିଲା ଲେଖା ଭିତରକୁ | ଏହା ଶ୍ରୋତାମାନଙ୍କୁ ଆହୁରି ପୁଲକିତ ତଥା ରୋମାଞ୍ଚିତ କଲା | ଯେମିତିକିଜାଣେ ଜାଣେ ମୋର ଗୀତ ତମେ ଯେତେ ଭଲ ପାଅ ମତେ ସେତେ ଭଲ ପାଅ ନାହିଁ X X X ଶୁଣ ଯାହାକୁ ଯିଏ ରସିଲା ସେ ତ ତାହାକୁ ଖାଲି କିଆଫ୍ଲଲ ପରି ବାସିଲା X X XxX ତୋ ବିନା ଉଦାସେ ଯାଏ ରେ ମଧୁରାତି ଦକ୍ଷିଣା ଦରଜ କରେ ଏ ମୋ ଛାତି... ସେ ସମୟର ଓଡ଼ିଶା ଆଉ କଟକର ବାତାବରଣ ଏଇସବୁ ଗୀତରେ ଗୁମୁସୁମ୍‌ ଥିଲା। ସହରର ଚାରିଆଡ଼େ ଚାପା ଗୁଞ୍ଜରଣ... ଆଉ ସେଇଥିପାଇଁ ପାର୍ଥସାରଥୀ ଲେଖିଲେଟୁପ୍ଟାପ୍‌ କଥା ହୁଏ ତାରା ତାରାରେ ଗୁପ୍‌ଚୁପ୍‌ କଥା ଭାଷା ଆଖି ଆଖିରେ

ସେଇ ଦୁଃଖଦ ପରିସ୍ଥିତିର ବାସ୍ତବତାକୁ ହୃଦୟଙ୍ଗମ କରି ପାର୍ଥସାରଥୀ ଲେଖିଥିଲେ ଆଉ ଅକ୍ଷୟ ମହାନ୍ତି ଗାଇଥିଲେ-

ଟିକି ଝିଅଟି ମଥାରେ ଦେଲା ସିନ୍ଦୁର ଟୋପାଟିଏ

ବୋହୂ ସାଜି ସେ ବେଦୀ ଉପରୁ ନଇଁନଇଁକା ଯାଏ

ଦିଅ ଲୋ କିଏ ଝିଅ ମୁହଁରେ ପାଣି ଟୋପାଏ ଦିଅ

ତିନି ପହର ରାତି ହେଲାଣି ଅଖିଆ ଅଛି ଝିଅ ... 

ମୁଁ ଯେବେ ମନ ଖୋଲି ଗୀତ ପଦେ ଉଠେ ଗାଇ

ସେ ଆସି ଓଠେ ମୋର ହାତ ତାର ଦିଏ ଥୋଇ

ନା ନା ଗାଅ ନା କାନେ କାନେ ଯାଏ ଖାଲି କହି...

ଏତେ କଥା ଥିଲା ମନରେ

କାଳୀକି ନେଇ କି ଘର କରିବି

ଗୋରୀ ନିବେଶିଲି ବନରେ... 

ସବୁଠୁ ଭଲ ଏଇ ଅଳପ ଜଣାଶୁଣା ଟିକିଏ ରାଗରଷା ଟିକିଏ ବୁଝାମଣା ପାହିଲେ ରାତି କିଏ କାହାର...

ପାର୍ଥସାରଥୀଙ୍କର ଆହୁରି ଅନେକ ଗୀତ ରହିଛି, ଯାହାକୁ କେବଳ ଅକ୍ଷୟ ମହାନ୍ତି ନୁହନ୍ତି; ବୀଣା ଦେବୀ, ନିର୍ମଳା ମିଶ୍ରଙ୍କ ଭଳି ବିଶିଷ୍ଠ ଶିଳ୍ପୀମାନେ ମଧ୍ଯ ଗାଇଛନ୍ତି । ଯେମିତିକିକମ୍ପନ ତୋଳି କେତେ ମୁଁ ଡାକିଲି ମୋ ମନ ବୀଣାର ତାରେ ମୁଁ ନା ତା'ର ପରଶି ପାରିନି ତୁମରି ମରମେ ବାରେ X X X କିଏ ପନ୍ଧିଥାଏ ସୁନାଚୂଡ଼ି ସାଥେ କାଚଚୁଡ଼ି କେତେ ଛଟକେ ତୁମ ହାତେ ଖାଲି କାଚ ଦି” ପଟ ମରକତ ପରି ଝଟକେ | X X X ଆମେ ଦୁହେଁ ଏ ନଦୀର ଦୁଇକୂଳେ ଥିଲେ ସେତିକି ତ ଶେଷ କଥା ନୁହେଁ ସେ ପାରିରେ ସୁଲୁସୁଲୁ ପବନ ବହିଲେ ଏ ପାରିର କୂଳେକୂଳେ ପାଣି ଯେ ଚହଲେ ତୁମେ ତ ରହିଛ ଘେରି ମୋ ମନ ମେଖଳା ଦୂରେ ଥିଲେ କିବା ଆସେ ଯାଏ।

ମସିହା ମନେ ନାହିଁ, କିଜୁ ଏ ଗୀତ ରେଡିଓରେ “ ସୁଗମଶିକ୍ଷା' ଶୀର୍ଷକ ଏକ ସଂଗୀତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ସପ୍ତାହରେ ବାଜୁଥିଲା। ଶିଳ୍ୀ ଥିଲେ ବୀଣା ଦେବୀ ।-

ଲଳିତା ଗୋ ବିରହର ବଇଁଶୀ ତ ତୁମ ଲାଗି ବାଜେନା ତୁମ ଲାଗି ବନମାଳୀ ପୀତ ବାସେ ସାଜେନା X X X ଦୁନିଆରେ ଏତେ ମୁହଁ ଏତେ ନାମ ପରିଚୟ ଚିହ୍ନିବାରେ ବେଳେବେଳେ ଭୁଲ ହୁଏ ମୋର X X X ଅକ୍ଷୟ ମୁଁ ଯେ ଯୁଗ ଯୁଗ ଧରି ଧରଣୀର ବୁକୁ ପରେ ରୂପ ନେଇଛି ମୁଁ କଳା କୁଶଳୀର ତୂଳୀକାରେ ଧରା ଦେଇ ସଂଗୀତ ରୂପେ ଶିଳୀ ମନର ବାରତା ଆସିଛି ନେଇ ଫୁଟିଛି କେତେ ମୁଁ ଦରଦୀ କବିର ଅମର ଲେଖନୀ ଗାରେ

ଡକୂର ରେଣୁ ମିଶ୍ର

ଚତୁର୍ଥ ଦଶନ୍ଧିରେ ସ୍ବେହଲତା ମହାନ୍ତି( ୧୯୩ ୨ ) , ପାର୍ଥସାରଥୀ ମହାପାତୁ( ୧୯୩୩-୭୬), ଜୀବନାନନ୍ଦ ପାଣି( ୧୯୩୩-୯୮), ନାରାୟଣ ପ୍ରସାଦ ସିଂହ( ୧୯୩୩), ଗୁରୁକୃଷ ଗୋସ୍ବାମୀ( ୧୯୩୪), ଅକ୍ଷୟ ମହାନ୍ତି( ୧୯୩୬-୨୦୦୨), ଜିତେନ୍ଦ୍ର ପଟ୍ଟନାୟକ( ୧୯୩୭-୧୯୭୭), ବିନୋଦିନୀ ଦେବୀ ୧୯୩୭), କ୍ଷୀରୋଦ ଚନ୍ଦ୍ର ପୋଥାଳ( ୧୯୩୯-୨୦୧୧), ପୂଫୁଲ୍ଲ କର( ୧୯୩୯), ରଜନୀକାନ୍ତ ନାୟକ(( ୧୯୩୯) ପରି ସୃଜନଶୀଳ ଗୀତିକାରଙ୍କ ଆବିର୍ଭାବ ପ୍ରକୃତରେ ଓଡ଼ିଆ ଗୀତିକାକୁ ପଲ୍ଲବିତ କରିଛି, ପୁରିତ କରିଛି । ଏହାର ପୂର୍ବ ପାଞ୍ଚ ବର୍ଷ ମଧ୍ଧରେ ଆସିଛନ୍ତି ନରସିଂହ ମହାପାତ୍ର( ୧୯ ୨୬-୯୮), ସାରଦା ପ୍ରସନ୍ନ ନାୟକର( ୧୯ ୨୬) ଓ ଶିବବ୍ରତ ଦାସ( ୧୯୩୦-୮୮) | ଏଇମାନଙ୍କୁ ନେଇ ହିଁ ଗଢ଼ିହୋଇଛି ଗୀତିସାହିତ୍ୟର ବର୍ଣ୍ଣମୟ ହର୍ମ୍ୟ। ଏଥିରେ ଆନମନା ହୋଇଛନ୍ତି ସଂଗୀତରେ ଭିଜୁଥବା ମଣିଷମାନେ । ଉଚ୍ଛାସର ଉତ୍ସ ହୋଇଯାଇଛି ଏହି ଗୀତିକାରମାନଙ୍କ ଗୀତିସବୁ। ଏମାନଙ୍କ ମଧ୍ଯରେ ଦୁଇ ପ୍ରତିଭାଦୀପ୍ତଙ୍କ ଦେହାବସାନ ହୋଇଛି ଅପରିଣତ ବୟସରେ । ସେମାନେ ହେଲେ ପାର୍ଥସାରଥୀ ମହାପାତ୍ର ଓ ଜିତେନ୍ଦ୍ର ପଟ୍ଟନାୟକ | ଦୁହିଁଙ୍କର ଆୟୁକାଳ ଯଥାକ୍ରମେ ୪୩ ଓ ୪୦ ବର୍ଷ; ମାତ୍ର ଅନୁଭୂତି ଓ ଅନୁରାଗରେ ପ୍ରଭାଦୀପ୍ତ ଓ ପ୍ରାଣସ୍ପର୍ଶୀ ଦୁହିଁଙ୍କର ଗୀତିକା । ଏଠି ଜୀବନର ସୀମାବଦ୍ଧତା ଉପରେ ଅମରତ୍ଵର ଜୟଗାନ ଶୁଭିଛି। ଆଜି ଗୀତିର ଗୁଞ୍ଜନ ମଧ୍ଯରେ ବାରି ହୋଇଯାଏ ଏହି ସ୍ଵପପ୍ରବଣ ସ୍ଵଷ୍ଟାଙ୍କର ଆବେଗ ଓ ଅନୁରାଗ |

“ ଚନ୍ଦ୍ରମା ଏକ ଚନ୍ଦନ ବିନ୍ଦୁ ଆଉ ଏ ରୋଶଣି ଜୋଛନା”, “ ଟୁପ୍ଟାପ୍‌ କଥା କହେ ତାରା ତାରାରେ”, “ ଚନ୍ଦ୍ରମା ଫେରି ଯାଅ ତିମିରେ” , “ ଉଡ଼ିଉଡ଼ି ଉଡ଼ିଉଡ଼ି ଏଇ ମେଘ କୋଳେ”, “ଝର ଝର ଝରିଯାଏ ଝରଣା”ରେ କବିଙ୍କ ପ୍ରକୃତି ମନସ୍କତା ଏହାକୁ ଜୀବନଧର୍ମୀ ଓ ହୃଦ୍ୟ କରି ଗଢ଼ିତୋଳିଛି।

ଜୀବନାନୂୁଭୂତିର ମୁଗ୍ଧ ଉଚ୍ଚାରଣରେ ଉଚ୍ଚକିତ ହୋଇଉଠିଛି ଗୀତିକାର ପାର୍ଥସାରଥୀଙ୍କ “ ଧୀରେ ଧୀରେ ଉଦାସ ସୁରେ କିଏ ଗାଅ କୁହ ନା”, “ ଦିନ ଥଲା ଯେବେ ଚାହିଁ ବସୁଥିଲ ପଲକର ଦେଖା ପାଇଁ”, “ନାଚି ନାଚି ଢେଉରେ ମନ ଆଜି ଯାଉରେ”, “ ଆମେ ଦିହେଁ ନଦୀରେ ଦୁଇ କୂଳେ ଥିଲେ ସେତିକି ତ ଶେଷକଥା ନୁହେ”, “ମୁଁ ଯେବେ ମନ ଖୋଲେ ତା ପଦ ଓଠେ ଗାଇ” ଆଦି ଗୀତିକବିତା|

ପାର୍ଥସାରଥୀଙ୍କ ଗୀତିକା “ଶୁଣ, ଯାହାକୁ ଯିଏ ରସିଲା / ସେତ ତାହାକୁ ଖାଲି କିଆଫୁଲ ପରି ବାସିଲା”, “ଶୁକ କହେ ଶୁଣ ଶାରୀ / ପୀରତି ପଥର ସରୁ ଶିଉଳି ଲୋ / ଚାଲୁଥବୁ ଥିରି ଥିରି”, “ ବେଙ୍ଗ କହେ ମୋ ବେଙ୍ଗୁଲି / ସାରୁଗଛ ମୂଳେ ରାଇଜରେ ତୋତେ / ପାଟରାଣୀ ନାଆଁ ଦେଲି”, “ନୂଆ ନୂଆ ଦିନା କେତେ ବଡ଼ ଆଦର / ନୂଆରୁ ପୁରୁଣା ହେଲେ ତୁଠ ପଥର” , “ ରଙ୍ଗଲତା ରୁଷିଛି ମୋ ରଙ୍ଗଲତା ରୁଷିଛି” ପରି ଗୀତିକା ଏ କ୍ଷେତ୍ରରେ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସଂଯୋଗ। ପାର୍ଥସାରଥୀଙ୍କ “ ରଙ୍ଗଲତା ରୁଷିଛି ମୋ ରଙ୍ଗଲତା ରୁଷିଛି” ତାଙ୍କ ପାଇଁ ଆଣିଥିଲା ସ୍ଵତନ୍ତ୍ର ପରିଚିତି । ସାଧାରଣ ନାରୀର ଆଚରଣ ଓ ମନକଥାରେ ଏହି ଗୀତିକା ଆଜି ବି ଅନେକଙ୍କ ପାଇଁ ଅଭୁଲା ହୋଇ ରହିଛି । “ ଆମ ଗାଁର ସଞ୍ଜ ସକାଳ” ସଂଗୀତରୂପକରେ ଗୀ”'ର ନିଖୁଣ ଚିତ୍ର ସେ ଆଙ୍କିଛନ୍ତି।

ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ


No comments:

Post a Comment