କେହିବି ଏଠି କଲେଜରେ ଦର୍ଶନ ପଢିନାହାନ୍ତି କିନ୍ତୁ ଜୀବନକୁ ବୁଝିବାକୁହେଲେ ଦର୍ଶନ ସହ ପରିଚୟ ଜରୁରୀ । ହେରାକ୍ଲିଟସ୍ଙ୍କଠାରୁ ଆରମ୍ଭ କରାଯାଉ। ସେ କହିଲେ ଯେ ତୁମେ ଗୋଟିଏ ନଦୀଭିତରେ ଦୁଇଥର ପ୍ରବେଶ କରିପାରିବ ନାହିଁ। ପାଣି ବୋହିଯାଇ ନୂଆ ପାଣି ଆସିଯାଇଥିବ ତେଣୁ ତାକୁ ସେଇ ନଈ ବୋଲି କହିହେବନି। ଶିଖିବା କଥା ହେଲା ସମୟର ନଈ ବହି ଚାଲିଛି।
ରୋଲାଣ୍ଡ ବର୍ଥଙ୍କର ରଚନାକର୍ତ୍ତାଙ୍କ ମୃତ୍ୟୁ ଏକ ପ୍ରସିଦ୍ଧ ପୁସ୍ତକ । ଲେଖା ସରିଲାପରେ ଲେଖକଙ୍କ ବିଶେଷକିଛି ଭୂମିକାନାହିଁ ବୋଲି ତାଙ୍କମତ କାରଣ ପାଠକମାନେହିଁ ବିଭିନ୍ନ ପ୍ରକାରର ଅର୍ଥ ନିରୁପଣକରନ୍ତି ତଥା ଅଲଗା ଅଲଗା ଶିକ୍ଷା ବା ପ୍ରେରଣା ଗ୍ରହଣକରନ୍ତି । ତେଣୁ କୌଣସିଲେଖାର ଗୋଟିଏ ନିର୍ଦ୍ଦିଷ୍ଟଅର୍ଥ ନିର୍ଦ୍ଧାରଣ କରାଯାଇପାରିବ ନାହିଁ
ହେଗେଲ୍ ଙ୍କୁ ନେଇ ତ ବିଭିନ୍ନ ପ୍ରକାରର ମତବାଦ କିନ୍ତୁ ନିକଟରେ ଭକ୍ତି ମାଧବ ପୁରି ଙ୍କ ଲିଖିତ ପୁସ୍ତକ ଆଇଡଲସ୍ ଅଫ ଦ ମାଇଣ୍ଡ ବିଜ୍ଞାନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି। କେତେଦୂର ତାଙ୍କ ଯୁକ୍ତିସବୁ ଗ୍ରହଣୀୟ ତା ଅବଶ୍ୟ ପ୍ରତ୍ୟେକ ପାଠକର ଦୃଷ୍ଟିକୋଣ ଉପରେ ନିର୍ଭର କରିବ କିନ୍ତୁ ଏକ ବିକଳ୍ପ ଚିନ୍ତାଧାରା ଭାବରେ ବହିଟି ସ୍ୱାଗତଯୋଗ୍ୟ ।
ହଁ, ଯେତେବେଳେ ହେଗେଲ୍ ଙ୍କ କଥା ପଡ଼ିଛି, ଆକାଶ ସିଂହ ରାଠୋର ଓ ରିମିନା ମହାପାତ୍ରଙ୍କ ଲିଖିତ ପୁସ୍ତକ ହେଗେଲ୍ସ ଇଣ୍ଡିଆ ବିଶେଷ ମହତ୍ତ୍ୱପୂର୍ଣ୍ଣ। ହେଗେଲଙ୍କ ଦର୍ଶନ ପଛରେ ଭାରତର ଅନୁପ୍ରେରଣା ଥାଇପାରେ ବୋଲି ଇଙ୍ଗିତକୁ ଏ ପର୍ଯ୍ୟନ୍ତ ଯଥାର୍ଥ ଆତିଥ୍ୟ ମିଳିନାହିଁ । ତେଣୁ ଦର୍ଶନ ଶାସ୍ତ୍ରରେ ମଧ୍ୟ ଉପଯୁକ୍ତ ବୈଶ୍ୱୀକରଣର ଆବଶ୍ୟକତା ରହିଛି।
ମାର୍କ୍ସଙ୍କ ଯୋଗୁ ହେଗେଲ୍ ଙ୍କୁ ତ ପ୍ରାୟ ସମସ୍ତେ ଜାଣିଥିଲେ କିନ୍ତୁ ତାଙ୍କ ସାଙ୍ଗ ତଥା ପ୍ରେରକ ଶେଲିଙ୍ଗ୍ ଙ୍କୁ ଅନେକେ ଭୁଲିଯାଇଥିଲେ । ବିଶ୍ଵବିଦ୍ୟାଳୟର ଚାରିକାଛ ଭିତରୁ ଦର୍ଶନଶାସ୍ତକୁ ବାହାରକୁ ଆଣିବାରେ କେନ୍ ୱିଲ୍ବର ଙ୍କ ଅବଦାନ ଅତୁଳନୀୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ସଫଳ ସାକ୍ଷାତକାର ମଧ୍ୟ ତାଙ୍କ ମଧ୍ୟସ୍ଥତାରେ ସମ୍ଭବ ହେଲା।
ଷେଲିଂ ତାଙ୍କ ପରିଣତ ବୟସରେ ବର୍ଲିନ୍ରେ ଯେଉଁ ବକ୍ତୃତାମାଳା ପ୍ରଦାନ କରିଥିଲେ ଚିନ୍ତାଧାରାର ଇତିହାସରେ ତାର ଏକ ବିଶେଷ ମହତ୍ତ୍ଵ ରହିଛି କାରଣ ତତ୍କାଳୀନ ବହୁ ଦାର୍ଶନିକ ଯୋଗ ଦେଇଥିଲେ । କିକେଗଃ ମଧ୍ୟ ତାଙ୍କୁ ଏକ ସମାବଲମ୍ବୀ ଭାବରେ ବିବେଚନା କରିଥିଲେ । ଏହା ବ୍ୟତୀତ, ୱାଗନରଙ୍କ ଜରିଆରେ ନୀତ୍ସଃ ବି ପ୍ରଭାବିତ ହୋଇଥିବା ବେଶ୍ ଜଣାଶୁଣା।
ବିଜ୍ଞାନ ଦର୍ଶନ ଏବଂ ବିଶ୍ଳେଷଣାତ୍ମକ ଦର୍ଶନ ଉପରେ ଲଜିକାଲ୍ ପଜିଟିଭିଜିମ୍ ସକାଶେ ଭିଏନା ସର୍କଲକୁ ମନେରଖାଯାଇଛି। ଏହା ଉପରେ ବର୍ଟ୍ରାଣ୍ଡ ରସେଲ, ୱିଥଗେନଷ୍ଟାଇନ ଏବଂ ଆଇନଷ୍ଟାଇନଙ୍କ ପ୍ରଭାବ ଥିଲା। ପୂର୍ବରୁ ଫ୍ରାଞ୍ଜ ବ୍ରେଣ୍ଟାନୋ ମନୋବିଜ୍ଞାନରେ ଗଣିତର ବ୍ୟବହାରକୁ ବିରୋଧ କରୁଥିଲେ । ଏଡମଣ୍ଡ ହୁଷାରେଙ୍କ ଦର୍ଶନସହ ମଧ୍ୟ ସାମଞ୍ଜସ୍ୟ ଅଛି
କୋୟରେ କାଇରୋରେ ଶିକ୍ଷାଦାନ କରିବାକୁ ଗଲେ; ତେଣୁ ଆଉ ଜଣେ ରୁଷିୟ ଅଧ୍ୟାପକ କୋଜଭ୍ ଙ୍କୁ ହେଗେଲଙ୍କ ତର୍ଜମା କରିବାକୁ ସୁଯୋଗ ମିଳିଲା। କିନ୍ତୁ ତାଙ୍କ ବ୍ୟାଖ୍ୟା ମୂଳଲେଖା ଠାରୁ ଏତେ ଭିନ୍ନ ଥିଲା ଯେ ଇତିହାସ ବଦଳିଗଲା । ପ୍ୟାରିସର ବିଶିଷ୍ଟ ଦାର୍ଶନିକମାନେ ଏହି ବକ୍ତୃତାମାଳାରେ ଭାଗ ନେଇଥିଲେ, ଯଥା ବତାୟ, ମେଲଃପୁଣ୍ଟି, ଏବଂ ଜାକଲକଁ ।
ଫ୍ରାଙ୍କଫର୍ଟ ସ୍କୁଲ କହିଲେ ମୁଖ୍ୟତଃ ମ୍ୟାକ୍ସ ହୋର୍ଖାଇମର, ଥିଓଡର ଆଡୋର୍ନୋ, ହର୍ବର୍ଟ ମାର୍କୁସ୍ ଓ ହାବରମାସଙ୍କୁ ବୁଝାଏ । ମାର୍କ୍ସବାଦ ଉପରେ ପ୍ରଶ୍ନବାଚୀ ଉଠିବା ବେଳେ ଏକ ନୂତନ ଆଭିମୁଖ୍ୟ ସହ ପୁନଃପରିଭାଷିତ କରିବାରେ ଅଭୁତ କୌଶଳ ପ୍ରଦର୍ଶନ କଲେ ଏହି କେନ୍ଦ୍ର। କଳା ଓ ସାହିତ୍ୟର ବିଷମତାକୁ କ୍ରିଟିକାଲ ସମାଲୋଚନାର ମୋଡ ଯୁଗାନ୍ତକାରୀ।
ମ୍ୟୁନିଚ୍ ସର୍କଲ୍ ଅଫ୍ ଫେନୋମେନୋଲୋଜି ଗଢିଉଠିଥିଲା ଏଡମଣ୍ଡ ହୁଷାରେଙ୍କୁ କେନ୍ଦ୍ରକରି । ପରେ ଅବଶ୍ୟ ଟ୍ରାନ୍ସେଣ୍ଡେଣ୍ଟାଲ ପ୍ରତିଭାସବାଦକୁ ନେଇ ମତାନ୍ତର ଘଟିବାରୁ ଏହି ବଳୟର ଅବକ୍ଷୟ ହେଲା । ମ୍ୟାକ୍ସ ଷେଲରଙ୍କ ଅବଦାନ ମଧ୍ୟ ପ୍ରଚୁର । ପ୍ରସଙ୍ଗ ଅନ୍ୟହେଲେ ମଧ୍ୟ ୱିଲଫ୍ରିଡ୍ ସେଲର୍ସଙ୍କ ନାମ ଉଲ୍ଲେଖଯୋଗ୍ୟ ।
https://t.co/g5HFFkyJAg
ହୁଷାରେଙ୍କ ଲଜିକାଲ୍ ଅନୁସନ୍ଧାନ, ଫ୍ରଏଡ୍ରଙ୍କ ଇଣ୍ଟରପ୍ରେଟେସନ୍ ଅଫ୍ ଡ୍ରିମ୍ସ, ଏବଂ ମ୍ୟାକ୍ସ ପ୍ଲାନ୍କଙ୍କ କ୍ୱାଣ୍ଟମ୍ ସିଦ୍ଧାନ୍ତ 1900 ମସିହାରେ ସମାନ ଭାବରେ ବିସ୍ଫୋରକ ଥିଲେ । ସେ ସବୁର ରହସ୍ୟ ଆଜିବି ମଣିଷ ସମାଜ ଠିକ ଭାବରେ ବୁଝିପାରି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୀତେନ୍ଦ୍ରନାଥ ମହାନ୍ତି ହୁଷାରେଙ୍କ ଉପରେ ବିଶେଷଜ୍ଞ ।
ଜୀତେନ୍ଦ୍ରନାଥ ମହାନ୍ତି ଯେମିତି ହୁଷାରେଙ୍କ ଉପରେ ବିଶେଷଜ୍ଞ ଥିଲେ, ଜାରୱଲାଲ ମେହେତା ସେମିତି ହାଇଡେଗଃଙ୍କ ଉପରେ ବ୍ୟୁତ୍ପତ୍ତି ଲାଭ କରିଥିଲେ। କାଣ୍ଟ ଓ ହେଗେଲ୍ ଙ୍କ ପରି ଗତ ଶତାବ୍ଦୀର ଏଇ ଦୁଇ ଉଜ୍ଜଳ ନକ୍ଷତ୍ର ଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଚିରପ୍ରେରଣା ହୋଇରହିବେ । ମହାନ୍ତି ଓ ମେହେତା #ଶ୍ରୀଅରବିନ୍ଦଙ୍କ ଦର୍ଶନ ଉପରେ ଗବେଷକ ମଧ୍ୟ ।
ଏଇଠି ସ୍ମରଣଯୋଗ୍ୟ ଯେ ପାଶ୍ଚାତ୍ୟରେ ଶହ ଶହ ଦାର୍ଶନିକ ଥିବା ସତ୍ତ୍ୱେ ଭାରତରେ କେବଳ ମାତ୍ର ଜଣେ ଶ୍ରୀ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ମୌଳିକ ଅବଦାନ ପାଇଁ ଦାର୍ଶନିକ ହିସାବରେ ସ୍ୱୀକୃତି ମିଳିଛି। ଅପର୍ଯ୍ୟାପ୍ତ ମୌଳିକତା ଥିବା ସତ୍ତ୍ୱେ ମଧ୍ୟ #ଶ୍ରୀଅରବିନ୍ଦ ଙ୍କ ରଚନାକୁ ଧର୍ମ ସମ୍ବନ୍ଧୀୟ ବୋଲି ଅଲଗା କରି ଦିଆହୋଇଛି। #SriAurobindo https://t.co/sPUTQwlxbB
ରାଣ୍ଡାଲ୍ କଲିନ୍ସ #ଦର୍ଶନରସମାଜତତ୍ତ୍ଵ ନାମରେ ଏକ ଉପାଦେୟ ପୁସ୍ତକର ପ୍ରଣେତା । ବିଭିନ୍ନ ସମୟରେ ଦାର୍ଶନିକ ମାନେ ପରସ୍ପର ସହଯୋଗ ଦ୍ୱାରା କିମ୍ବା କଳହ କରିବା ଦ୍ୱାରାଯେ ଜ୍ଞାନ ଓ ପୁସ୍ତକ ପ୍ରକାଶନର ପରିବର୍ଦ୍ଧନ କରିଛନ୍ତି ଏହା ଏକ ଆମୋଦକର ବିଶ୍ଳେଷଣ । ପ୍ୟାରିସରେ ଫୁକୋଙ୍କ ପାଇଁ ଗାଲିମାଃ ପ୍ରକାଶନର ବଡ ଭୂମିକା ଥିଲା ବୋଲି ତାଙ୍କ ମତ।
ଦାର୍ଶନିକ ଓ ବୈଜ୍ଞାନିକମାନଙ୍କ ମତଦ୍ବିଧା ବା ମନାନ୍ତରର ଉଦାହରଣ ଅସଙ୍ଖ୍ୟ ଯେମିତି ଜାକୋବି-ମେଣ୍ଡେଲସନ, ରୁଷୋ-ହ୍ୟୁମ ବା ଜେମ୍ସ୍-ରୟେସ ଇତ୍ୟାଦି। ଏ ସବୁର ଇତିହାସ ଆଜି ମୂଲ୍ୟହୀନ ମନେ ହେଲେ ମଧ୍ୟ ଚିନ୍ତାଧାରାର ରଥଚକ୍ର କେତେ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଆଜିର ଦୁଆରବନ୍ଧ ଛୁଇଁଛି ତାହା ବେଶ୍ ରୋମାଞ୍ଚକର
https://t.co/r3flEo9bIc
ଜର୍ମାନ ରୋମାଣ୍ଟିକ୍ ଯୁଗ ହେଉଛି ଡନ୍ସ ସ୍କଟସ୍ (1266–1308), ଜିଆର୍ଡାନୋ ବ୍ରୁନୋ (1548–1600), ଏବଂ ଜାକୋବ ବୋହମେ (1575–1624) ପରି ଇଣ୍ଟିଗ୍ରାଲ୍ ଚିନ୍ତକ ମାନଙ୍କ ଠାରେ ଋଣୀ । ନିଲ୍ସ ବୋହର ଓ ଡେଭିଡ ବୋହମ୍ ପରି ବୈଜ୍ଞାନିକମାନେ ମଧ୍ୟ ବିଗତ ଶତାବ୍ଦୀରେ ସେମାନକର ଚିନ୍ତାଧାରାକୁ ପ୍ରତିଧ୍ୟନିତ କରିଥିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ।
ଯିହୁଦୀ କିମ୍ବା ଯିହୁଦୀ ମୂଳରୁ ଆସିଥିବା ଅନେକ ଦାର୍ଶନିକଙ୍କ ଅବଦାନ ଅତୁଳନୀୟ | ସେମାନଙ୍କ ମଧ୍ୟରୁ କେତେକ ହେଲେ ଆଡୋର୍ନୋ, ଆରେଣ୍ଡଟ, ବେଞ୍ଜାମିନ୍, ବର୍ଗସନ୍, ବର୍ଲିନ୍, ଡେରିଡା, ଫ୍ରଏଡ୍, ଫ୍ରମ୍, ହର୍ଖାଇମର, ହୁଷାରେ, ଲେଭିନାସ୍, ମାର୍କ୍ୟୁଜ୍, ଓ ମାର୍କ୍ସ ଇତ୍ୟାଦି | 🌹 ଶ୍ରୀମା ମଧ୍ୟ ଏକ ଯିହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ଦାର୍ଶନିକ ମାନଙ୍କ ଭିତରେ ବନ୍ଧୁତା ତଥା ସହଯୋଗର ଦୃଷ୍ଟାନ୍ତ ବି ଅନେକ । ଥୋମାସ୍ ମୋଃଙ୍କ ନିମନ୍ତ୍ରଣ କ୍ରମେ ଏରାଜମସ ତାଙ୍କର ଅତିଥି ହୋଇଥିଲେ ଓ ଲେଖିଥିଲେ ଏକ ପ୍ରସିଦ୍ଧ ପୁସ୍ତକ । ବୋକାମୀର ପ୍ରଶଂସା ଆଳରେ ଧର୍ମ ସମ୍ବନ୍ଧୀୟ ଅନେକ କୁପ୍ରଥାକୁ ସେ ଘୋର ସମାଲୋଚନା କରିଥିଲେ | ଘଟନାଚକ୍ରରେ, ରାଜଦ୍ରୋହ ସକାଶେ ମୋଃଙ୍କ ମୁଣ୍ଡକାଟ ହୋଇଥିଲା ।
19) ସାହିତ୍ୟ ସହିତ ଦର୍ଶନର ତ ସମ୍ପର୍କ ନିବିଡ । ବାଇରନ୍ଙ୍କ ନାୟକର ପ୍ରଭାବ ସୁଦୂର । ଚେତନାର ତରଙ୍ଗ ସେମିତି ଜେମସ୍ ଭାଇଦ୍ଵୟଙ୍କ ଅବଦାନ । ବ୍ରେକ୍ଟଙ୍କ ନାଟକରୁ ବାର୍ଥ ପ୍ରଭାବିତ ହୋଇଥିଲେ ଆଉ ବୁଦ୍'ରିୟା ମଧ୍ୟ କ୍ଳୋଷୋସ୍କିଙ୍କ ଉପନ୍ୟାସର ଋଣୀ । ହାଇଡେଗଃ ହୋଇଡାଲିନ୍ ଙ୍କ କବିତାରୁ ପ୍ରେରଣା ପାଉଥିଲେ ।
https://t.co/o6WdSwrQh1
20) ସୋଷୁରେ ସଂସ୍କୃତବିଜ୍ଞ ଓ ଭାଷା ଶାସ୍ତ୍ରରେ ଲାଙ୍ଗ ଓ ପାରୋଲ ଜରିଆରେ ମସ୍ତବଡ ପରିବର୍ତ୍ତନ ଆଣିଲେ । ସିଗ୍ନିଫାୟର ଓ ସିଗ୍ନିଫାଏଡ୍ ତାଙ୍କର ବିରାଟ ଅବଦାନ । ବାର୍ଥ, ବୁଦ୍'ରିୟା ଇତ୍ୟାଦିଙ୍କ ଛଡା ଜାକଲକଁ ମଧ୍ୟ ନୂତନ ଦିଗନ୍ତ ଆବିଷ୍କାର କରିଛନ୍ତି । ବଖତିନ୍ ଙ୍କ ପଲିଫୋନୀ ଏବଂ ପଲ୍ ରିକଃ ଙ୍କ ହର୍ମେନ୍ୟୁଟିକ୍ସ ମଧ୍ୟ ଉଲ୍ଲେଖଯୋଗ୍ୟ ।
21) ହାଇଡେଗଃଙ୍କ ଟେକ୍ନୋଲୋଜୀ ଉପରେ ମନ୍ତବ୍ୟ ସେତେ ଅନୁକୂଳ ନଥିଲା । କଳାକୃତିର ଯାନ୍ତ୍ରୀକ ପ୍ରତିଲିପି ସମ୍ବନ୍ଧରେ ୱେଲ୍ଟର ବେଜାମାଁଙ୍କ ବକ୍ତବ୍ୟ ମହତ୍ୱପୂର୍ଣ୍ଣ । ମ୍ୟାକ୍'ଲୁହାଁ ମିଡ଼ିଆ ଜଗତର ବିଶ୍ଳେଷଣରେ ବିପ୍ଳବ ଆଣିଲେ । ବୁଦ୍'ରିୟା ଦର୍ଶେଇଲେ ବିଭିନ୍ନ ବିସଙ୍ଗତି ଏବଂ ଭବିଷ୍ୟତର ଉଦ୍ଭଟ ଦୃଶ୍ୟାବଳୀ ।
https://t.co/6G9PbBDqS4
22) ମାର୍କ୍ସଙ୍କ ଦର୍ଶନର ଯେମିତି ଆଦ୍ୟ ଓ ଉତ୍ତର ଭାଗ ଅଛି ହାଇଡେଗଃଙ୍କ କ୍ଷେତ୍ରରେ ମଧ୍ୟ ସେହିପରି । ଦାଓବାଦ ସହ ପରିଚୟ ପରେ ଜଗ୍ ପରି ତାଙ୍କ ଲେଖାର ତାନାବାନା ବଦଳି ଯାଇଥିଲା । ହେଗେଲ୍ ମଧ୍ୟ ଗୀତା ଓ ପୁରାଣର ସଂସ୍ପର୍ଶରେ ଆସିଥିଲେ ।ଭୋଲ୍'ତେୟାର୍ ଓ ଷୋଃପେନହାୱା ଉପନିଷଦର ପ୍ରସଂଶକ ଥିଲେ । ହ୍ୟୁମ ଏବଂ ନୀଏତ୍ସଃ ବି ବୌଦ୍ଧଦର୍ଶନର ଋଣୀ
ବାଇଶି ପାହାଚ ସହିତ ତ ପ୍ରାୟ ସମସ୍ତେ ପରିଚିତ କିନ୍ତୁ ବିଗତ ୨୨୦୦ ବର୍ଷ ଭିତରେ ସଦ୍ୟପ୍ରସ୍ତୁତ ଏଇ ଅଭୂତପୂର୍ବ ବାଇଶି ପାହାଚଟିକୁ ଯଦି ମାତ୍ର ବାଇଶି ମିନିଟ୍ ଦେଇ ସମସ୍ତେ ଚଢି ପାରନ୍ତେ, ତେବେ ଅନେକ ଉପକାର ହୁଅନ୍ତା । ଏହାର ସ୍ଵାଦ କୌଣସି ଖାଦ୍ୟ ପଦାର୍ଥ ବା ଭ୍ରମଣର ଆନନ୍ଦ ଠାରୁ କମ୍ ନୁହେଁ । ଧନ୍ୟବାଦ #ପାଶ୍ଚାତ୍ୟଦର୍ଶନ #Philosophy
https://twitter.com/NathTusar/status/1331657111437074432?s=19
ଘନଚେତନାର ଏଇ ଅମାର ଭିତରେ କ'ଣ କିଛି ଅଭାବ ଥିଲା #Odia #Philosophy #SavitriEra #SriAurobindo #MitraVaruna
https://t.co/2odkmMDY5X
https://twitter.com/SavitriEra/status/1330268880359526400?s=19
ସବୁ ଜିନିଷର ସ୍ଥୁଳ, ସୂକ୍ଷ୍ମ, ଓ କାରଣ ଏହି ତିନୋଟି ସ୍ଥିତି ଥାଏ ବୋଲି ସମସ୍ତେ ଜାଣନ୍ତି । ତଥାପି ଅନେକ ସମୟରେ ବାହ୍ୟରୂପରୁ ଦୃଷ୍ଟି ଅପସାରିତ କରିବାକୁ କୁଣ୍ଠା ଦେଖାଯାଇଥାଏ । ଏହା ସ୍ୱାଭାବିକ କିନ୍ତୁ ଶିକ୍ଷାର ସବୁଠୁଁ ବଡଦଗ ହେଉଛି ଆସ୍ବାଭାବିକତା ଆଡ଼କୁ ଅଗ୍ରସର ହେବାର ଏକ ବାଧ୍ୟବାଧକତା ଅଭ୍ୟାସରେ ପକେଇବା । ସେତିକି ହିଁ ଭିକ୍ଷା ।
https://twitter.com/NathTusar/status/1329790100868268032?s=19
ଆମେ ସମସ୍ତେ ପରମ୍ପରା ବା ଗତାନୁଗତିକାର ଦାସ। ଅନେକଙ୍କର ଶିକ୍ଷା ବା ବୃତ୍ତିବି ତାରି ମଧ୍ୟରେ ସିମିତ । କିନ୍ତୁ ସେ ଶୃଙ୍ଖଳକୁ ଭାଙ୍ଗି ଏକ ଚଳଚଞ୍ଚଳ ତଥା ସୃଜନାତ୍ମକ ପରିବେଶକୁ ଝାମ୍ପଦେବାର ସାହାସର ନାମ ହିଁ ବିପ୍ଲବ। ସୂକ୍ଷ୍ମ ଉପରେ ଭରସାହିଁ ଏହାର ମୂଳଦୁଆ। କିନ୍ତୁ ଏକ ବେପରୁଆ ଭାବ ପରିବର୍ତ୍ତେ କାରଣକୁ ସ୍ଥାୟୀ ବୋଲି ମାନି ନେଲେ ଭଲ ।
ପରିବାରର ମୂଳ ଆମ୍ବଡୱେ ଗ୍ରାମରୁ ହୋଇଥିବାରୁ ତାଙ୍କ ସାଙ୍ଗିଆ ହେଲା ଆମ୍ବେଡକର କିନ୍ତୁ ଓଡ଼ିଆରେ କାହିଁକି ଆମ୍ବେଦକର କୁହାଯାଏ ଜଣାନାହିଁ । ମରାଠିରେ ଠିକ୍ ଲେଖା ହେଉଛି କିନ୍ତୁ ହିନ୍ଦୀ ଓ ବଙ୍ଗଳାରେ ମଧ୍ୟ ଭୁଲ । ଆଶ୍ଚର୍ଯ୍ୟର କଥା; ଏଥିରେତ ବୋଧେ ଇଂରେଜମାନଙ୍କର ଦୋଷନାହିଁ । ତାଙ୍କ ବିଷୟରେ ଓଡ଼ିଆଟ୍ଵିଟ କମ୍
https://t.co/Ufi2vth5wS
https://twitter.com/NathTusar/status/1330460919462305803?s=19
ପ୍ରଥମ କଥା ହେଲା ଗହଳି ଏତେ ଯେ ତା ଭିତରେ ଧୁଆମୂଳା ଅଧୁଆମୂଳା ସବୁ ସମାନ ଭଳି ଜଣାପଡନ୍ତି । କିନ୍ତୁ ସେଇଠି ତ ଅସଲି ପରୀକ୍ଷା । ସେଥିରେ ମୋର କ'ଣ ଯାଏ ଆସେ ଅଛି, ଇଏ ହେଲା ଆଉ ଗୋଟିଏ ବେମାରି । କିରେ, କାହାର ଯଦି କୋଉଥିରେ କିଛି ଦବାର ବା ନବାର ନଥାନ୍ତା ତାହେଲେ ନବେ ଭାଗ ଲୋକ ମେଣ୍ଢାପଲ ପରି କାହାନାକାହା ପଛରେ ଗୋଡ଼େଇଛନ୍ତି କାହିଁକି? https://t.co/XBRRy3mw6l
https://twitter.com/NathTusar/status/1329570448158334977?s=19
ଚବିସ ଗୁରୁବି ଯଥେଷ୍ଟ ନୁହଁନ୍ତି ଯଦି ବୁଦ୍ଧିରେ ଚର୍ବି ବାନ୍ଧି ଯାଏ। ଦିନେ ନ ଖାଇଲେ କ'ଣ କିଏ ମରିଯିବ? ନାଁ କିନ୍ତୁ ଗୋଟାଏ ଶୃଙ୍ଖଳାର ଅବଦାନ ବହୁତ। ସେଇଥିପାଇଁ ପ୍ରତିଦିନ କିଛି ପଢିବାର ଆବଶ୍ୟକତା, ଖାଲି ପାରାୟଣ ନୁହେଁ। ହେଲେ କ'ଣ ପଢିବା? ଯାହା ନିଜର ଇଛା ବା ଯୋଉଟା ଭଲ ଲାଗିବ I ନାଁ ରୋଗୀ ନିଜେ ତାର ଔଷଧ ସ୍ଥିର କରିବା କ'ଣ ସଙ୍ଗତ?
Director @SavitriEra Learning Forum (SELF) 1956-88 Odisha 1988-98 Delhi 1998-Ghaziabad 96500-65636 #SavitriEra of those who adore #Om #SriAurobindo & #TheMother
https://t.co/QFT41OiuLD
https://twitter.com/SavitriEra/status/1330686927486423040?s=19
[@SavitriEraParty Agree completely. Not only that, they didn't even mention Xenu! @prasannavishy @hguptapolicy]
https://twitter.com/orsoraggiante/status/247378269920428032?s=19