ତୁଷାରନାଥ ମହାପାତ୍ରଙ୍କ ଦ୍ଵାରା ସଙ୍କଳିତ
ଭୁବନେଶ୍ୱର : କରୁଣା ଓ ସମ୍ବେଦନଶୀଳତା ହେଉଛି କବିତାର ପ୍ରଧାନ ଭୂଷଣ। ଖ୍ୟାତନାମା କବି ଜୟନ୍ତ ମହାପାତ୍ର ଏହା କହିଛନ୍ତି। କବିତା ପାଠ କରିଥିବା କବିମାନଙ୍କ ମଧ୍ୟରେ ଥିଲେ ସୀତାକାନ୍ତ ମହାପାତ୍ର, ବଂଶୀଧର ଷଡ଼ଙ୍ଗୀ, ସୌଭାଗ୍ୟ କୁମାର ମିଶ୍ର, ଫନି ମହାନ୍ତି, ପ୍ରତିଭା ଶତପଥୀ, ଆଶୁତୋଷ ପରିଡ଼ା, ଅମରେଶ ପଟ୍ଟନାୟକ, ଭଗବାନ ଜୟସିଂହ, ବିପିନ ନାୟକ, ଶତ୍ରୁଘ୍ନ ପାଣ୍ଡବ, ରଞ୍ଜିତା ନାୟକ, ସୌଭାଗ୍ୟବନ୍ତ ମହାରଣା, ପୀତାମ୍ବର ତରାଇ, ପ୍ରବାସିନୀ ମହାକୁଡ଼, ବିମଳ ଜେନା ଓ ସୁଚେତା ମିଶ୍ର। ଯେଉଁ ଗୀତିକବିମାନେ ସ୍ୱରଚିତ କବିତା ପାଠ କରିଥିଲେ ସେମାନେ ହେଲେ ଦେବେନ୍ଦ୍ର ଦାସ, ସୁବାସ କର, ଗୌର ପଟ୍ଟନାୟକ, ଅଲେଖଚନ୍ଦ୍ର ପଢ଼ିଆରୀ, ମନୋଜ ପଟ୍ଟନାୟକ, ହୃଦାନନ୍ଦ ପାଣିଗ୍ରାହୀ, ମନୋଜ ମହାନ୍ତି ଓ ସଚ୍ଚି ମହାନ୍ତି।
https://sambad.in/state/state-folk-art-day-and-raj-festival-1023665/
କଟକ : ଜୀବନର ପ୍ରତିଟି ସ୍ପନ୍ଦନରେ ଗୀତିକବିତା ଅନୁରଣିତ। ଉନ୍ମେଷ ପର୍ବରୁ ହିଁ ଏହା ଜୀବନ ସହ ଯୋଡ଼ି ହୋଇ ରହିଛି। ନାନାବାୟା ଗୀତ, ଯୋଗୀର ସ˚ଗୀତ ଓ ବିଭୁ ବନ୍ଦନା ମଧ୍ୟ ଦେଇ ଏହା ପ୍ରତିଟି ମୁହୂର୍ତ୍ତରେ ଆମକୁ ଆହ୍ଲାଦ ପ୍ରଦାନ କରିଛି।
ସମ୍ମାନନୀୟ ଅତିଥି ‘ସମ୍ବାଦ ସମ୍ପାଦକ (ଫିଚର୍), ପ୍ରଖ୍ୟାତ କଥାକାର ଡକ୍ଟର ଗୌରହରି ଦାସ ଯୋଗଦେଇ, ଦୁଃଖର ହେଉ କି ସୁଖର, ଅନୁଭବ ନ ଥିଲେ ସାର୍ଥକ ଗୀତିକବିତା ଲେଖି ହୁଏନି ବୋଲି କହିଥିଲେ।
https://sambad.in/state/odia-gitikabi-samaj-465272/
ଗୀତିକାର ନନ୍ଦକିଶୋର ସିଂହ ୧୯୬୩ ମସିହାରୁ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର। ତାଙ୍କ ଲିଖିତ ଓ ଭିକାରୀ ବଳଙ୍କ କଣ୍ଠରେ ଗାୟନ କରାଯାଇଥିବା ଆଧୁନିକ ଗୀତ ‘ବସନ୍ତ ଲେଖିଛି ଚିଠି ଗୋଲାପି ଗୋଲାପି…’, ‘ସଜ ସକାଳର ଶେଫାଳି ଗୋ ତୁମେ ରାତ୍ରିର ରଜନୀଗନ୍ଧା…’ ପ୍ରଭୃତି ବେଶ୍ ଆଦୃତି ଲାଭ କରିଛି।
'ଛ' ମାଣ ଆଠ ଗୁଣ୍ଠ'ରେ ଚିରନ୍ତନ ସାମାଜିକ ବାସ୍ତବତା (ସକାଳ ୮ ଜାନୁଆରୀ) 'ମାଟିର ମଣିଷ'ରେ ଅହିଂସାର ବାର୍ତ୍ତା (ସକାଳ ୮ ଜାନୁଆରୀ) ନାରୀ ଯନ୍ତ୍ରଣାର ଅନ୍ତର୍ଧ୍ୱନି 'ମଲାଜହ୍ନ' (ସକାଳ ୮ ଜାନୁଆରୀ) କାହ୍ନୁଚରଣଙ୍କ ଉପନ୍ୟାସରୁ କ୍ଲାସିକ ସିନେମା (ସକାଳ ୮ ଜାନୁଆରୀ) ବିବାହ ସଂସ୍କାରର ନିଛକ କାହାଣୀ 'କନକଲତା' (ସକାଳ ୮ ଜାନୁଆରୀ) ତ୍ୟାଗ ଓ ସହନଶୀଳତାର ପ୍ରତୀକ 'କାବେରୀ' (ସକାଳ ୮ ଜାନୁଆରୀ) 'ଅମଡ଼ା ବାଟ'ରେ ନିମ୍ନ ମଧ୍ୟବିତ୍ତ ପରିବାରର ସଂଘର୍ଷ ଚିତ୍ର (ସକାଳ ୮ ଜାନୁଆରୀ) 'ଅଦିନ ମେଘ'ରେ ସମାଜ ପରିବର୍ତ୍ତନର ଚିତ୍ର (ସକାଳ ୮ ଜାନୁଆରୀ) ବାସ୍ତବଧର୍ମୀ ଚଳଚ୍ଚିତ୍ର 'ବଧୂ ନିରୁପମା' (ସକାଳ ୮ ଜାନୁଆରୀ) ଓଡ଼ିଆ ଉପନ୍ୟାସରୁ କ୍ଲାସିକ ସିନେମା (ସକାଳ ୮ ଜାନୁଆରୀ)
https://twitter.com/OdiaMovieDB/status/1614607737190776832?t=C7-3SLZJhVvn91RF54-xJw&s=19
Hard to pick best 10.
1. ଅମାବାସ୍ୟାର ଚନ୍ଦ୍ର (ଗୋବିନ୍ଦ ଦାସ)
2. ନୀଳଶୈଳ (ସୁରେନ୍ଦ୍ର ମହାନ୍ତି)
୩. ପରଜା (ଗୋପୀନାଥ ମହାନ୍ତି)
୪. ଅମୃତଫଳ (ମନୋଜ ଦାସ)
୫. ଅସୁର୍ଯ୍ୟ ଉପନିବେଶ (ଚନ୍ଦ୍ରଶେଖର ରଥ)
୬. ନର କିନ୍ନର (ଶାନ୍ତନୁ ମହାପାତ୍ର)
୭. ଅଭିଶପ୍ତ ଗାନ୍ଧାର (ମହାପାତ୍ର ନୀଳମଣି ସାହୁ)
୮. ଯାଜ୍ଞସେନୀ (ପ୍ରତିଭା ରାୟ)
https://twitter.com/tapasr10/status/1566851746567036929?t=idPqd6mhizKOj82nSYiFqA&s=19
ଦେଶ କାଳ ପାତ୍ର (ଜଗନ୍ନାଥ ପ୍ରସାଦ ଦାସ) (ହଁ, ଲେଖକଙ୍କ ଅନୁଯାୟୀ ସେଇଟା ବି ଉପନ୍ୟାସ)
ଯନ୍ତ୍ରାରୂଢ଼ (ଚନ୍ଦ୍ରଶେଖର ରଥ)
ଶିଳାପଦ୍ମ (ପ୍ରତିଭା ରାୟ)
https://twitter.com/OdiaCulture/status/1567012286073806850?t=QpmuZnwqC_1qV9Ix8Qv3_Q&s=19
ସହମତ। ମୋ ମତରେ ଚନ୍ଦ୍ରଶେଖରଙ୍କ ଯନ୍ତ୍ରାରୂଢ଼ ପଢିବା ଆଗରୁ ଅସୁର୍ଯ୍ୟ ଉପନିବେଶ ପଢିବା ଜରୁରୀ। ତାହେଲେ ସେଥିରେ ଥିବା ପ୍ରକୃତ ଦର୍ଶନ ବୁଝିହେବ। ଏ କଥା ନିଜେ ଲେଖକ ସ୍ୱୀକାର କରିଛନ୍ତି ମଧ୍ୟ।
https://twitter.com/tapasr10/status/1567013960075051008?t=VSXfOoJSNIWDx5AFab0Cvw&s=19
ଏଠି ଅବଶ୍ୟ ପ୍ରାକ୍ ସ୍ୱାଧୀନତା ସମୟର ଉପନ୍ୟାସକୁ ବାଦ୍ ଦିଆ ଯାଇଛି। ନ ହେଲେ ଛ ମାଣ ଆଠ ଗୁଣ୍ଠ, ଲଛମା, କଣାମାମୁଁ ଇତ୍ୟାଦି ବି ସ୍ଥାନ ପାଇ ଥାନ୍ତା।
ମୋର ଗୋଟେ ବ୍ୟକ୍ତିଗତ ପସନ୍ଦ ସଚ୍ଚି ରାଉତରାୟଙ୍କ ଚିତ୍ରଗ୍ରୀବ
https://twitter.com/tapasr10/status/1567351846955810816?t=f3dUOwgiI91pqwaRSacQrA&s=19
କାନ୍ତକବି ଙ୍କ ଲେଖାରେ ବି ଫକୀରମୋହନଙ୍କ ପ୍ରଭାବ ପଡିଲା ଭଳି ଲାଗେ, ମୋର ଦୁଇଟି ପ୍ରିୟ ଉପନ୍ୟାସ ଛ ମାଣ ଆଠ ଗୁଣ୍ଠ ଆଉ କଣା ମାମୁ, ହେଲେ କଣା ମାମୁ ରେ କାନ୍ତ କବି ଏକ ବଳିଷ୍ଠ ଚରିତ୍ର କୁ ତିଆରି କରିଥିଲେ।
https://twitter.com/OdishaChanging/status/1081553997620805632?t=q3c_0Nx0DdU1GL1eN1AvfA&s=19
ଛ ମାଣ ଆଠ ଗୁଣ୍ଠ, ମାମୁଁ, ସଭ୍ଯ ଜମିଦାର କମଳା ପ୍ରସାଦ ଗୋରାପ। ଏସବୁ ଏଇ ଭଳି ଆରବୀ ଭାଷା ଜାତ ଦେଶୀ ଭାଷାର ଖଣି
https://twitter.com/madhabi29/status/1052040694880063488?t=aGRDzwI1fwQ8Z4kV6y6XKw&s=19
ଛ'ମାଣ ଆଠ ଗୁଣ୍ଠ
ରାମଚନ୍ଦ୍ର ମଙ୍ଗରାଜ, ଚମ୍ପା, ଭଗିଆ ତନ୍ତୀ, ସାରିଆ ତନ୍ତିଆଣୀ ଆଦି ପାତ୍ର ମାଧ୍ୟମରେ ସେନାପତିଏ ତତ୍କାଳୀନ ଓଡ଼ିଶାର ଗୋଟିଏ ନିଚ୍ଛକ ଚିତ୍ର ବର୍ଣ୍ଣନା କରିଛନ୍ତି। ଅନ୍ୟାୟରେ ମାଡ଼ି ବସିଥିବା ଜମି ଯୋଗୁଁ ଦୁଇଟି ପରିବାର ଧ୍ୱଂସ ହେଲା, କପଟୀ ଚମ୍ପାର ଜୀବନ ଗଲା। କାହାଣୀ କରୁଣ ହେଲେ ସେନାପତିଙ୍କ ବର୍ଣ୍ଣନା!
https://twitter.com/akala_kushmanda/status/1081399345491132416?t=-yW6xE-HgI_qF4Icb72Tnw&s=19
ଲଛମା
ଏକ ରାହାଜାନୀ (ଡକେଇତି) ଦୃଶ୍ୟରୁ ଆରମ୍ଭ କରି ସେନାପତିଏ ତତ୍କାଳୀନ ଇତିହାସକୁ ପୃଷ୍ଠଭୂମିରେ ରଖି ଏକ ସସପେନ୍ସ କାହାଣୀ ଗଢ଼ିଛନ୍ତି। ଆଲିବର୍ଦ୍ଧି ଖାଁ, ଭାସ୍କର ପଣ୍ଡିତ, ମିର କାଶିମ ଆଦି ନାମ ସହିତ ରାଇବାଣିଆ ଦୂର୍ଗ ପର୍ଯ୍ୟନ୍ତ ବର୍ଣ୍ଣନା ଅଛି। ଉପନ୍ୟାସର ଏକ ପାତ୍ରୀ ଲଛମା ହେଲେ ତା'ବିଷୟରେ ବହୁତ କମ ଲେଖା ଯାଇଛି। ଲଛମା ଉପନ୍ୟାସରେ ସେନାପତିଙ୍କ ଏଇ (highlighted portion) ବର୍ଣ୍ଣନାଟି ମୋର ଧ୍ୟାନ ଆକର୍ଷଣ କଲା। କାହାଣୀର ବିଷୟବସ୍ତୁ ଦେଖିଲେ ଲାଗିବ ଓଡ଼ିଆ ରାଜାଙ୍କ ଲଢେଇ ମୋଗଲ ଅପେକ୍ଷା ମରହଟ୍ଟା ମାନଙ୍କ ସାଙ୍ଗରେ ଅଧିକ ଥିଲା। ଉପନ୍ୟାସରେ ବହୁତ ଜାଗାରେ ମରହଟ୍ଟାମାନଙ୍କ ଦ୍ଵାରା ଲୁଣ୍ଠନ, ହତ୍ୟା ଇତ୍ୟାଦିର ଉଲ୍ଲେଖ କରିଛନ୍ତି ସେନାପତି। ଆଉ ଗୋଟିଏ କଥା ମଧ୍ୟ ପରିଲକ୍ଷିତ ହୁଏ ଯେ ତତ୍କାଳୀନ ଭାରତର ଇତିହାସ ବିଷୟରେ ମଧ୍ୟ ସେନାପତିଏ ଅବଗତ କରାଇଛନ୍ତି। Refer underlined portion in red. ମୋର ଇତିହାସ ବିଷୟରେ ଗୋଟେ ନୂଆ ଦୃଷ୍ଟିକୋଣ ଏବେ ସୃଷ୍ଟି ହେଇଗଲା। ଅଧିକ ପଢିବାକୁ ପଡ଼ିବ। ରାଇବଣିଆ ଦୂର୍ଗ ଓ ମାନଧାତାଙ୍କ ବଳିଦାନ କଥା ପ୍ରଥମଥର ପାଇଁ ଜାଣିବାକୁ ପାଇଲି। ଲଛମା ଉପନ୍ୟାସର ପୃଷ୍ଠଭୂମି ସେତେବେଳର କଥା ଯେତେବେଳେ ଓଡ଼ିଶାରେ କେହି ବଡ଼ ଶାସକ ନଥିଲେ। ଗଡ଼ଜାତ ରାଜାମାନେ ଶାସନ କରୁଥିଲେ। ମୋଗଲ ଟିକେ ଦୁର୍ବଳ ହୋଇ ପଡ଼ିଥିଲେ। ଆଉ ଇଷ୍ଟ ଇଣ୍ଡିଆ କମ୍ପାନୀ କଲିକତାରେ ଚେର ଜମାଉଥିଲେ। ମରହଟ୍ଟା ସାମ୍ରାଜ୍ୟ ଆଉ ମୋଗଲମାନଙ୍କ ଭିତରେ ଓଡ଼ିଶା ଉପରେ ଆଧିପତ୍ୟକୁ ନେଇ ସବୁବେଳେ ଟଣାଓଟରା ଚାଲିଥିଲା।
ମାମୁଁ ଉପନ୍ୟାସର ଦୁଇ ଚରିତ୍ର ଚିତ୍ରକଳା ଓ ନାକଫୋଡିଆମା ଭିତରେ କଳିର ବର୍ଣ୍ଣନା! କେବଳ ସେନାପତିଏ ଏମିତି ଭାଷାରେ ବୁଝେଇ ପାରିବେ! ମାମୁଁ
ଭଗ୍ନିପତିଙ୍କ ଅକାଳ ବିୟୋଗ ପରେ ଶଠ ନଟବର ଦାସ କିପରି ଦୁଷ୍ଟା ଚିତ୍ରକଳା ସହାୟତାରେ ନିଜର ଦୁଇ ନାବାଳକ ଭଣଜାଙ୍କ ସର୍ବସ୍ୱ ଲୁଟି ନେବାକୁ ଚେଷ୍ଟା କରିଛନ୍ତି। କିପରି ଭଉଣୀ ଚାନ୍ଦମଣୀ ଆଉ ଶୈଶବର ପାଳନକର୍ତ୍ତ୍ରୀ ଧାଇମା'ଙ୍କୁ ପ୍ରତାରଣା ଦେଇ ସମ୍ପତ୍ତି ହାତେଇବାର ପ୍ରୟାସ କରିଛନ୍ତି। ଶେଷରେ କେମିତି ଆପଣା କର୍ମଫଳ ପାଇଛନ୍ତି। ଉପନ୍ୟାସରେ ସେନାପତିଏ ତତ୍କାଳୀନ ଉତ୍କଳରେ ଲୋଭ, ପ୍ରତାରଣା ଓ କ୍ଷମତାର ଅପ ବ୍ୟବହାର ଆଦି ବିଷୟବସ୍ତୁ ଉପରେ ଆଲୋକପାତ କରିଛନ୍ତି।
ଉପନ୍ୟାସ ସଙ୍କଳନର ଶେଷ ରଚନା: ପ୍ରାୟଶ୍ଚିତ
ବସ୍ତୁବାଦୀ ମଣିଷ ଲୋଭର ବଶବର୍ତ୍ତୀ ହୋଇ ଯିବାରୁ ଦୁଇଟି ପରିବାର ଧ୍ୱସ୍ତ ହୋଇଛନ୍ତି। ପରବର୍ତ୍ତୀ ସମୟରେ କାହାଣୀର ସମସ୍ତ ପାତ୍ର ପାପର ପ୍ରାୟଶ୍ଚିତ କରିବା ପାଇଁ ଅଧ୍ୟାତ୍ମିକତାକୁ ଆଦରି ନେଇଛନ୍ତି। ସେନାପତିଙ୍କ ବର୍ଣ୍ଣନା ମନକୁ ଆନ୍ଦୋଳିତ କରିଦେବ। ଉପନ୍ୟାସର କିଛି ଅଂଶରେ ସେନାପତିଏ ତତ୍କାଳୀନ ସମାଜର ପାଶ୍ଚାତ୍ୟ ଆଧୁନିକତା ପ୍ରତି ଯୁବଗୋଷ୍ଠୀର ଆକର୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେନାପତି ଆଉ ତାଙ୍କ ସାଥୀମାନଙ୍କ ଅକ୍ଲାନ୍ତ ଉଦ୍ୟମ, ଜନ ବିମ୍ସ ଓ ରେଭେନ୍ସା ଆଦି ଇଂରେଜ ଅଫିସରଙ୍କ ଅବଦାନ ରହିଛି....
ଆତ୍ମଚରିତ
ଫକୀର ମୋହନ ସେନାପତିଙ୍କ ଆତ୍ମ ଜୀବନୀ। ଏଥିରେ ଏହି ମହାନ ବ୍ୟକ୍ତିଙ୍କ ଜୀବନ ବୃତ୍ତାନ୍ତ ଜାଣିବାକୁ ମିଳେ। ନିଜର ପେଶାଗତ ଜୀବନ ସହିତ ସେ କିଭଳି ଓଡ଼ିଆ ଭାଷା ସାହିତ୍ୟ ପାଇଁ କିଛି କରିବାକୁ ଚେଷ୍ଟା କରିଥିଲେ ତାହାର ବର୍ଣ୍ଣନା କରିଛନ୍ତି। ତତ୍କାଳୀନ ରାଜାମାନଙ୍କ ସହ କାମ କଲା ବେଳେ ଜନ ହିତକାରୀ ବହୁତ ଜିନିଷ କରିବା ସହିତ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ପାଇଁ ସେନାପତିଙ୍କ ଅଦମ୍ୟ ଚେଷ୍ଟା ବିଷୟରେ ଏଥିରେ ବହୁତ ଉଦାହରଣ ଦେଖିବାକୁ ମିଳେ। ବହୁ ଚର୍ଚ୍ଚିତ ଭୋଳନାଥ ଖମାରିଆଙ୍କୁ ଲିଖିତ ଚିଠି ପ୍ରମାଣ କରେ ଯେ ଫକୀର ମୋହନ ଜଣେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ଓ ଯୋଗ୍ୟ ପ୍ରଶାସକ ଥିଲେ। ସମସ୍ତେ ସେନାପତିଙ୍କୁ ତାଙ୍କ ସାହିତ୍ୟ ଯୋଗେ ଚିହ୍ନନ୍ତି କିନ୍ତୁ ତାଙ୍କର ପ୍ରଶାସନିକ ଦକ୍ଷତା, ଆଧୁନିକ ଚିନ୍ତାଧାରା ବିଷୟରେ ଜାଣିବାକୁ ହେଲେ ତାଙ୍କ ରଚିତ "ଆତ୍ମ ଚରିତ" ନିଶ୍ଚୟ ପଢିବା ଉଚିତ।
...
୧୮୭୮ ମହିହା ରେ ରଚିତ ରାମଶଙ୍କର ରାୟଙ୍କ " ସୌଦାମିନୀ" ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ , ୧୮୮୮ ମସିହାରେ ରଚିତ ଉମେଶ ଚନ୍ଦ୍ର ସରକାରଙ୍କ 'ପଦ୍ମାବଳୀ' ହିଁ ପ୍ରଥମ ଓଡ଼ିଆ ଉପନ୍ୟାସ।
https://twitter.com/AptakamR/status/1397137895912140805?t=o11h1jH3S63TUmBUTiYFIw&s=19
ପ୍ରଥମେ ଆସିଲା 'ଆହେ ନୀଳଶୈଳ'. ଏହା ଦର୍ଶକଙ୍କ ଦ୍ୱାରା ଏତେ ଆଦୃତ ହେଲା ଯେ ବାରମ୍ବାର ମଞ୍ଚସ୍ଥ କରାଗଲା. ଏହା ପରେ 'ବୟସର ଅନ୍ତେ'.. ତା ପରେ 'ଦେବଦାସ' ଏବଂ ଏବେ 'ଆମ ଘର ନକ୍ସା'. ଓଡ଼ିଆ ମଞ୍ଚ ନାଟକ ପ୍ରତି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବା କଳାଜଗତ ପାଇଁ ଏକ ଶୁଭ ସଙ୍କେତ. ଏହାର ସୁଦୂର ପ୍ରଭାବ ସିନେମା ଉପରେ ମଧ୍ୟ ପଡିବ.
https://twitter.com/justlalit/status/1654337949851328515?t=R0oEChq2nRW1St_wuszmLg&s=19
ଆଉ ଗୋଟେ "ନବକଳେବର" ଆସିଥିଲା ଉଷସୀ ମିଶ୍ର ଥିଲେ। ସଫଳ ହେଲା କି ନାହିଁ ଜାଣିନି କିନ୍ତୁ ତାର ଗୋଟିଏ ଗୀତ "ଜଗତରେ ପାଇବୁନି ଏମିତି ଠାକୁର" ବହୁତ ପ୍ରସିଦ୍ଧି ପାଇଥିଲା। ବହୁତ ସୁନ୍ଦର ଭଜନ ଥିଲା ନାଟକ ରେ।
https://twitter.com/Kaibalyahere/status/1654346432542019588?t=Nvdu_lkfrlfD5fF5pN0zeQ&s=19
ଆପଣ ଯଦି ଏହି ବିଷୟରେ ବିଶେଷ ଜାଣିନାହାନ୍ତି ତେବେ ପ୍ରଥିତଯଶା ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ "ନୀଳଶୈଳ" ପଢିବେ। ଇତିହାସ ଉପରେ ପର୍ଯ୍ଯବସିତ ଏହି ଉପନ୍ୟାସରେ ଓଡିଶାର ପତନର ବିଶଦ ବିବରଣୀ ପଢିବାପରେ ଚୈତନ୍ଯଙ୍କ ସଂପର୍କରେ ଲେଖନ୍ତୁ। ଓଡିଶାର ମାଟିରୁ ଅଙ୍କୁରିତ ହୋଇ ପ୍ରକୃତ ବିଶ୍ବମାନବଧର୍ମର ଯୋଗ୍ୟତା ଅର୍ଜନ କରିଥିଲା ମହିମା ଧର୍ମ।
https://twitter.com/TrootiyaNayaan/status/1495398959518339082?t=J880P1G3DzHQfC9RVV1PcQ&s=19
ନୀଳଶୈଳ ନୁହେଁ, ଆପଣ ଯୋଉ କଥା ଲେଖିଛନ୍ତି ସେଥିପାଇଁ କୃଷ୍ଣାବେଣୀରେ ସନ୍ଧ୍ୟା ପଢନ୍ତୁ। ଏତେ ସରଳ ନୁହେଁ କଥାଟା।
https://twitter.com/OdiaCulture/status/1495422905538150404?t=2Sp3QeRJvVtZI4rMC24_aA&s=19
ବାରିଷ୍ଟର ଗୋବିନ୍ଦ ଦାସଙ୍କ 'ଅମାବାସ୍ୟାର ଚନ୍ଦ୍ର' ସବୁଠୁ ଜନପ୍ରିୟ ଜଣାଯାଉଛି। ତା ପରେ ପ୍ରତିଭା ରାୟଙ୍କ 'ଯାଜ୍ଞସେନୀ'। ସୁରେନ୍ଦ୍ର ମହାନ୍ତିଙ୍କ 'ନୀଳଶୈଳ', ଚନ୍ଦ୍ରଶେଖର ରଥଙ୍କ 'ଯନ୍ତ୍ରାରୂଢ', ଓ ମହାପାତ୍ର ନୀଳମଣି ସାହୁଙ୍କ 'ଅଭିଶପ୍ତ ଗନ୍ଧର୍ବ'। ମନୋଜ ଦାସଙ୍କ ବିଭିନ୍ନ ବହିର ନାଁ ବି ଆସିଛି। ଅମାବାସ୍ୟାର ଚନ୍ଦ୍ର, ଯାଜ୍ଞସେନୀ, ନୀଳଶୈଳ, ଶିଳାପଦ୍ମ, ଅମୃତଫଳ...ଅତି ଉଚ୍ଚକୋଟୀର ସାହିତ୍ୟ। ଏ ଭିତରୁ ବହୁତର ସେଟିଂ ବି ଓଡ଼ିଶାରେ କିନ୍ତୁ ଥିମ ଓଡିଶାର ସାଧାରଣ ଜନଜୀବନ ବିଷୟରେ ନୁହେଁ। ଯନ୍ତ୍ରାରୂଢ଼ର ପ୍ରଥମ ଭାଗ ନିଛକ ଓଡିଶା ଗ୍ରାମ୍ୟଜୀବନର ବର୍ଣ୍ଣନା କିନ୍ତୁ ମୁଖ୍ୟ ଥିମ ୟୁନିଭର୍ସାଲ। ଖୁସିର କଥା ଏ ସବୁ ଆମ ମାନଙ୍କ ପସନ୍ଦ।
https://twitter.com/OdiaCulture/status/1494897755478577153?t=uG-8SurY4KC90XqrdfCJcg&s=19
ନୀଳଶୈଳ ଆଉ ନୀଳାଦ୍ରୀବିଜୟ ର ଭାଷା ଅତି ଉଚ୍ଚକୋଟୀର ।
https://twitter.com/manmish/status/1690501713273167872?t=qWgScPwcwHR130vuSsqYvw&s=19
ଓଡିଆ ଟୁଇଟର୍ ରେ ଭାଷା ପାଇଁ ଲଢେଇ କରୁଥିବା ବ୍ୟକ୍ତିମାନେ ନୀଳଶୈଳ ଓ ନିଳାଦ୍ରୀବିଜେ ପଢିବାକୁ ଅନୁରୋଧ । ସାମାଜିକ ସମରସତା ବିଷୟରେ କିଛି ଜ୍ଞାନ ଆହରଣ କରିବାର ସୁଯୋଗ ମିଳିଯିବ । @sanjaykhilar @IamanODIA
https://twitter.com/sandihana789/status/1335971701041975298?t=C4Mz-syXyZoqgtb5gTVeWw&s=19
ଯୁକ୍ତ ତିନି ପଢ଼ିବା ବେଳେ ବୋଉ ତାଙ୍କ କଲେଜରୁ ଆଣି -ନୀଳଶୈଳ ଦେଇଥିଲେ। ଅଥଳ ଚିଲିକା, କୂଳ ପାଉ ନଥିବା ରାମଚନ୍ଦ୍ର ଦେବ, ଜଗୁନି ଆଉ ସୁରେନ୍ଦ୍ର ମହାନ୍ତିଙ୍କ ଶବ୍ଦ ଓ ଜଗନ୍ନାଥ-ସବୁ ମିଶିମାଶି ଲୁହର ବନ୍ୟା ତିଆରନ୍ତି ରତ୍ନବେଦୀ ସାମ୍ନାରେ। ସରଦେଈ ଚରିତ୍ର ଏ ଜାତିର ସାହିତ୍ୟରେ ଅନନ୍ୟ।
ଆଜି ବୋଉ ସହ ଯାଇଥିଲି ଆହେ ନୀଳ ଶଇଳ ଦେଖିବାକୁ। ନିଖୁଣ ଲାଗିଲା ଐତିହାସିକ ଏ ଦୃଶ୍ୟ। ଯେଉଁମାନେ ଇତିହାସରେ ନିନ୍ଦିତ ସେଇମାନଙ୍କୁ ତ ମହାନାୟକ ସଜେଇବାରେ ସୁରେନ୍ଦ୍ର ମହାନ୍ତି ସର୍ବଦା ଶ୍ରେଷ୍ଠ। ଯେମିତି କୃଷ୍ଣାବେଣୀରେ ସନ୍ଧ୍ୟାରେ ପ୍ରତାପରୁଦ୍ର ଦେବ। ଆଜି ବି ଲୁହ ଝରୁଥିଲା-ଚକାଆଖି ଦେଖି। ରାମଚନ୍ଦ୍ର ଦେବଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ସ୍ୱର ଛାତିକୁ ଆଦ୍ର କରିଦେଲା।
https://twitter.com/jp_mohapatra/status/1590011097972899841?t=uI7q7bv_m1isOEheiUJlDQ&s=19
ଅମୃତ ଫଳ (ମନୋଜ ଦାସ)
ଅମାବାସ୍ୟାର ଚନ୍ଦ୍ର (ଗୋବିନ୍ଦ ଦାସ)
ଅମୃତର ସନ୍ତାନ (ଗୋପୀନାଥ ମହାନ୍ତି)
ନୀଳଶୈଳ (ସୁରେନ୍ଦ୍ର ମହାନ୍ତି)
ଶିଳାପଦ୍ମ (ପ୍ରତିଭା ରାୟ)
https://twitter.com/rohitkumar_142/status/1518161879612690432?t=uFeYbZhBsVYACcPC1AGbZQ&s=19
ଦୁଇ ଅମୃତ ସହ ତୃତୀୟ ଅମୃତଟିକୁ ଜୋଡ଼ିଲେ କେଡେ ଯମକ ହୁଅନ୍ତା ସତେ!
ଅମୃତସ୍ୟ ପୁତ୍ର (ମନୋରଞ୍ଜନ ଦାସ)।
ଏଠି କହିଲେ ଅପ୍ରାସଙ୍ଗିକ ହେବନାହିଁ ଯେ ଅମୃତର ଯଥାର୍ଥ ସନ୍ଧାନ ମିଳେ ଶ୍ରୀଅରବିନ୍ଦଙ୍କ ବେଦରହସ୍ୟରେ ଯାହା ମନୋଜ ଦାସ, ଚିତ୍ତରଞ୍ଜନ ଦାସ, ମହାପାତ୍ର ନୀଳମଣି ସାହୁ, ଓ ଚନ୍ଦ୍ରଶେଖର ରଥ ପ୍ରଭ୍ରୁତିଙ୍କ ରଚନାର ଅନ୍ତଃସ୍ବର ଓ ପ୍ରେରଣା।
https://twitter.com/NathTusar/status/1518262318135533569?t=XNmp8093ClFVV56sbtfo6g&s=19
ପ୍ରଥମ ଓଡ଼ିଆ ନାଟକ କେଉଁଟି? ନାମ (ଲେଖକ) - କାହାର ମତ:
ପଦ୍ମାବତୀ ହରଣ, ୧୮୩୪ (?) - କାହ୍ନୁଚରଣ ମିଶ୍ର
ଗୋପୀନାଥ ବଲ୍ଲଭ, ୧୮୬୮ (ରଘୁନାଥ ପରିଚ୍ଛା, ୧୮୦୨-୧୮୭୨) - ଗୌରୀ କୁମାର ବ୍ରହ୍ମା
ବାବାଜୀ, ୧୮୭୭ (ଜଗନମୋହନ ଲାଲ, ୧୮୩୮-୧୯୧୩) - କାଳୀଚରଣ ପଟ୍ଟନାୟକ
କାଞ୍ଚିକାବେରୀ, ୧୮୮୦ (ରାମଶଙ୍କର ରାୟ, ୧୮୫୭-୧୯୩୧) - ଗିରିଜା ଶଙ୍କର ରାୟ
https://twitter.com/NathTusar/status/1722675543500534041?t=INVH1WI3OYVY97FgT6R30Q&s=19